ବଦଳିବ ଟୋଲ୍‌ ଟିକସ ନିୟମ: ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଟେକ୍ନୋଲୋଜି ଜରିଆରେ ଆକାଉଣ୍ଟରୁ ଆପେ କଟିଯିବ ଟିକସ

The Sakala Picture
Published On

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଟୋଲ୍‌ ଟିକସ ସହ ଜଡିତ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଦେଶରେ ଟୋଲ୍ ଟିକସ ଆଦାୟ ଭଳି କାର୍ଯ୍ୟ ଟେକ୍ନୋଲୋଜି ମାଧ୍ୟମରେ ସମ୍ପନ୍ନ ହେବ। ଆଗକୁ ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ ଏବଂ ଟୋଲ୍ […]

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଟୋଲ୍‌ ଟିକସ ସହ ଜଡିତ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଦେଶରେ ଟୋଲ୍ ଟିକସ ଆଦାୟ ଭଳି କାର୍ଯ୍ୟ ଟେକ୍ନୋଲୋଜି ମାଧ୍ୟମରେ ସମ୍ପନ୍ନ ହେବ। ଆଗକୁ ନୂଆ ନମ୍ବର ପ୍ଲେଟ୍ ଲାଗି ନ ଥିଲେ ଏବଂ ଟୋଲ୍ ଟିକସ ଦେଉ ନ ଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ସରକାର ଏଭଳି ଟେକ୍ନୋଲୋଜି ବ୍ୟବହାର କରିବେ ଯାହା ସାହାଯ୍ୟରେ ଆକାଉଣ୍ଟରୁ ଆପେ ଆମେ ଟିକସ କଟିଯିବ। ଆଗକୁ ଟୋଲ୍‌ ପ୍ଲାଜା ହଟାଇ କ୍ୟାମେରା ସବୁ ଲଗାଯିବ। ଦେଶରେ ନୂଆ ଟୋଲ୍‌ ଟିକସ ନିୟମ ଲାଗୁ କରିବାକୁ ସରକାର ଏକ ବିଧେୟକ ଆଣିପାରନ୍ତି ସରକାର ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀ ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ଟୋଲ୍‌ ଟିକସ ଫାଙ୍କି ପାଇଁ କୌଣସି ପ୍ରକାରର ଦଣ୍ଡ ବ୍ୟବସ୍ଥା ନାହିଁ। ଆଗାମୀ ଦିନରେ ଟୋଲ ଟ୍ୟାକ୍ସ ସଂଗ୍ରହ ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ଜାତୀୟ ରାଜପଥରୁ ଟୋଲ୍‌ ପ୍ଲାଜାଗୁଡିକୁ ହଟାଇବା ଏବଂ ସେଠାରେ କ୍ୟାମେରା ଲଗାଇବା ପାଇଁ ଯୋଜନା ରହିଛି। ଟୋଲ୍‌ ଦେବା ପାଇଁଁ ଲୋକଙ୍କୁ ସେଠାରେ ଅଟକିବାକୁ ପଡିବନାହିଁ। ରାଜପଥରେ ଗାଡି ଚଲାଇବା ସମୟରେ କାର ସହିତ ଲିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟିକସ କଟାଯିବ। ୨୦୧୯ରେ କରାଯାଇଥିବା ନୂଆ ନିୟମ ଅନୁଯାୟୀ, କାରଗୁଡିକ କମ୍ପାନୀ-ଫିଟ୍ ନମ୍ବର ପ୍ଲେଟ୍ ସହିତ ଆସିବ। ସେଥିପାଇଁ ଗତ ଚାରି ବର୍ଷ ମଧ୍ୟରେ ଆସିଥିବା ଯାନଗୁଡ଼ିକରେ ଭିନ୍ନ ନମ୍ବର ପ୍ଲେଟ୍ ରହିଛି। ବର୍ତ୍ତମାନ ରାଜପଥରେ ଲାଗିଥିବା କ୍ୟାମେରା ଏହି ନମ୍ବର ପ୍ଲେଟଗୁଡ଼ିକୁ ପଡିବ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ୍ ସିଧାସଳଖ କଟାଯିବ। ୨୦୨୪ ପୂର୍ବରୁ ଦେଶରେ ୨୬ଟି ଗ୍ରୀନ୍‌ ଏକ୍ସପ୍ରେସ ୱେ ପ୍ରସ୍ତୁତ ହେବ। ସଡ଼କ ଦୃଷ୍ଟିରୁ ଭାରତ ଆମେରିକା ସହିତ ସମାନ ହେବ। ସେ କହିଛନ୍ତି ଯେ ବର୍ତ୍ତମାନ ଯଦି ଜଣେ ବ୍ୟକ୍ତି ଟୋଲ୍‌ ରାସ୍ତାରେ ୧୦ କିଲୋମିଟର ଦୂରତା ଯାତ୍ରା କରନ୍ତି, ତେବେ ତାଙ୍କୁ ୭୫ କିଲୋମିଟରର ଫି ଦେବାକୁ ପଡୁଛି, କିନ୍ତୁ ନୂତନ ବ୍ୟବସ୍ଥାରେ ତାଙ୍କୁ କେବଳ ଯାତ୍ରା କରୁଥିବା ଦୂରତା ପାଇଁ ଚାର୍ଜ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର