ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା, ୨୦ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

Madhusudan Das Picture
Published On

ବିହାର: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ରାଜ୍ୟପାଳ ଆରିଫ ଖାନଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି ନୀତୀଶ କୁମାର । ବିହାର ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ଜଣାଇଛନ୍ତି ନୀତୀଶ ।  ବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ନଭେମ୍ବର ୨୦ରେ ବିହାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନେଇ ଚର୍ଚ୍ଚା ଜୋର ଧରିଛି । 

ଆହୁରି ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ୩ ମାଓବାଦୀ ନିହତ, ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ

୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ୨୦୨ ଆସନ ଜିତି NDA ଐତିହାସିକ ବହୁମତ ହାସଲ କରିଛି । ନିର୍ବାଚନରେ ବିଜେପି ୮୯, ଜେଡିୟୁ ୮୫, ଏଲଜେଏପି (ରାମ ବିଳାସ) ୧୯ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳ ୯ ଆସନ ଜିତିଥିଲା । ବହୁମତ ହାସଲ କରି ଏବେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି NDA ।

ଆହୁରି ପଢ଼ନ୍ତୁ: ଏସ୍‌ସିବିରେ ଲଜ୍ଜା: ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ଗିରଫ

ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳ ୧୧ଟା ୩୦ରେ ଶେଷ କ୍ୟାବିନେଟ୍ ବୈଠକ ଡାକିଥିଲେ । ଏହି ବୈଠକରେ ବର୍ତ୍ତମାନର ବିଧାନସଭାକୁ ଭଙ୍ଗ କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି । ବୈଠକ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ରାଜ ଭବନ ଯାଇଥିଲେ । ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି ।

ଆହୁରି ପଢ଼ନ୍ତୁ: ଜିଲ୍ଲାପାଳଙ୍କୁ ୯ଟି ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ, ଅଫିସରେ ଶୀତତାପ ନିୟନ୍ତ୍ରିତ ରୁମରେ ନ ବସି ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ...

Join Us @ WhatsApp

About The Author

Google News
Join Us @ WhatsApp