ଜୁଲାଇ ୩୧ ସୁଦ୍ଧା ‘ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ’ ଲାଗୁ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ‘ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ’ ଲାଗୁ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। କୋଭିଡ ସ୍ଥିତି ଥିବା ଯାଏ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ସୁପ୍ରିମ୍‌ କୋର୍ଟ କହିଛନ୍ତି। ଲକଡାଉନ ଓ ସଟଡାଉ ହେବା ପରେ ସବୁଠାରୁ ଯଦି ଅଧିକ କିଏ ହଇରାଣ ହୋଇଥାନ୍ତି ସେମାନେ ହେଲେ ପ୍ରବାସୀ ଓ ଦାଦନ ଶ୍ରମିକ। ସେମାନେ କାମ କରୁଥିବା […]

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ‘ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ’ ଲାଗୁ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। କୋଭିଡ ସ୍ଥିତି ଥିବା ଯାଏ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ଲକଡାଉନ ଓ ସଟଡାଉ ହେବା ପରେ ସବୁଠାରୁ ଯଦି ଅଧିକ କିଏ ହଇରାଣ ହୋଇଥାନ୍ତି ସେମାନେ ହେଲେ ପ୍ରବାସୀ ଓ ଦାଦନ ଶ୍ରମିକ। ସେମାନେ କାମ କରୁଥିବା ରାଜ୍ୟଗୁଡ଼ିକରେ କାମ ହରାଇବା ପରେ ଖାଇବା ପିଇବା ପାଇଁ ହଇରାଣ ହୋଇଛନ୍ତି। ତେବେ ସେମାନେ ଯେମିତି ଆଗକୁ ହଇରାଣ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାରମାନେ ସେମାନଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ନିଷ୍ପତ୍ତି ଜୁଲାଇ ଶେଷ ସୁଦ୍ଧା ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମହାମାରୀ ସମୟରେ ଗୋଷ୍ଠୀ ରୋଷେଇ (କମ୍ୟୁନିଟି କିଚେନ)ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷେ ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦଇଛନ୍ତି। ମହାମାରୀ ଚାଲିଥିବା ପର୍ଯ୍ଯନ୍ତ ପ୍ରବାସୀ ଗରିବ ଶ୍ରମିକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ଵ ଦେଇଛନ୍ତି।

ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ତଥ୍ୟ ରଖିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର କାମ ଆରମ୍ଭ କରିଛନ୍ତି। କିନ୍ତୁ ତାହା ଏଯାଏ ଶେଷ ହୋଇନାହିଁ। ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ଏମ୍ଏନଆରଇଜିଏ, ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଜୀକୃତ ଲୋକମାନଙ୍କ ତଥ୍ୟ ସରକାରଙ୍କ ପାଖରେ ଥିଲା। ହେଲା ତାହା ପୂର୍ଣ୍ଣାଙ୍ଗ ହେଉ ନ ଥିବାରୁ ତୃଣମୂଳସ୍ତରରେ ଗଣନା ପାଇଁ କାର୍ଯ୍ଯକ୍ରମ ଆରମ୍ଭ ହୋଇଛି। ତେବେ କେନ୍ଦ୍ର ସରକାର ଏଥିପାଇଁ ଏକ ପୋର୍ଟାଲ ପ୍ରସ୍ତୁତ କରିବେ ବୋଲି ପ୍ରାୟ ୮ ମାସ ତଳେ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ଏହାକୁ ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

29 Jun 2021 By The Sakala

ଜୁଲାଇ ୩୧ ସୁଦ୍ଧା ‘ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ’ ଲାଗୁ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ‘ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ’ ଲାଗୁ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ନିର୍ଦେଶ ଦେଇଛନ୍ତି। କୋଭିଡ ସ୍ଥିତି ଥିବା ଯାଏ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଲକଡାଉନ ଓ ସଟଡାଉ ହେବା ପରେ ସବୁଠାରୁ ଯଦି ଅଧିକ କିଏ ହଇରାଣ ହୋଇଥାନ୍ତି ସେମାନେ ହେଲେ ପ୍ରବାସୀ ଓ ଦାଦନ ଶ୍ରମିକ। ସେମାନେ କାମ କରୁଥିବା ରାଜ୍ୟଗୁଡ଼ିକରେ କାମ ହରାଇବା ପରେ ଖାଇବା ପିଇବା ପାଇଁ ହଇରାଣ ହୋଇଛନ୍ତି। ତେବେ ସେମାନେ ଯେମିତି ଆଗକୁ ହଇରାଣ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାରମାନେ ସେମାନଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ନିଷ୍ପତ୍ତି ଜୁଲାଇ ଶେଷ ସୁଦ୍ଧା ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମହାମାରୀ ସମୟରେ ଗୋଷ୍ଠୀ ରୋଷେଇ (କମ୍ୟୁନିଟି କିଚେନ)ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷେ ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦଇଛନ୍ତି। ମହାମାରୀ ଚାଲିଥିବା ପର୍ଯ୍ଯନ୍ତ ପ୍ରବାସୀ ଗରିବ ଶ୍ରମିକମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ଵ ଦେଇଛନ୍ତି।

ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ତଥ୍ୟ ରଖିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର କାମ ଆରମ୍ଭ କରିଛନ୍ତି। କିନ୍ତୁ ତାହା ଏଯାଏ ଶେଷ ହୋଇନାହିଁ। ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ଏମ୍ଏନଆରଇଜିଏ, ଖାଦ୍ୟ ସୁରକ୍ଷା ଆଇନରେ ପଞ୍ଜୀକୃତ ଲୋକମାନଙ୍କ ତଥ୍ୟ ସରକାରଙ୍କ ପାଖରେ ଥିଲା। ହେଲା ତାହା ପୂର୍ଣ୍ଣାଙ୍ଗ ହେଉ ନ ଥିବାରୁ ତୃଣମୂଳସ୍ତରରେ ଗଣନା ପାଇଁ କାର୍ଯ୍ଯକ୍ରମ ଆରମ୍ଭ ହୋଇଛି। ତେବେ କେନ୍ଦ୍ର ସରକାର ଏଥିପାଇଁ ଏକ ପୋର୍ଟାଲ ପ୍ରସ୍ତୁତ କରିବେ ବୋଲି ପ୍ରାୟ ୮ ମାସ ତଳେ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ଏହାକୁ ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର