କରୋନା କବଳରୁ ମୁକୁଳିପାରୁନି ଚୀନ୍‌ : ଯନ୍ତ୍ରଣା ଭୋଗୁଛନ୍ତି ୩୦ କୋଟିରୁ ଅଧିକ ଲୋକ

The Sakala Picture
Published On

ବେଜିଂ : ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ବକୁ ପ୍ରଭାବିତ କରିଥିବା କରୋନା ମହାମାରୀର ପ୍ରଭାବ ଏବେ ପ୍ରାୟତଃ ହ୍ରାସ ପାଇଛି। ବିଶ୍ବ ସମାଜରୁ ଏହି ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇ ନଥିଲେ ହେଁ ଅଧିକାଂଶ ରାଷ୍ଟ୍ରରେ ଏହାର କୋପ କମିଛି। କିନ୍ତୁ ଚୀନରେ କାରୋନା ମହାମାରୀର ପ୍ରଭାବ ଏବେ ମଧ୍ୟ ଚିନ୍ତାଜନକ ରହିଛି। ଏବେ ମଧ୍ୟ କେତେକ ଭାଗରେ ସଂକ୍ରମଣ ବଢୁଥିବା ଦେଖାଯାଉଛି। ଯାହାକୁ ନେଇ ଚୀନର ଅର୍ଥନୀତି ଏବଂ ସାମାଜିକ […]

ବେଜିଂ : ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ବକୁ ପ୍ରଭାବିତ କରିଥିବା କରୋନା ମହାମାରୀର ପ୍ରଭାବ ଏବେ ପ୍ରାୟତଃ ହ୍ରାସ ପାଇଛି। ବିଶ୍ବ ସମାଜରୁ ଏହି ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇ ନଥିଲେ ହେଁ ଅଧିକାଂଶ ରାଷ୍ଟ୍ରରେ ଏହାର କୋପ କମିଛି। କିନ୍ତୁ ଚୀନରେ କାରୋନା ମହାମାରୀର ପ୍ରଭାବ ଏବେ ମଧ୍ୟ ଚିନ୍ତାଜନକ ରହିଛି। ଏବେ ମଧ୍ୟ କେତେକ ଭାଗରେ ସଂକ୍ରମଣ ବଢୁଥିବା ଦେଖାଯାଉଛି। ଯାହାକୁ ନେଇ ଚୀନର ଅର୍ଥନୀତି ଏବଂ ସାମାଜିକ ସ୍ଥିତି ପାଇଁ ସମସ୍ୟା ବଢିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ବିଶ୍ବର ବିଭିନ୍ନ ଭାଗରେ କରୋନା ସ୍ଥିତିରେ ପରିବର୍ତ୍ତନ ସହିତ ସାମାଜିକ ଏବଂ ଆର୍ଥିକ ଦିଗରେ ପରିବର୍ତ୍ତନ ଆସିଥିଲା ବେଳେ ଚୀନ୍‌ର ସ୍ଥିତି ଜିନ୍‌ପିଙ୍ଗ ସରକାରକୁ ଚିନ୍ତିତ କରିଛି। କରୋନା ସଂକ୍ରମଣ ହ୍ରାସ କରିବା ଉଦ୍ଦେଶ୍ୟରେ ସେଠାରେ ସରକାରଙ୍କ ପକ୍ଷରୁ କଠିନ ନୀତି ଅବଲମ୍ବନ କରାଯାଇଛି। ଏହାବ୍ୟତୀତ ସି ଜିନ୍‌ପିଙ୍ଗ ତୃତୀୟଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ତାଙ୍କ ପାଇଁ କରୋନା ନିର୍ମୂଳ କରିବା ଏକ ବଡ଼ ଆହ୍ବାନ ହୋଇଛି। ଏଥିପାଇଁ ଚୀନ୍‌ରେ ଏବେ ‘ଜିରୋ କୋଭିଡ୍‌ ଟଲେରାନ୍ସ’ ନୀତି ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଯେଉଁସବୁ ଇଲାକାରେ ଏବେ ବି ସଂକ୍ରମଣ ବଢୁଛି ସେସବୁ ସ୍ଥାନରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଲକଡାଉନ ଜାରି କରାଯାଇଛି। ସିଏନ୍‌ଏନ୍‌ ଆକଳନ ଅନୁସାରେ ଗତ ଅଗଷ୍ଟ ମାସ ଶେଷ ଭାଗରେ ଚୀନ୍‌ର ପ୍ରାୟ ୧୫ଟି ପ୍ରଦେଶର ୭୪ ସହରରେ କଟକଣା ଲାଗୁ କରାଯାଇଛି। ଯାହାକୁ ନେଇ ପ୍ରାୟ ୩୦ କୋଟି ୧୩ ଲକ୍ଷ ଲୋକଙ୍କ ଜୀବନନିର୍ବାହ ଦୁର୍ବିସହ ହୋଇପଡ଼ିଛି। କେବଳ ସେତିକି ନୁହେଁ , ଆଗକୁ ଆହୁରି କିଛି ସହରରେ ମଧ୍ୟ କଟକଣା ଜାରି କରିବାକୁ ପ୍ରସ୍ତୁତି ଚାଲିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

କରୋନା ଯୋଗୁଁ ଚୀନ୍‌ର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଥିଲା ବେଳେ ଆଗାମୀ ଦିନରେ ସଂକ୍ରମଣ ସ୍ଥିତି ଯେଭଳି ପୂର୍ବାବସ୍ଥା ସୃଷ୍ଟି ନ କରେ ସେଥିପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ହେଲେ କଟକଣା ଯୋଗୁଁ ମାସ ମାସ ଧରି ଘରୁ ବାହାରିପାରୁ ନଥିବା, ବ୍ୟବସାୟ ବାଣିଜ୍ୟ ହେଉ ନଥିବା କିମ୍ବା ସ୍ବାଭାବିକ ଜୀବନ ନିର୍ବାହ କରିପାରୁନଥିବା ଲୋକଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେବାରେ ଲାଗିଛି। ଯଦି ଅଧିକ ସମୟ ଧରି ଏଭଳି କଟକଣା ଜାରି ରୁହେ ତେବେ ଏହା ଆଉ ଏକ ସମସ୍ୟା ସୃଷ୍ଟି କରିପାରେ ବୋଲି ସାମଜିକ ତଥା ମନୋବିଜ୍ଞାନୀମାନେ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର