ରାଜ୍ୟପାଳଙ୍କ ବୟାନକୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ମରାଠା

The Sakala Picture
Published On

ମୁମ୍ବାଇ : ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ‘ଯଦି ଗୁଜୁରାଟୀ ଏବଂ ରାଜସ୍ଥାନୀଙ୍କୁ ମୁମ୍ବାଇ ଏବଂ ପୁଣେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡିଯିବ। ଗୁଜରାଟୀ ମାନେ ମୁମ୍ବାଇରୁ ଚାଲିଗଲେ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ। ରାଜ୍ୟପାଳ ଏକ ସଭାରେ ଦେଇଥିବା ଏହି ବୟାନକୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ହେବା ସହ ରାସ୍ତାକୁ ଓହ୍ଲାଇଛନ୍ତି ମରାଠା। ଏଥି ସହିତ ବିଭିନ୍ନ ରାଜନୈତିକ ଦଳ ରାଜ୍ୟପାଳଙ୍କ […]

ମୁମ୍ବାଇ : ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ। ‘ଯଦି ଗୁଜୁରାଟୀ ଏବଂ ରାଜସ୍ଥାନୀଙ୍କୁ ମୁମ୍ବାଇ ଏବଂ ପୁଣେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡିଯିବ। ଗୁଜରାଟୀ ମାନେ ମୁମ୍ବାଇରୁ ଚାଲିଗଲେ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ। ରାଜ୍ୟପାଳ ଏକ ସଭାରେ ଦେଇଥିବା ଏହି ବୟାନକୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ହେବା ସହ ରାସ୍ତାକୁ ଓହ୍ଲାଇଛନ୍ତି ମରାଠା। ଏଥି ସହିତ ବିଭିନ୍ନ ରାଜନୈତିକ ଦଳ ରାଜ୍ୟପାଳଙ୍କ ବୟାନକୁ ନିନ୍ଦନୀୟ କହିବା ସହ ଖୁବ୍‌ ଶିଘ୍ର କେନ୍ଦ୍ର ସରକାର ତାଙ୍କୁ ମହାରାଷ୍ଟ୍ରରୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍‌ଜୀ କୋଠାରୀଙ୍କ ନାମରେ ଗୋଟାଏ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଯୋଗଦେଇଥିଲେ। ଉକ୍ତ ସଭାରେ ଲୋକମାନଙ୍କ ସମ୍ଭୋଧନ କରିବା ସମୟରେ ସେ କହିଥିଲେ ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନଥିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବ ନାହିଁ ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ


ରାଜ୍ୟପାଳଙ୍କ ଏହି ବୟାନ ପରେ ମହାରାଷ୍ଟ୍ରରେ ତୀବ୍ର ସମାଲୋଚନା କରାଯାଉଛି। ରାଜ୍ୟପାଳ ଦେଇଥିବା ଟିପ୍ପଣୀକୁ ନେଇ ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ତୀବ୍ର ନିନ୍ଦା କରିଛନ୍ତି। ବହୁ ଦଶନ୍ଧି ଧରି ଲାଗି ରହିଥିବା ମରାଠୀ-ଗୁଜରାଟୀ ବିବାଦ ତେଜି ଉଠୁଥିବା ବେଳେ ସାଂସଦ ସଞ୍ଜୟ ରାଉତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେ ଅନ୍ତତଃ ରାଜ୍ୟପାଳ ଦେଇଥିବା ବିବୃତିକୁ ନିନ୍ଦା କରନ୍ତୁ।


ଟୁଇଟ୍‌ କରି ସଞ୍ଜୟ ରାଉତ ଲେଖିଛନ୍ତି, ‘ବିଜେପି’ ପ୍ରାୟୋଜିତ ମୁଖ୍ୟମନ୍ତ୍ରୀ କ୍ଷମତାସୀନ ହେବା କ୍ଷଣି ମରାଠୀ ବ୍ୟକ୍ତି ଅପମାନିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସିନ୍ଦେ ଅନ୍ତତଃ ରାଜ୍ୟପାଳଙ୍କୁ ନିନ୍ଦା କରନ୍ତୁ। କଠୋର ପରିଶ୍ରମୀ ମରାଠୀ ଜନତାଙ୍କ ପ୍ରତି ଏହା ଅପମାନ। ଜନସାଧାରଣଙ୍କୁ ଜାଗ୍ରତ ହେବାକୁ ଆହ୍ବାନ ଦେଇ ସାଂସଦ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ଏବଂ ମରାଠୀଙ୍କୁ ରାଜ୍ୟପାଳ ଭିକାରି ବୋଲି ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ, ଆପଣ ଶୁଣୁଛନ୍ତି ତ? ନା ଆପଣଙ୍କ ମହାରାଷ୍ଟ୍ର ଭିନ୍ନ। ଯଦି ଆପଣଙ୍କର ଆତ୍ମସମ୍ମାନ ଥାଏ, ତେବେ ରାଜ୍ୟପାଳଙ୍କ ଇସ୍ତଫା ଦାବି କରନ୍ତୁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଏହି ଘଟଣାରେ ରାଜ୍ୟପାଳଙ୍କୁ ଟାର୍ଗେଟ କରି କହିଛନ୍ତି ” ଆପଣ ମରାଠୀ ଲୋକଙ୍କୁ ବୋକା ବନାନ୍ତୁ ନାହିଁ। ଯଦି ଆପଣ ମହାରାଷ୍ଟ୍ରର ଇତିହାସ ବିଷୟରେ କିଛି ଜାଣି ନାହାଁନ୍ତି, ତେବେ ଏହା ବିଷୟରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ।”


ରାଜ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳଙ୍କ ପଦ ଏକ ସମ୍ମାନଜନକ ପଦବୀ ତେଣୁ ଲୋକମାନେ ଏହା ବିରୁଦ୍ଧରେ କିଛି କହିବେ ନାହିଁ, କିନ୍ତୁ ଆପଣଙ୍କ ବିବୃତ୍ତି ମହାରାଷ୍ଟ୍ରର ଲୋକଙ୍କୁ ଆଘାତ ଦେଇଛି। ରାଜ ଆହୁରି କହିଛନ୍ତି “ରାଜ୍ୟରେ ମରାଠୀ ଲୋକଙ୍କ ପାଇଁ ଭଲ ଚାକିରି ସୁଯୋଗ ସୃଷ୍ଟି ହେଉଛି। ତେଣୁ ଅନ୍ୟ ରାଜ୍ୟର ଲୋକମାନେ ଏଠାକୁ ଆସି କାମ ପାଉଛନ୍ତି। ସେମାନେ ଅନ୍ୟ କୌଣସି ସ୍ଥାନରେ ଏପରି ପରିବେଶ ପାଇବେ କି? ବୋଲି ପ୍ରଶ୍ନ କରିଛନ୍ତି ରାଜ ଠାକରେ। ତେବେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମରାଠୀ ଲୋକଙ୍କୁ ବୋକା ବାନାନ୍ତୁ ନାହିଁ ବୋଲି ରାଜ ଠାକରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ କହିଛନ୍ତି।

ସେପଟେ ସେପଟେ କଂଗ୍ରେସ ନେତା ସଚିନ ସାୱନ୍ତ ମଧ୍ୟ ରାଜ୍ୟପାଳଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି। ସେ ରାଜ୍ୟପାଳଙ୍କ ବିବାଦୀୟ ବୟାନର ଭିଡିଓ ଟ୍ୱିଟ୍‌ କରି ମରାଠାମାନଙ୍କୁ ଅପମାନ ଦୁଃଖଦାୟକ ବୋଲି କହିଛନ୍ତି। ସେହିପରି ଆଉ ଜଣେ କଂଗ୍ରେସ ନେତା ରାଜ୍ୟପାଳ ତାଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର