ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ, ଘୋଷଣା ହେଲା ନିର୍ବାଚନୀ ତାରିଖ

The Sakala Picture
Published On

ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି।  ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘଷଣା କରାଯାଇଛି। ଘୋଷଣା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ଯାୟରେ ଭୋଟିଂ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭାର ସମସ୍ତ […]

ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି।  ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଘୋଷଣା କରିଛନ୍ତି। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଘୋଷଣା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ଯାୟରେ ଭୋଟିଂ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ। ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ରେଜଲ୍ଟ ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ତ୍ରପୁରା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ ୩୦ ରହିଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଫେବୃଆରୀ ୨ ରହିଛି। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଫେବୃଆରୀ ୭ ରହିଛି। ଫେବୃଆରୀ ୧୦ ସୁଦ୍ଧା ଏହି ଦୁଇ ରାଜ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୨୭ରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର