ଆସନ୍ତା ବର୍ଷରୁ ନେକ୍ସଟ ପରୀକ୍ଷା ବାଧ୍ୟତାମୂଳକ

The Sakala Picture
Published On

ଭୁବନେଶ୍ୱର: ୨୦୨୩ ଶିକ୍ଷାବର୍ଷରୁ ଆଉ ନିଟ ପିଜି ପରୀକ୍ଷାହେବନି। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‍ ପରୀକ୍ଷା ଦେବେ। ପୂର୍ବରୁ କେବଳ କେବଳ ବିଦେଶରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରି ଭାରତରେ ପ୍ରାକ୍ଟିସ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ପିଲାମାନଙ୍କୁ ଏଫଏମଜିଇ ପରୀକ୍ଷାଦେବାକୁ ପଡୁଥିବା ବେଳେ ଏବେ କିନ୍ତୁ ସମସ୍ତଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ ହେବ। ଏନେଇ ‘ଏନଏମସି’ ପକ୍ଷରୁ ବିଚାରବିମର୍ଶ କରାଯାଉଛି। ତେବେ ୨୦୨୩ ଶିକ୍ଷା ବର୍ଷରୁ ଉଭୟ ଭାରତ ଏବଂ ବିଦେଶ […]

ଭୁବନେଶ୍ୱର: ୨୦୨୩ ଶିକ୍ଷାବର୍ଷରୁ ଆଉ ନିଟ ପିଜି ପରୀକ୍ଷାହେବନି। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‍ ପରୀକ୍ଷା ଦେବେ। ପୂର୍ବରୁ କେବଳ କେବଳ ବିଦେଶରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରି ଭାରତରେ ପ୍ରାକ୍ଟିସ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ପିଲାମାନଙ୍କୁ ଏଫଏମଜିଇ ପରୀକ୍ଷାଦେବାକୁ ପଡୁଥିବା ବେଳେ ଏବେ କିନ୍ତୁ ସମସ୍ତଙ୍କ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ ହେବ। ଏନେଇ ‘ଏନଏମସି’ ପକ୍ଷରୁ ବିଚାରବିମର୍ଶ କରାଯାଉଛି। ତେବେ ୨୦୨୩ ଶିକ୍ଷା ବର୍ଷରୁ ଉଭୟ ଭାରତ ଏବଂ ବିଦେଶ ଫେରନ୍ତା ମେଡିକାଲ (ଏମବିବଏସ) ଛାତ୍ରଛାତ୍ରୀମନେ ନେକ୍ସଟ୍‍ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ। ଯଦିଓ ନ୍ୟାସନାଲ ମେଡିକାଲ କାଉନସିଲ ଏନେଇ ଚୂଡାନ୍ତ ନିସ୍ପତ୍ତି ନେଇ ନାହିଁ ବିଚାରବିମର୍ଶ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଏଣିକି ବିଦେଶ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଓ ଭାରତୀୟ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପିଜି କୋର୍ସ ଲାଗି ଅଲଗା ଅଲାଗା ଆବେଦନ କରିବାକୁ ପଡ଼ିବନି। ଏଫଏମଜିଇ ପରୀକ୍ଷା ଓ ଏମବିବିଏସ ପରୀକ୍ଷାକୁ ମିଶାଇ ଗୋଟିଏ ପରୀକ୍ଷା କରାଯିବ। ସେହିଭଳି ମେଡିକାଲ ପ୍ରାକ୍ଟିସ୍‍ ଲାଗି ନେକ୍ସଟ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାସ କରିବାକୁ ପଡ଼ିବ। ସେହିଭଳି ନେକ୍ସଟ-୨ ପରୀକ୍ଷା ଏକ ପାସ୍‍ ଫେଲ ପରୀକ୍ଷା ଭାବେ ରହିବ। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯାଇ ମେଡିକାଲ ସେବା ଦେବା ଲାଗି ଜଣେ ଏମବିବିଏସ ଛାତ୍ର ଯୋଗ୍ୟ ବିବେଚିତ ହୋଇ ଲାଇସେନ୍ସ ପାଇବ। ପିଜି ମଧ୍ୟ ନାମଲେଖା ପାଇଁ ସୁଯୋଗ ପାଇବ। ତେବେ ନେକ୍ସଟ୍‍-୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପିଜି କରିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ଏମବିବିଏସ ଶେଷ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣସିପ କରିବା ପରେ ହିଁ ଲାଇସେନ୍ସ ପାଇପାରୁଥିଲେ। ବିଦେଶରୁ ମେଡିକାଲ ବା ୟୁଜି ଶେଷ କରି ଭାରତରେ ପ୍ରାକ୍ଟିସ କରିବା ଲାଗି ଇଚ୍ଚା କରୁଥିଲେ ସେମାନଙ୍କୁ ଏଫଏମଜିଇ ପରୀକ୍ଷା ଦେବାକୁ ପଡୁଥିଲା। କିନ୍ତୁ ନୂଆ ବ୍ୟବସ୍ଥା ଦ୍ୱାରା ଉଭୟ ଭାରତୀୟ ଓ ବିଦେଶୀ ମେଡିକାଲ ଗ୍ରାଜୁଏଟ ମାନେ ଏକାସଙ୍ଗରେ ନେକ୍ସଟ ପରୀକ୍ଷା ଦେବ। ଏଥିରେ କୃତକାର୍ଯ୍ୟ ହେଲେ ସେମାନଙ୍କୁ ଇଣ୍ଟର୍ଣ୍ଣସିପ୍‍ କରିବାକୁ ଅନୁମତି ମିଳିବ। ଏହାର ବର୍ଷକ ପରେ ସେମାନେ ନେକ୍ସଟ-୨ ପରୀକ୍ଷା ଦେଇ ପିଜିରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରି ପାରିବେ। ପ୍ରାକ୍ଟିସ ଲାଗି ଲାଇସେନ୍ସ ପ୍ରାପ୍ତ ହେବେ ବୋଲି ନ୍ୟାସନାଲ ମେଡିକାଲ କାଉନସିଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର