ପିଶାଚୀ ସାଜିଲା ମା’ : ୬ ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା

The Sakala Picture
Published On

ରାଇଗଡ଼ : ମହାରାଷ୍ଟ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ଜନ୍ମକଲା ମାଆ ପିଶାଚି ସାଜିଛି। ମାଆ ନିଜ ମମତାକୁ ମାରିଦେଇଛି। କ୍ରୋଧ ଯୋଗୁଁ ମାଆ ନିଜ ପିଲାଙ୍କ ମଧ୍ୟ ଭୁଲିଯାଇଛି। ଗୋଟିଏ ପରେ ଗୋଟିଏ ନିଜର ୬ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛି। କୂଅରୁ ସେମାନଙ୍କୁ ବାହାର କରିବା ପରିବର୍ତ୍ତେ ମାଆ ମୃତ୍ୟୁର ଭୟାନକ ଦୃଶ୍ୟକୁ ଚାହିଁ ରହିଥିଲା। ଏହି ଘଟଣା ପରେ ମହିଳାଙ୍କୁ ପୁଲିସ ଗିରଫ କରିଛି। ପାରିବାରିକ ବିବାଦ […]

ରାଇଗଡ଼ : ମହାରାଷ୍ଟ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ଜନ୍ମକଲା ମାଆ ପିଶାଚି ସାଜିଛି। ମାଆ ନିଜ ମମତାକୁ ମାରିଦେଇଛି। କ୍ରୋଧ ଯୋଗୁଁ ମାଆ ନିଜ ପିଲାଙ୍କ ମଧ୍ୟ ଭୁଲିଯାଇଛି। ଗୋଟିଏ ପରେ ଗୋଟିଏ ନିଜର ୬ ଶିଶୁଙ୍କୁ କୂଅକୁ ଫିଙ୍ଗି ହତ୍ୟା କରିଛି। କୂଅରୁ ସେମାନଙ୍କୁ ବାହାର କରିବା ପରିବର୍ତ୍ତେ ମାଆ ମୃତ୍ୟୁର ଭୟାନକ ଦୃଶ୍ୟକୁ ଚାହିଁ ରହିଥିଲା। ଏହି ଘଟଣା ପରେ ମହିଳାଙ୍କୁ ପୁଲିସ ଗିରଫ କରିଛି। ପାରିବାରିକ ବିବାଦ ଯୋଗୁଁ ମହିଳା ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ପୁଲିସ କହିଛି। ରାଇଗଡ଼ ଜିଲ୍ଲା ମହାଡ଼ ବ୍ଲକ ଅନ୍ତର୍ଗତ ବୋରୱାଡି ଗ୍ରାମରେ ଏହି ଘଟଣା ଘଟିଛି। ମଙ୍ଗଳବାର ସକାଳେ ସମସ୍ତ ଶିଶୁଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଋଷିଆର ଭୟଙ୍କର ମିସାଇଲ ମାଡ଼: ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ

ମୃତକଙ୍କ ମଧ୍ୟରେ ୫ ଝିଅ ଏବଂ ଗୋଟିଏ ପୁଅ ସାମିଲ ରହିଛି। ସେମାନଙ୍କ ବୟସ ୧୦ରୁ ୩ ବର୍ଷ ମଧ୍ୟରେ ଥିଲା। ମହିଳାଙ୍କ ଅନୁଯାୟୀ ସ୍ବାମୀଙ୍କ ସହ ତାଙ୍କର ଝଗଡା ହୋଇଥିଲା। ପରେ ସୋମବାର ସକାଳେ ଶ୍ବଶୁର ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସେ ଏହାକୁ ନେଇ ଦୁଃଖିତ ଥିଲେ। ତେଣୁ ରାତିରେ ଶିଶୁଙ୍କୁ ମାରିବାକୁ ନିଷ୍ପତ୍ତି ନେଇଥିଲେ। ଶିଶୁ ମରିବା ପରେ ମହିଳା ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ କୂଅ ଡେଇଁଥିଲେ ମଧ୍ୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାର ସୂଚନା ମିଳିବା ପରେ ମହାଡ ବିଧାୟକ ପୁଲିସ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ମହିଳାଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର