ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲା NIA

The Sakala Picture
Published On

କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ଏହି ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ ଏନ୍ଆଇଏ ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି […]

କୋଲକାତା: ଟିଏମସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ର ଏକ ଟିମ୍। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ ମସିହା ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (ଏନ୍ଆଇଏ) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ । ଏହି ମାମଲାରେ ମନବେନ୍ଦ୍ର ଜାନାଙ୍କ ସମ୍ପୃକ୍ତି ନେଇ ଏନ୍ଆଇଏ ହାତରେ ପ୍ରମାଣ ଲାଗିଥିଲା। ଏହି ମାମଲାରେ ତାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଭୂପତିନଗରରେ ପହଞ୍ଚିଥିଲା ଏନ୍ଆଇଏ ଟିମ୍‌ । ମାତ୍ର ସେଠାରେ ଉପସ୍ଥିତ ଶତାଧିକ ଲୋକେ ଏନ୍ଆଇଏ ଟିମ୍‌ ଉପରକୁ ପଥର ମାଡ଼ କରଥିଲେ। ଏଥିରେ ଟିମ୍‌ ସଦସ୍ୟଙ୍କ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଖବର ଅନୁଯାୟୀ, ୨୦୨୨ ମସିହା ଡିସେମ୍ବର ୩ ତାରିଖରେ ଭୂପତିନଗରରେ ଏକ ବିସ୍ଫୋରଣ ଘଟଣାରେ ଏକ ଘର ଧ୍ୱସଂ ହୋଇ ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

 

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର