ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରେସ୍ତୋରାଁ, ପାର୍କ ଏବଂ ମଲ୍ ବନ୍ଦ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା। ଦେଶରେ ଦୈନିକ ଚିହ୍ନଟ ହେଉଥିବା ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୫୦ ଭାଗ ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ରହୁଛନ୍ତି। ଯାହା ରାଜ୍ୟର ଚିନ୍ତା ବଢାଇ ଦେଇଛି।  ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ସମ୍ବନ୍ଧିତ କଟକଣାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢ଼ାଇବା ସହ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ […]

ମୁମ୍ବାଇ : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା। ଦେଶରେ ଦୈନିକ ଚିହ୍ନଟ ହେଉଥିବା ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୫୦ ଭାଗ ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ରହୁଛନ୍ତି। ଯାହା ରାଜ୍ୟର ଚିନ୍ତା ବଢାଇ ଦେଇଛି।  ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ସମ୍ବନ୍ଧିତ କଟକଣାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢ଼ାଇବା ସହ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠା‌କରେ। ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ପାର୍କ ଏବଂ ମଲ୍ ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ଲୋକଙ୍କୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ  ସମୁଦ୍ର କୂଳ ପରିଦର୍ଶନ କରିବାକୁ ଅନୁମତି ନଥିବା ସହ ଡ୍ରାମା ପ୍ରେକ୍ଷାଳୟଗୁଡିକୁ ଆଜି ରାତିରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତିରେ ଲୋକେ ବାହାରକୁ ବାହାରି ନପାରିଲେ ମଧ୍ୟ ସେମାନେ ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ। ଫୁଡ ଡେଲିଭରୀକୁ ଅନୁମତି ଦେଇଛନ୍ତି ସରକାର। ଯଦି କେହି ଲାଗୁ କରାଯାଇଥିବା ନିୟମର ଉଲ୍ଲଂଘନ କରେ ତେବେ ତାକୁ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାସ୍କ ନପିନ୍ଧିଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବା ସହ ବାହାରେ ଛେପ ପକାଇଲେ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ କୌଣସି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ସେପଟେ ଲୋକେ କରୋନା ନିୟମକୁ ବେଖାତିର କରୁଥିବାରୁ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ଅଜିତ ପାଓ୍ବାର କହିଛନ୍ତି, ‘ଯଦି ଲୋକମାନେ କରୋନା ପ୍ରୋଟୋକଲ ପାଳନ ନକରନ୍ତି ତେବେ ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁକରିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର । ଲୋକମାନେ ବର୍ତ୍ତମାନ ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତି । ସଂକ୍ରମଣ କିଭଳି ଭାବେ ନବ୍ୟାପିବ ସେ ନେଇ ସମସ୍ତେ ସତର୍କ ରହିବା ଉଚିତ ଏବଂ ଅନ୍ୟମାନଙ୍କୁ ସଚେତନ କରିବା ଉଚିତ ।

ଆହୁରି ପଢ଼ନ୍ତୁ: ଭାରତ ସହ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କଲା ନେପାଳ: ଦ୍ୱିପାକ୍ଷିକ ଆଲୋଚନା ଉପରେ ଗୁରୁତ୍ୱ

27 Mar 2021 By The Sakala

ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରେସ୍ତୋରାଁ, ପାର୍କ ଏବଂ ମଲ୍ ବନ୍ଦ

ମୁମ୍ବାଇ : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା। ଦେଶରେ ଦୈନିକ ଚିହ୍ନଟ ହେଉଥିବା ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୫୦ ଭାଗ ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ରହୁଛନ୍ତି। ଯାହା ରାଜ୍ୟର ଚିନ୍ତା ବଢାଇ ଦେଇଛି।  ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନା ସମ୍ବନ୍ଧିତ କଟକଣାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢ଼ାଇବା ସହ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠା‌କରେ। ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ପାର୍କ ଏବଂ ମଲ୍ ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ।

ଲୋକଙ୍କୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ  ସମୁଦ୍ର କୂଳ ପରିଦର୍ଶନ କରିବାକୁ ଅନୁମତି ନଥିବା ସହ ଡ୍ରାମା ପ୍ରେକ୍ଷାଳୟଗୁଡିକୁ ଆଜି ରାତିରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତିରେ ଲୋକେ ବାହାରକୁ ବାହାରି ନପାରିଲେ ମଧ୍ୟ ସେମାନେ ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ। ଫୁଡ ଡେଲିଭରୀକୁ ଅନୁମତି ଦେଇଛନ୍ତି ସରକାର। ଯଦି କେହି ଲାଗୁ କରାଯାଇଥିବା ନିୟମର ଉଲ୍ଲଂଘନ କରେ ତେବେ ତାକୁ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାସ୍କ ନପିନ୍ଧିଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବା ସହ ବାହାରେ ଛେପ ପକାଇଲେ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ କୌଣସି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ସେପଟେ ଲୋକେ କରୋନା ନିୟମକୁ ବେଖାତିର କରୁଥିବାରୁ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ଅଜିତ ପାଓ୍ବାର କହିଛନ୍ତି, ‘ଯଦି ଲୋକମାନେ କରୋନା ପ୍ରୋଟୋକଲ ପାଳନ ନକରନ୍ତି ତେବେ ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁକରିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର । ଲୋକମାନେ ବର୍ତ୍ତମାନ ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତି । ସଂକ୍ରମଣ କିଭଳି ଭାବେ ନବ୍ୟାପିବ ସେ ନେଇ ସମସ୍ତେ ସତର୍କ ରହିବା ଉଚିତ ଏବଂ ଅନ୍ୟମାନଙ୍କୁ ସଚେତନ କରିବା ଉଚିତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର