ଭାରତ ସହ ସମ୍ପର୍କ ଖରାପ କରାନଯାଉ; ଟ୍ରମ୍ପଙ୍କୁ ହିଲିଙ୍କ ସତର୍କବାଣୀ, ବିଶ୍ୱାସ ଭାଙ୍ଗିଲେ ୨୫ ବର୍ଷର ପରିଶ୍ରମ ପାଣିରେ ପଡ଼ିବ
ୱାସିଂଟନ: ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହିଲି ଭାରତ ସହ ଆମେରିକାର ସମ୍ପର୍କ ଖରାପ ହେବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାଇଛନ୍ତି। ଭାରତ ସହ ସମ୍ପର୍କ ଖରାପ ହେଲେ ଗତ ୨୫ ବର୍ଷର ପରିଶ୍ରମ ପାଣିରେ ପଡ଼ିବ। ଏପରି ହେଲେ ଏହା ଏକ ରଣନୈତିକ ତ୍ରୁଟି ହେବ। ବୁଧବାର ନ୍ୟୁଜ୍ ୱିକ୍ରେ ପ୍ରକାଶିତ ନିଜ ସ୍ତମ୍ଭରେ ନିକ୍କି ଏ ନେଇ ଉଲ୍ଲେଖ କରିଛନ୍ତି। ଭାରତ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବା […]
ୱାସିଂଟନ: ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହିଲି ଭାରତ ସହ ଆମେରିକାର ସମ୍ପର୍କ ଖରାପ ହେବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାଇଛନ୍ତି। ଭାରତ ସହ ସମ୍ପର୍କ ଖରାପ ହେଲେ ଗତ ୨୫ ବର୍ଷର ପରିଶ୍ରମ ପାଣିରେ ପଡ଼ିବ। ଏପରି ହେଲେ ଏହା ଏକ ରଣନୈତିକ ତ୍ରୁଟି ହେବ। ବୁଧବାର ନ୍ୟୁଜ୍ ୱିକ୍ରେ ପ୍ରକାଶିତ ନିଜ ସ୍ତମ୍ଭରେ ନିକ୍କି ଏ ନେଇ ଉଲ୍ଲେଖ କରିଛନ୍ତି। ଭାରତ ଉପରେ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଓ କୂଟନୈତିକ ସମ୍ପର୍କର ଅବନତୀକୁ ଦୃଷ୍ଟିରେ ରଖି ସେ ଏହି ସ୍ତମ୍ଭ ଲେଖିଛନ୍ତି। ଭାରତକୁ ଏକ ଗଣତାନ୍ତ୍ରିକ ଭାଗିଦାରୀ ଭାବେ ଆମେରିକା ଗ୍ରହଣ କରୁ ବୋଲି ସେ ଟ୍ରମ୍ପ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଭାରତ ସହିତ ସମ୍ପର୍କ ଦୃଢ଼ କରିବା ଆମେରିକା ପାଇଁ ନିହାତି ଜରୁରି। ଏହାଦ୍ୱାରା ଚୀନ୍ର ମୁକାବିଲା କରାଯାଇପାରିବ। ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ ଏହାର ଉନ୍ନତି ବିଶ୍ୱ ପାଇଁ ଆଦୌ ବିପଦ ସୃଷ୍ଟି କରିବ ନାହିଁ। ଭାରତ ଓ ଆମେରିକାର ରାସ୍ତା ଅଲଗା ହୋଇଥିଲେ ମଧ୍ୟ ଲକ୍ଷ୍ୟ ଗୋଟିଏ ବୋଲି ସେ କହିଛନ୍ତି। ଏହିକ୍ରମରେ ନିକ୍କି ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉଦାହରଣ ଦେଇଛନ୍ତି। ୧୯୮୨ରେ ରେଗାନ ହ୍ୱାଇଟ ହାଉସ୍ରେ ଇନ୍ଦିରାଙ୍କୁ ନୈଶ୍ୟ ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ସେତେବେଳେ ଭାରତ ଓ ଆମେରିକା ଦୁଇଟି ସ୍ୱାଧୀନ ଗଣତାନ୍ତ୍ରିକ ଦେଶ ବୋଲି ରେଗାନ କହିଥିଲେ। ବେଳେ ବେଳେ ଦୁଇ ଦେଶର ରାସ୍ତା ଭିନ୍ନ ହୋଇପାରେ କିନ୍ତୁ ଲକ୍ଷ୍ୟ ଗୋଟିଏ ବୋଲି ରେଗାନ କହିଥିଲେ। କିନ୍ତୁ ଏବେ ଦୀର୍ଘ ୪ ଦଶନ୍ଧି ପରେ ଭାରତ ଓ ଆମେରିକାର ମଧ୍ୟରେ ପ୍ରଥମଥର ପାଇଁ ସମ୍ପର୍କ ଖରାପ ହୋଇଛି। ରୁଷିଆଠାରୁ ଭାରତ ଓ ଚୀନ ଦୁଇ ଦେଶ ତୈଳ କ୍ରୟ କରୁଛନ୍ତି। କିନ୍ତୁ ଭାରତ ଉପରେ ଟାରିଫ୍ ଲାଗୁ କରାଯାଇଥିବା ବେଳେ ଚୀନ୍ ଉପରେ ଲାଗୁ କରାଯାଇ ନାହିଁ। ତେଣୁ ଭାରତ ସହ ସମ୍ପର୍କ ଉପରେ ଆମେରିକାର ଗମ୍ଭୀର ଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଚୀନ୍କୁ ସାମ୍ନା କରିବାକୁ ହେଲେ ଆମେରିକା ଭାରତକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଚୀନ୍ ଓ ଇସ୍ରାଏଲକୁ ଆମେରିକା ଯେପରି ଗୁରୁତ୍ୱ ଦେଉଛି, ସେହିପରି ଭାରତକୁ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।