ମୋଦୀ ସରକାରଙ୍କ ଅର୍ଥନୀତିରେ ଅସନ୍ତୁଷ୍ଟ ଦେଶର ଅର୍ଦ୍ଧାଧିକ ଜନତା

The Sakala Picture
Published On

ନୂଆଦିଲ୍ଲୀ  : ସାମ୍ପ୍ରତିକ ସମୟରେ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଏବଂ ବେରୋଜଗାରି ଏତେ ମାତ୍ରାରେ ବଢ଼ିଯାଇଛି ଯେ ଚାରିଆଡେ ଏହାକୁ ନେଇ ଅସନ୍ତୋଷ କୁହୁଳୁଛି। ଏଭଳି ସମୟରେ ଆସିଛି ଇଣ୍ଡିଆ ଟୁଡେ ଏବଂ ସି ଭୋଟର ସର୍ଭେ ରିପୋର୍ଟ। ଏଥିରେ ଦେଶର ପାଖାପାଖି ଅଧା ଭାଗ ଲୋକ ଅର୍ଥାତ୍‌ ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଲୋକ ମୋଦୀ ସରକାରଙ୍କ ଅର୍ଥନୀତିକୁ ପସନ୍ଦ କରୁନାହାନ୍ତି। ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ବିଗତ […]

ନୂଆଦିଲ୍ଲୀ  : ସାମ୍ପ୍ରତିକ ସମୟରେ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଏବଂ ବେରୋଜଗାରି ଏତେ ମାତ୍ରାରେ ବଢ଼ିଯାଇଛି ଯେ ଚାରିଆଡେ ଏହାକୁ ନେଇ ଅସନ୍ତୋଷ କୁହୁଳୁଛି। ଏଭଳି ସମୟରେ ଆସିଛି ଇଣ୍ଡିଆ ଟୁଡେ ଏବଂ ସି ଭୋଟର ସର୍ଭେ ରିପୋର୍ଟ। ଏଥିରେ ଦେଶର ପାଖାପାଖି ଅଧା ଭାଗ ଲୋକ ଅର୍ଥାତ୍‌ ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଲୋକ ମୋଦୀ ସରକାରଙ୍କ ଅର୍ଥନୀତିକୁ ପସନ୍ଦ କରୁନାହାନ୍ତି। ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ବିଗତ ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ନୀତିକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟାରେ ଢ଼େର ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ବର୍ତ୍ତମାନ ଦେଶର ମାତ୍ର ୫୨ ପ୍ରତିଶତ ଲୋକ ମୋଦୀ ସରକାରଙ୍କ ଆର୍ଥିକ ନୀତିରେ ଖୁସିଅଛନ୍ତି। ଇଣ୍ଡିଆ ଟୁଡେ ଏବଂ ସି ଭୋଟରର ସଦ୍ୟତମ ସର୍ଭେରେ ଏହା ସୂଚନା ସାମ୍ନାକୁ ଆସିଛି। ଦେଶର ମୁଡ୍ ଜାଣିବା ପାଇଁ ହୋଇଥିବା ସର୍ଭେ ଅନୁଯାୟୀ, ଏକ ବର୍ଷ ପୂର୍ବେ ୬୦ ପ୍ରତିଶତରୁ ଅଧିକ ଲୋକ ମୋଦୀ ସରକାରଙ୍କ ଆର୍ଥିକ ନୀତି ପସନ୍ଦ କରୁଥିଲେ। କିନ୍ତୁ ଏବେ ଏଥିରେ ହ୍ରାସ ଘଟି ଏହା ୫୨ ପ୍ରତିଶତକୁ ଖସିଆସିଛି। ସର୍ଭେରେ ୧୯ ପ୍ରତିଶତ ଲୋକ ଆର୍ଥିକ କ୍ଷେତ୍ରରେ ମୋଦୀ ସରକାରଙ୍କ ପ୍ରଦର୍ଶନକୁ ହାରାହାରି ଦର୍ଶାଇଛନ୍ତି। ୨୬ ପ୍ରତିଶତ ସରକାରଙ୍କ ଆର୍ଥିକ ନୀତିରେ ଖୁସି ନ ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ବଡ ଉଦ୍ୟୋଗପତିଙ୍କୁ ଫାଇଦା ମିଳୁଥିବା ୪୮ ପ୍ରତିଶତ ଲୋକେ ସର୍ଭେରେ କହିଛନ୍ତି। ୮ ପ୍ରତିଶତ ଲୋକଙ୍କ ମତରେ ସରକାରଙ୍କ ଆର୍ଥିକ ନୀତି ବେତନଭୋଗୀଙ୍କ ପାଇଁ ଫାଇଦା ହୋଇଛି। ଏହିପରି ୮ ପ୍ରତିଶତ ଲୋକଙ୍କ ମତରେ ମୋଦୀ ସରକାରଙ୍କ ଆର୍ଥିକ ନୀତିରେ ଛୋଟ ବ୍ୟବସାୟୀଙ୍କୁ ଫାଇଦା ମିଳିଛି। ଅଧିକାଂଶ ଭାରତୀୟଙ୍କ ମତରେ ଆଗାମୀ ସମୟରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ। ସଦ୍ୟତମ ସର୍ଭେରେ ୩୧ ପ୍ରତିଶତ ଲୋକଙ୍କ ଅନୁଯାୟୀ, ଆଗାମୀ ଛଅ ମାସରେ ଆର୍ଥିକ ମୋର୍ଚ୍ଚାରେ ସୁଧାର ଦେଖିବାକୁ ମିଳିପାରେ। ବେରୋଜଗାରୀ ଏକ ଗମ୍ଭୀର ସମସ୍ୟା ବୋଲି ୭୧ ପ୍ରତିଶତ ଲୋକ ମାନିଛନ୍ତି। ବର୍ଷ ସାରା ୮୩ ପ୍ରତିଶତ ଲୋକ ବେରୋଜଗାରିକୁ ନେଇ ଗମ୍ଭୀର ଥିବା ସର୍ଭେରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର