ଦୀର୍ଘ ୯ ମାସ ପ୍ରତୀକ୍ଷାର ଅନ୍ତ : ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ

The Sakala Picture
Published On

ୱାଶିଂଟନ୍‌ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ୍‌ ହଗ୍‌ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ […]

ୱାଶିଂଟନ୍‌ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ୍‌ ହଗ୍‌ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ସଫଳ ଅବତରଣ ହୋଇଛି । ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୫.୫୭ ମିନିଟ୍‌ (ଭାରତୀୟ ସମୟ ବୁଧବାର ପ୍ରତ୍ୟୁଷ ୩.୨୭ ମିନିଟ୍‌)ରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ଡ୍ରାଗନ୍ ଲାଣ୍ଡିଂ କରିବା ପରେ ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।

19 Mar 2025 By The Sakala

ଦୀର୍ଘ ୯ ମାସ ପ୍ରତୀକ୍ଷାର ଅନ୍ତ : ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ

ୱାଶିଂଟନ୍‌ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ୍‌ ହଗ୍‌ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ସଫଳ ଅବତରଣ ହୋଇଛି । ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୫.୫୭ ମିନିଟ୍‌ (ଭାରତୀୟ ସମୟ ବୁଧବାର ପ୍ରତ୍ୟୁଷ ୩.୨୭ ମିନିଟ୍‌)ରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।

ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ଡ୍ରାଗନ୍ ଲାଣ୍ଡିଂ କରିବା ପରେ ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା।

ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।

https://www.thesakala.in/national-international/nasa-astronauts-butch-wilmore-and-sunita-williams-return-to-earth-after-nine-months-in-space/article-39414
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର