ପୁରୀରେ ପାଳନ ହେବ ନୌ ସେନା ଦିବସ: ପହଞ୍ଚିଲାଣି ୪ ଯୁଦ୍ଧ ଟ୍ୟାଙ୍କ, ଆସିବ ୨୫ ଜାହାଜ ଓ ୪୦ରୁ ଊର୍ଦ୍ଧ୍ବ ଯୁଦ୍ଧ ବିମାନ

The Sakala Picture
Published On

ପୁରୀ: ପୁରୀରେ ପାଳନ ହେବ ନୌ ସେନା ଦିବସ। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିରକ୍ଷା ବିଭାଗର ଏଭଳି ଏକ ମେଗା କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହାକୁ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରାଯିବା ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ହାତରେ ଆଉ ମାତ୍ର ସପ୍ତାହେରୁ କମ୍‌ ସମୟ ରହିଛି। ପୁରୀ ମାଟିରେ ପରାକ୍ରମ ଦେଖାଇବ ନୌ ସନା, ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିଲେଣି ଯୁଦ୍ଧ ଟ୍ୟାଙ୍କ। ଆଉ ଗଭୀର ସମୁଦ୍ରରେ ଲଙ୍ଗର ପକାଇଲେଣି ଗୋଟିଏ […]

ପୁରୀ: ପୁରୀରେ ପାଳନ ହେବ ନୌ ସେନା ଦିବସ। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରତିରକ୍ଷା ବିଭାଗର ଏଭଳି ଏକ ମେଗା କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହାକୁ ଶୃଙ୍ଖଳିତ ଏବଂ ଆକର୍ଷଣୀୟ କରାଯିବା ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ହାତରେ ଆଉ ମାତ୍ର ସପ୍ତାହେରୁ କମ୍‌ ସମୟ ରହିଛି। ପୁରୀ ମାଟିରେ ପରାକ୍ରମ ଦେଖାଇବ ନୌ ସନା, ଯାହାର ସାକ୍ଷୀ ରହିବ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ବେଳାଭୂମିରେ ପହଞ୍ଚିଲେଣି ଯୁଦ୍ଧ ଟ୍ୟାଙ୍କ। ଆଉ ଗଭୀର ସମୁଦ୍ରରେ ଲଙ୍ଗର ପକାଇଲେଣି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ। ଆକାଶରେ ଚକ୍କର କାଟୁଛନ୍ତି ହେଲିକପ୍ଟର। ଏହାର ଭିତରେ ବୁଧବାରଠାରୁ ବେଳାଭୂମିରେ ନୌ ବୀରଙ୍କ ରିହର୍ସାଲ ମଧ୍ୟ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆସନ୍ତା ଡିସେମ୍ବର ୪ରେ ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ପାଳନ କରିବ ନୌସେନା ଦିବସ। ଅତି ନିକଟରୁ ଭାରତୀୟ ନୌବୀରଙ୍କ ଶୌର୍ଯ୍ୟ ଓ ପରାକାଷ୍ଠା ଦେଖିପାରିବେ ରାଜ୍ୟବାସୀଙ୍କ ସମେତ ଦେଶ ବିଦେଶର ପର୍ଯ୍ୟଟକ। ଏଥିରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଉଥିବାବେଳେ ତିନି ସେନାର ମୁଖିଆଙ୍କ ସମେତ ଭିଭିଆଇପି, ଭିଆଇପି ଏବଂ ବିଶଷ୍ଟ ବ୍ୟକ୍ତି ଯୋଗଦେବେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନୌସେନା, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ଲୁ ଫ୍ଲାଗ ବିଚ୍‌ ସମ୍ମୁଖରେ ନୌସେନା ଦିବସ ପାଳନ ହେବାକୁ ଥିବା ବେଳେ ଏଠାରେ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ମଞ୍ଚ ସହ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବ୍ଲୁ ଫ୍ଲାଗ ବିଚ୍‌କୁ ସୁନ୍ଦର ଭାବେ ସଜ୍ଜାଯାଉଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବୁଧବାର ପୁରୀ ବେଳାଭୂମିରେ ପହଞ୍ଚିଛି ୪ଟି ଯୁଦ୍ଧ ଟ୍ୟାଙ୍କ। ଏହି ବିଏମ୍‌ପି ଟ୍ୟାଙ୍କର ଗୁଡ଼ିକରେ ସେନା ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ଆହୁରି ଅନେକ ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ସହିତ ଅନେକ ଯୁଦ୍ଧ ସାମଗ୍ରୀ ଆସିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସମୁଦ୍ରରେ ଲଙ୍ଗର ପକାଇଲେଣି ଯୁଦ୍ଧ ଜାହାଜ
ନୌସେନା ଦିବସ ପାଳନ ପାଇଁ ପୁରୀ ସମୁଦ୍ରରେ ପହଞ୍ଚିଲେଣି ଯୁଦ୍ଧ ଜାହାଜ। ଏହି ଯୁଦ୍ଧ ଜାହାଜରୁ ହିଁ ନୌ ବୀରମାନେ କିପରି ଶତ୍ରୁ ପକ୍ଷକୁ ମୁକାବିଲା କରିବେ ଏବଂ ବିଭିନ୍ନ ଯୁଦ୍ଧ କୌଶଳ ଦେଖାଇବେ। ପୁରୀ ସମୁଦ୍ରକୁ ନୌ ସେନାର ୨୫ଟି ଜାହାଜ ଆସିବାକୁ ଥିବାବେଳେ ବୁଧବାର ସୁଦ୍ଧା ୭ଟି ଜାହାଜ ପହଞ୍ଚି ଯାଇଛନ୍ତି। ଏହି ଜାହାଜ ଗୁଡ଼ିକ ଗଭୀର ସମୁଦ୍ରରେ ଲଙ୍ଗର ପକାଇ ରହିଛନ୍ତି। ବୁଧବାର ଏହି ଜାହାଜରୁ ନୌ ବୀରମାନେ ରେସିକ୍ୟୁ ବୋଟ ଆଣି ବେଳାଭୂମିରେ ପହଞ୍ଚିଛନ୍ତି। ପ୍ରାୟ ୬ଟି ରେସିକ୍ୟୁ ବୋଟ ଅଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର