ସ୍ବାଧୀନତା ଦିବସ ପୂର୍ବରୁ ସାରା ଦେଶରେ ହାଇଆଲର୍ଟ: ଦିଲ୍ଲୀରୁ ୨୦୦୦ ଗୁଳି ଜବତ; ୬ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆଜାଦି କା ଅମୃତ ମହୋତ୍ସବ ପାଳନ ନେଇ ନାନା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଅବସରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ଏବଂ ଦେଶ ବିରୋଧୀ ଶକ୍ତି। ବିଭିନ୍ନ ସ୍ଥାନରେ ଆତଙ୍କବାଦ ଆକ୍ରମଣ ପାଇଁ ଯୋଜନା କରାଯାଇଥିବାରୁ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ଏବଂ କୋଲକାତା ଆଦି ସହରରୁ ଏଭଳି କିଛି ସୁରାକ୍‌ ମିଳିବା ପରେ […]

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଆଜାଦି କା ଅମୃତ ମହୋତ୍ସବ ପାଳନ ନେଇ ନାନା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଅବସରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ଏବଂ ଦେଶ ବିରୋଧୀ ଶକ୍ତି। ବିଭିନ୍ନ ସ୍ଥାନରେ ଆତଙ୍କବାଦ ଆକ୍ରମଣ ପାଇଁ ଯୋଜନା କରାଯାଇଥିବାରୁ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ଏବଂ କୋଲକାତା ଆଦି ସହରରୁ ଏଭଳି କିଛି ସୁରାକ୍‌ ମିଳିବା ପରେ ରାଜ୍ୟ ସରକାରମାନଙ୍କୁ ସତର୍କ କରିଦିଆଯାଇଛି। ଦିଲ୍ଲୀରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୨୦୦୦ ଅଫୁଟା ଗୁଳି ସମେତ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି ବୋଲି ଦିଲ୍ଲୀ ଏସିପି (ପୂର୍ବ)କହିଛନ୍ତି। ଗୁଳି ଭର୍ତ୍ତି ୨ଟି ବ୍ୟାଗ୍‌ ସହ ଅଭିଯୁକ୍ତମାନଙ୍କୁ ଜାତୀୟ ରାଜଧାନୀର ଆନନ୍ଦ ବିହାରରୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ପାଇଁ କିଛି ଗୋଷ୍ଠୀ ସକ୍ରିୟ ହୋଇଥିବା ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିବାରୁ ଏଠାରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅଗଷ୍ଟ ୧୫ରେ ପ୍ରାୟ ୧୦ ହଜାର ସୁରକ୍ଷା କର୍ମୀ କେବଳ ଦିଲ୍ଲୀରେ ମୁତୟନ ହେବେ। ସେହିପରି ‌ପାଟ୍ରୋଲିଙ୍ଗ ସମେତ ଯାନବାହନ ତଲାସ, ମେଟ୍ରୋ ଷ୍ଟେସନ୍‌, ରେଳ ଷ୍ଟେସନ୍‌, ବିମାନ ବନ୍ଦର ଏବଂ ବଜାର ସମେତ ଦିଲ୍ଲୀର ସମସ୍ତ ସ୍ପର୍ଶକାତର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହୋଟେଲ, ପାର୍କିଙ୍ଗ୍‌ସ୍ଥଳ ଏବଂ ରେସ୍ତୋରାଁରେ ତଲାସ କରାଯିବା ସହିତ ଭଡ଼ାରେ ରହୁଥିବା ଲୋକମାନଙ୍କ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ଉପରେ ଡ୍ରୋନ ଉଡ଼ାଇବା ଅଭିଯୋଗରେ ଦୁଇ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସୋମନେ ମହମ୍ମଦ ସିଫତ୍‌ ଓ ମହମ୍ମଦ ରହମନ ହୋଇଥିବା ବେଳେ ସେମାନଙ୍କ ଘର ବାଂଲାଦେଶର ରାଜସାହି ଜିଲ୍ଲାରେ ବୋଲି ଜଣାପଡ଼ିଛି। ସ୍ବାଧୀନତା ଦିବସ ପୂର୍ବରୁ ସେମାନେ ଡ୍ରୋନ ଦ୍ବାରା ଭିକ୍ଟୋରିଆ ମେମୋରିଆଲର ଫଟୋ କାହିଁକି ନେଉଥିଲେ ସେ ସମ୍ପର୍କରେ ପୁଲିସ ପଚରାଉଚରା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର