NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ ଅଜିତ

The Sakala Picture
Published On

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୪୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପାର୍ଟି ଉପରେ ତାଙ୍କ ଦାବି ଜାହିର କରିଛନ୍ତି। ଅଜିତଙ୍କ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗକୁ ମୁହାଁଇଥିବା ବେଳେ ପାର୍ଟି ଓ ଏହାର ନିର୍ବାଚନ ସଂକେତ ଉପରେ ହକ୍ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ଦୁଇ ତୃତୀୟାଂଶରୁ […]

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୪୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପାର୍ଟି ଉପରେ ତାଙ୍କ ଦାବି ଜାହିର କରିଛନ୍ତି। ଅଜିତଙ୍କ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗକୁ ମୁହାଁଇଥିବା ବେଳେ ପାର୍ଟି ଓ ଏହାର ନିର୍ବାଚନ ସଂକେତ ଉପରେ ହକ୍ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଥିବା କହୁଥିବା ବେଳେ ପାର୍ଟି ସେମାନଙ୍କର ହେଉ ବୋଲି ଚାହୁଁଛନ୍ତି। ଶରଦ ପାୱାର ଏବେ ଆଉ ଏନସିପିର ଜାତୀୟ ଅଧ୍ୟକ୍ଷ ନଥିବା ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ଶରଦଙ୍କ ସ୍ଥାନରେ ଆଜିତ ଏବେ ଦଳର ଜାତୀୟ ସଭାପତି ମନୋନୀତ ହୋଇଥିବା ଗୋଷ୍ଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ସେମାନେ କହିଛନ୍ତି ଯେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କ କହିବାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା। ବୈଠକରେ ଶରଦ ପାୱାରଙ୍କୁ ପାର୍ଟିର ଜାତୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ସର୍ବ ସମ୍ମତ ସଭାପତି ମନୋନୀତ କରାଯାଇଥିବା କହିଛନ୍ତି। ନିର୍ବାଚନ ଆୟୋଗଙ୍କୁ କୁହାଯାଇଛି ଯେ ଅଜିତ ପାୱାରଙ୍କୁ ସଭାପତି ବାଛିବା ପାଇଁ ଜୁନ ୩୦ ତାରିଖ ଦିନ ବୈଠକ ଡକାଯାଇଥିଲା। କେବଳ ଏତିକି ନୁହେଁ ସୁନୀଲ ତଟକରେ ପ୍ରଦେଶ ସଭାପତି ରୂପେ ପାର୍ଟି ଦାୟିତ୍ୱ ନେଇଥିଲେ।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ

ଉଲ୍ଲେଖଯୋଗ୍ୟ ଯେ, ଶରଦ ପାୱାର ଓ ଅଜିତ ପାୱାର ଗୋଷ୍ଠୀ ବୁଧବାର ଅଲଗା ଅଲଗା ବୈଠକ ଆୟୋଜନ କରିଥିଲେ। ଏଥିରେ ଅଜିତ ପାୱାରଙ୍କ ବୈଠକରେ ୩୦ରୁ ଅଧିକ ବିଧାୟକ ଯୋଗ ଦେଇଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ୧୨ ଜଣ ବିଧାୟକ ଆସିଥିଲେ। ଏହା ଶରଦ ପାୱାରଙ୍କ ଗୋଷ୍ଠୀଙ୍କ ଲାଗି ଏକ ଝଟକା ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

05 Jul 2023 By The Sakala

NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ ଅଜିତ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୪୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପାର୍ଟି ଉପରେ ତାଙ୍କ ଦାବି ଜାହିର କରିଛନ୍ତି। ଅଜିତଙ୍କ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗକୁ ମୁହାଁଇଥିବା ବେଳେ ପାର୍ଟି ଓ ଏହାର ନିର୍ବାଚନ ସଂକେତ ଉପରେ ହକ୍ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଥିବା କହୁଥିବା ବେଳେ ପାର୍ଟି ସେମାନଙ୍କର ହେଉ ବୋଲି ଚାହୁଁଛନ୍ତି। ଶରଦ ପାୱାର ଏବେ ଆଉ ଏନସିପିର ଜାତୀୟ ଅଧ୍ୟକ୍ଷ ନଥିବା ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ଶରଦଙ୍କ ସ୍ଥାନରେ ଆଜିତ ଏବେ ଦଳର ଜାତୀୟ ସଭାପତି ମନୋନୀତ ହୋଇଥିବା ଗୋଷ୍ଠୀ କହିଛନ୍ତି।

ସେମାନେ କହିଛନ୍ତି ଯେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କ କହିବାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା। ବୈଠକରେ ଶରଦ ପାୱାରଙ୍କୁ ପାର୍ଟିର ଜାତୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ସର୍ବ ସମ୍ମତ ସଭାପତି ମନୋନୀତ କରାଯାଇଥିବା କହିଛନ୍ତି। ନିର୍ବାଚନ ଆୟୋଗଙ୍କୁ କୁହାଯାଇଛି ଯେ ଅଜିତ ପାୱାରଙ୍କୁ ସଭାପତି ବାଛିବା ପାଇଁ ଜୁନ ୩୦ ତାରିଖ ଦିନ ବୈଠକ ଡକାଯାଇଥିଲା। କେବଳ ଏତିକି ନୁହେଁ ସୁନୀଲ ତଟକରେ ପ୍ରଦେଶ ସଭାପତି ରୂପେ ପାର୍ଟି ଦାୟିତ୍ୱ ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶରଦ ପାୱାର ଓ ଅଜିତ ପାୱାର ଗୋଷ୍ଠୀ ବୁଧବାର ଅଲଗା ଅଲଗା ବୈଠକ ଆୟୋଜନ କରିଥିଲେ। ଏଥିରେ ଅଜିତ ପାୱାରଙ୍କ ବୈଠକରେ ୩୦ରୁ ଅଧିକ ବିଧାୟକ ଯୋଗ ଦେଇଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ୧୨ ଜଣ ବିଧାୟକ ଆସିଥିଲେ। ଏହା ଶରଦ ପାୱାରଙ୍କ ଗୋଷ୍ଠୀଙ୍କ ଲାଗି ଏକ ଝଟକା ମନେ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର