ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ ବାବଦରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ଜାତୀୟ ଯାଂଚ ଏଜେନ୍ସି ଏନଆଇଏ । ଏଥିସହ ଏନ୍ଆଇଏ ଏହି ଅଣ୍ଡରଓ୍ବାର୍ଲ୍ଡ ଡନର ଏକ ନୂଆ ଫଟୋ ଜାରି କରିଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଛୋଟା ଶକିଲ ଉପରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏହି ଗ୍ୟାଙ୍ଗର ଅନ୍ୟ ତିନି ସଦସ୍ୟ ଅନିସ୍ ଇବ୍ରାହିମ୍, […]

ନୂଆଦିଲ୍ଲୀ: ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ ବାବଦରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ଜାତୀୟ ଯାଂଚ ଏଜେନ୍ସି ଏନଆଇଏ । ଏଥିସହ ଏନ୍ଆଇଏ ଏହି ଅଣ୍ଡରଓ୍ବାର୍ଲ୍ଡ ଡନର ଏକ ନୂଆ ଫଟୋ ଜାରି କରିଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଛୋଟା ଶକିଲ ଉପରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏହି ଗ୍ୟାଙ୍ଗର ଅନ୍ୟ ତିନି ସଦସ୍ୟ ଅନିସ୍ ଇବ୍ରାହିମ୍, ଜାଭେଦ୍ ଚିକନା ଏବଂ ଟାଇଗର ମେମନ୍ ଉପରେ ସୂଚନା ପାଇଁ ମଧ୍ୟ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ଏନଆଇଏ ତରଫରୁ ଚଳିତବର୍ଷ ଫେବୃଆରୀ ୩ ତାରିଖରେ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଦାଉଦ ଇବ୍ରାହିମ, ଛୋଟା ସର୍କିଲ, ଅନୀସ ଇବ୍ରାହିମ, ଜାବେଦ ଚିକନା ଓ ଟାଇଗର ମେମନ ବିରୋଧରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ନିଶା କାରବାର, ଅଣ୍ଡରୱାର୍ଲଡ କ୍ରିମିନାଲ ସିଣ୍ଡିକେଟ, ମନି ଲଣ୍ଡ୍ରିଂ ବ୍ୟତୀତ ଜୋର ଜବରଦସ୍ତ ଜମି ଦଖଲ କରିବା ଭଳି ଅଭିଯୋଗ ରହିଛି ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ଏନଆଇଏ ଏକ ବିବୃତ୍ତିରେ କହିଛି ଯେ ଦାଉଦ ଇବ୍ରାହିମ ଏବଂ ଅନ୍ୟମାନେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା, ଜୈଶ-ଏ-ମହମ୍ମଦ ଏବଂ ଅଲ କାଏଦାର ସକ୍ରିୟ ସହଯୋଗରେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: T-72 ଓ T-90 ଟ୍ୟାଙ୍କ ପାଇଁ ୫୮୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର

ଗତ ବର୍ଷ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ କହିଥିଲା ​​ଯେ ଦାଉଦ୍ ଇବ୍ରାହିମ ଏବଂ ଜାତିସଂଘ ଦ୍ୱାରା ନାମିତ ଅନ୍ୟ ଆତଙ୍କବାଦୀ ପଡ଼ୋଶୀ ଦେଶରେ “ସୁରକ୍ଷା” ଉପଭୋଗ କରୁଛନ୍ତି।

ଦାଉଦ୍ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା । ସହରର ବିଭିନ୍ନ ସ୍ଥାନରେ ୧୨ଟି ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଜାତିସଂଘ ସୁରକ୍ଷା ପରିଷଦ କମିଟି ଦ୍ୱାରା ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ ହୋଇଥିବା ଦାଉଦ ଇବ୍ରାହିମ ଗିରଫଦାରୀକୁ ଏଡ଼ାଇବା ପାଇଁ ପାକିସ୍ତାନରେ ଆଶ୍ରୟ ନେଇଛି ।

୨୦୧୮ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ତରଫରୁ ଜାରି ଆତଙ୍କବାଦୀ ସଂଗଠନ ତଥା ଆତଙ୍କବାଦୀଙ୍କ ତାଲିକାରେ ଦାଉଦ୍ ଇବ୍ରାହିମ ଏବଂ ତାର କରାଚି ଠିକଣାକୁ ସାମିଲ କରାଯିବା ପରେ ପାକିସ୍ତାନ ତାକୁ ସୁରକ୍ଷା ଦେଉଥିବା ନେଇ ଭାରତର ଦାବି ସତ୍ୟ ପ୍ରମାଣିତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର