‘ଏଲିୟନ’ଙ୍କ ଉପସ୍ଥିତିକୁ ନେଇ ନାସା ଜାରି କଲା ୩୩ ପୃଷ୍ଟାର ବିସ୍ତୃତ ରିପୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଏଲିୟନ ମାନଙ୍କୁ ନେଇ ଆସିଲା ବଡ଼ ଖବର।  ଅଜଣା ଉଡ଼ନ୍ତା ବସ୍ତୁ (UFOs)କୁ ନେଇ ନାସା ପକ୍ଷରୁ ଗୁରୁବାର ବଡ଼ ସୂଚନା ପ୍ରଦାନ କରାଯାଇଛି।  ୩୩ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ନାସା । ବିଶ୍ୱ ବ୍ରହ୍ମାଣ୍ଡରେ ‘ଏଲିୟନ’ ଥିବା ନାସା ବୈଜ୍ଞାନିକଙ୍କ ସୂଚନା । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ରହିଥିବା ସମ୍ଭାବନା ମଧ୍ୟ ରହିଛି। ଅତ୍ୟାଧୁନିକ ସାଟେଲାଇଟ ଜରିଆରେ ସନ୍ଧାନ କରାଯାଉଛି । ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ […]

ନୂଆଦିଲ୍ଲୀ: ଏଲିୟନ ମାନଙ୍କୁ ନେଇ ଆସିଲା ବଡ଼ ଖବର।  ଅଜଣା ଉଡ଼ନ୍ତା ବସ୍ତୁ (UFOs)କୁ ନେଇ ନାସା ପକ୍ଷରୁ ଗୁରୁବାର ବଡ଼ ସୂଚନା ପ୍ରଦାନ କରାଯାଇଛି।  ୩୩ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ନାସା । ବିଶ୍ୱ ବ୍ରହ୍ମାଣ୍ଡରେ ‘ଏଲିୟନ’ ଥିବା ନାସା ବୈଜ୍ଞାନିକଙ୍କ ସୂଚନା । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ରହିଥିବା ସମ୍ଭାବନା ମଧ୍ୟ ରହିଛି। ଅତ୍ୟାଧୁନିକ ସାଟେଲାଇଟ ଜରିଆରେ ସନ୍ଧାନ କରାଯାଉଛି । ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ଗଠନ ହୋଇଛି ।  ଗତକାଲି ମେକ୍ସିକୋର ସାମ୍ବାଦିକ ତଥା ଅଜଣା ଉଡନ୍ତା ବସ୍ତୁ ବା ୟୁଏଫଓ ସମ୍ପର୍କରେ ଦୀର୍ଘ ଗବେଷଣା କରୁଥିବା ଜେମ୍ ମୌସାନ ଏକ ଭିନ୍ନ ଜୀବର ଶବ ଦେଖାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ


ଅଜଣା ଉଡ଼ନ୍ତାବସ୍ତୁର ଅନ୍ୟଗ୍ରହ ଜଗତ ସହ ସଂଯୋଗ ଅଛି କି ନାହିଁ ଏହାର ଅଧ୍ୟୟନ କରାଯିବ। ବୈଷୟିକ ବିଶେଷଜ୍ଞଙ୍କଠାରୁ ସାହାଯ୍ୟ ନେବେ। ନାସାର ମିଶନ ହେଉଛି ଅଜ୍ଞାତକୁ ଖୋଜିବା ବୋଲି ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି । ସେ ଆହୁକରି କହିଛନ୍ତି ଯେ ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ସତ୍ତା ରହିଛି ବୋଲି ମୋର ବିଶ୍ୱାସ।  ଦୀର୍ଘ ୯ ମାସ ଧରି ନାସାର ଏକ ଅନୁଧ୍ୟାନ କମିଟି ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ଏବଂ ଏଲିୟନ୍ ସମ୍ପର୍କରେ ଅନୁଧ୍ୟାନ କରୁଥିଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର