ଆଫଗାନିସ୍ତାନରେ ତାଲିବାନୀ ସରକାରର ଦାୟିତ୍ୱ ସମ୍ଭାଳିବେ ମୁଲ୍ଲା ବରାଦର ଗନି

The Sakala Picture
Published On

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ନୂଆ ସରକାର ଘୋଷଣା କରିଛି ତାଲିବାନ । ଆତଙ୍କ ଭିତରେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ବେହତୁଲ୍ଲା ଅଖୁନ୍ଦଜାଦାକୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ। ତାଙ୍କ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ନୂଆ ସରକାର ଘୋଷଣା କରିଛି ତାଲିବାନ । ଆତଙ୍କ ଭିତରେ ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନୀ ସରକାର। ତାଲିବାନୀଙ୍କ ହୁକୁମରେ ଚାଲିବ ପୁରା ଆଫଗାନିସ୍ତାନ। ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ବେହତୁଲ୍ଲା ଅଖୁନ୍ଦଜାଦାକୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ। ତାଙ୍କ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଲିବାନର ମୁଲ୍ଲା ବରାଦର ନୂତନ ସରକାରର ମୁଖିଆ ହେବେ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ତାଲିବାନର ଏକ ଗଣମାଧ୍ୟ ସଂସ୍ଥାର ସୂଚନା ମୁତାବକ ମୁଲ୍ଲା ବରାଦର ଆଫଗାନିସ୍ତାନର ନୂତନ ସରକାରର କାର୍ଯ୍ୟଭାର ନିଜ ହାତକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ତାଲିବାନର ଦିବଙ୍ଗତ ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଏବଂ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ମଧ୍ୟ ସରକାରରେ ବରିଷ୍ଠ ପଦବୀରେ ରହିବେ। ମୁଲ୍ଲା ଅବଦୁଲ ଗନି ବରାଦରକୁ ୨୦୧୦ ମସିହାରେ ଦକ୍ଷିଣ ପାକିସ୍ତାନର କରାଚି ସହରରେ ସୁରକ୍ଷା ବାହିନୀ କାବୁ କରି ନିଜ ଅଧିନକୁ ନେଇଥିଲେ। ଏହା ପରେ ଅବଦୁଲ ଗନିକୁ ୨୦୧୮ରେ ଛାଡ଼ିଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର