ସ୍ଥଗିତ ରହିଲା NEET-UG କାଉନସେଲିଂ

The Sakala Picture
Published On

ନୂଆଦିଲ୍ଲୀ: ସ୍ଥଗିତ ରହିଲା NEET-UG କାଉନସେଲିଂ। ଜାତୀୟ ପରୀକ୍ଷା ଏଜେନ୍ସି ( ଏନଟିଏ) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍ ସହ ବ୍ୟାପକ ଅନିୟମିତତାକୁ ନେଇ ଏବେ ବି ବିବାଦ ଲାଗି ରହିଛି। ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ବିଚାର କରି କାଉନସେଲିଂକୁ ସ୍ଥଗିତ ରଖିବାକୁ ମନା […]

ନୂଆଦିଲ୍ଲୀ: ସ୍ଥଗିତ ରହିଲା NEET-UG କାଉନସେଲିଂ। ଜାତୀୟ ପରୀକ୍ଷା ଏଜେନ୍ସି ( ଏନଟିଏ) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍ ସହ ବ୍ୟାପକ ଅନିୟମିତତାକୁ ନେଇ ଏବେ ବି ବିବାଦ ଲାଗି ରହିଛି। ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଏ ଉପରେ ବିଚାର କରି କାଉନସେଲିଂକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିଲେ। କିନ୍ତୁ ଜାତୀୟ ପରୀକ୍ଷା ଏଜନ୍ସି ଆଜି ଏହାକୁ ସ୍ଥଗିତ ରଖିଛି। କେବେ କାଉନସେଲିଂ ହେବ ସେନେଇ କୌଣସି ସ୍ପଷ୍ଟତା ଆସି ନ ଥିବା ବେଳେ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଏନଟିଏ କହିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର