ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ NIAକୁ ମିଳିଲା ଧମକପୂର୍ଣ୍ଣ ମେଲ୍‌, ବିଭିନ୍ନ ସହରରେ ହାଇ ଆଲର୍ଟ

The Sakala Picture
Published On

ନୂଆଦିଲ୍ଲୀ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ । ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ଆଦେଶରେ ଏହି ଆକ୍ରମଣ ହେବାକୁ ଯାଉଛି । ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି। ଇ-ମେଲ […]

ନୂଆଦିଲ୍ଲୀ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ । ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ଆଦେଶରେ ଏହି ଆକ୍ରମଣ ହେବାକୁ ଯାଉଛି । ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଇ-ମେଲ କେଉଁଠୁ ଆସିଛି ଓ ଏହା ପଛର ଉଦ୍ଦେଶ୍ୟ ଜାଣିବାକୁ ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି । ଧମକପୂର୍ଣ୍ଣ ମେଲ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ମଧ୍ୟ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ସୂଚନାଯୋଗ୍ୟ, ସିରାଜୁଦ୍ଦୀନ ହକ୍କାନୀ ତାଲିବାନର ସବୁଠାରୁ ଭୟଙ୍କର ଗୁଟ ହକ୍କାନୀ ନେଟ୍‌ଓ୍ଵାର୍କର ମୁଖିଆ। ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ପରେ ତାଙ୍କୁ କାର୍ଯ୍ୟକାରୀ ଗୃହମନ୍ତ୍ରୀ କରାଯାଇଛି। ତାଲିବାନରେ ହକ୍କାନୀ ନେଟ୍‌ଓ୍ଵାର୍କର ବହୁତ ପ୍ରଭାବ ରହିଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ସୂଚନାଥାଉ କି, ଏହା ପୂର୍ବରୁ ଜନୁୟାରୀରେ ମଧ୍ୟ ମୁମ୍ବାଇରେ ଆତଙ୍କୀ ଆକ୍ରମଣର ଧମକ ଦିଆଯାଇଥିଲା। ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ସହରର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଥିଲେ।

03 Feb 2023 By The Sakala

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ NIAକୁ ମିଳିଲା ଧମକପୂର୍ଣ୍ଣ ମେଲ୍‌, ବିଭିନ୍ନ ସହରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ । ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ଆଦେଶରେ ଏହି ଆକ୍ରମଣ ହେବାକୁ ଯାଉଛି । ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି।

ଇ-ମେଲ କେଉଁଠୁ ଆସିଛି ଓ ଏହା ପଛର ଉଦ୍ଦେଶ୍ୟ ଜାଣିବାକୁ ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି । ଧମକପୂର୍ଣ୍ଣ ମେଲ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ମଧ୍ୟ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛି ।

ସୂଚନାଯୋଗ୍ୟ, ସିରାଜୁଦ୍ଦୀନ ହକ୍କାନୀ ତାଲିବାନର ସବୁଠାରୁ ଭୟଙ୍କର ଗୁଟ ହକ୍କାନୀ ନେଟ୍‌ଓ୍ଵାର୍କର ମୁଖିଆ। ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ପରେ ତାଙ୍କୁ କାର୍ଯ୍ୟକାରୀ ଗୃହମନ୍ତ୍ରୀ କରାଯାଇଛି। ତାଲିବାନରେ ହକ୍କାନୀ ନେଟ୍‌ଓ୍ଵାର୍କର ବହୁତ ପ୍ରଭାବ ରହିଛି।

ସୂଚନାଥାଉ କି, ଏହା ପୂର୍ବରୁ ଜନୁୟାରୀରେ ମଧ୍ୟ ମୁମ୍ବାଇରେ ଆତଙ୍କୀ ଆକ୍ରମଣର ଧମକ ଦିଆଯାଇଥିଲା। ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ସହରର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର