ନୂଆ ଆଇଟି ନିୟମର ପ୍ରଭାବ: ୧୯ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କଲା ହ୍ବାଟ୍ସଆପ୍

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ କରାଯିବା ପରେ ସୋସିଆଲ୍‌ ମିଡିଆ କମ୍ପାନୀ ହ୍ବାଟ୍ସଆପ୍‌ ଏହାର ନିୟମର ଅନୁପାଳନ ନ କରି ନକାରାତ୍ମକ ମତାମତ ପୋଷ୍ଟ କରୁଥିବା ୟୁଜରଙ୍କ ବିରୋଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ହ୍ବାଟ୍ସଆପ୍‌ ଏହାର ୧୯ ଲକ୍ଷରୁ ଅଧିକ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ନିଷିଦ୍ଧ କରିଛି। ନୂତନ ମାସିକ ରିପୋର୍ଟ ଅନୁଯାୟୀ, ମେ’ ମାସରେ କମ୍ପାନୀ ବ୍ୟବହାରକାରୀଙ୍କ ଅଭିଯୋଗକୁ ଆଧାର କରି ଭାରତରେ ୧୯ ଲକ୍ଷରୁ ଅଧିକ […]

ନୂଆଦିଲ୍ଲୀ: ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ କରାଯିବା ପରେ ସୋସିଆଲ୍‌ ମିଡିଆ କମ୍ପାନୀ ହ୍ବାଟ୍ସଆପ୍‌ ଏହାର ନିୟମର ଅନୁପାଳନ ନ କରି ନକାରାତ୍ମକ ମତାମତ ପୋଷ୍ଟ କରୁଥିବା ୟୁଜରଙ୍କ ବିରୋଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ହ୍ବାଟ୍ସଆପ୍‌ ଏହାର ୧୯ ଲକ୍ଷରୁ ଅଧିକ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ନିଷିଦ୍ଧ କରିଛି। ନୂତନ ମାସିକ ରିପୋର୍ଟ ଅନୁଯାୟୀ, ମେ’ ମାସରେ କମ୍ପାନୀ ବ୍ୟବହାରକାରୀଙ୍କ ଅଭିଯୋଗକୁ ଆଧାର କରି ଭାରତରେ ୧୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ମେ’ ମାସରେ ହ୍ବାଟ୍ସଆପ୍‌ର ୫୨୮ ଅଭିଯୋଗ ରିପୋର୍ଟ ହସ୍ତଗତ ହୋଇଥିଲା। ଏହାପରେ କମ୍ପାନୀ ୨୪ ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଆବେଦନଗୁଡିକ ମଧ୍ୟରୁ ୩୦୩ଟିକୁ ନିଷିଦ୍ଧ ସୂଚୀରେ ରଖାଯାଇଥିବାବେଳେ ଅନ୍ୟଗୁଡିକ ଆକାଉଣ୍ଟ ସପୋର୍ଟ, ଉତ୍ପାଦ ସପୋର୍ଟ ଏବଂ ନିରାପତ୍ତା ସହିତ ଜଡିତ। ଏହାପୂର୍ବରୁ ହ୍ବାଟ୍ସଆପ୍‌ ଏପ୍ରିଲ୍ ମାସରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଏବଂ ମାର୍ଚ୍ଚ ମାସରେ ହ୍ବାଟ୍ସଆପ୍‌ ୧୮.୫ ଲକ୍ଷ ଆକାଉଣ୍ଟ ନିଷିଦ୍ଧ କରିଥିଲା। ନିଜର ୟୁଜରଙ୍କଠାରୁ ଗ୍ରହଣ କରାଯାଇଥିବା ନକାରାତ୍ମକ ମତାମତକୁ ଦୃଷ୍ଟିରେ ରଖି ଆକାଉଣ୍ଟ ଉପରେ ନିଷେଧାଦେଶ ଗ୍ରହଣ ସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କମ୍ପାନୀର କହିବା ମୁତାବକ ବର୍ଷ ବର୍ଷ ଧରି ଆମେ ଆମର ପ୍ଲାଟଫର୍ମରେ ଆମର ଉପଭୋକ୍ତାମାନଙ୍କୁ ଅଧିକ ସୁରକ୍ଷିତ ପରିବେଶ ଯୋଗାଇବା ପାଇଁ ଡାଟା ବୈ ଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ସହଯୋଗରେ କୃତ୍ରିମ ବୁଦ୍ଧି ଏବଂ ଅନ୍ୟାନ୍ୟ ଆଧୁନିକ କୌଶଳରେ ବିନିଯୋଗ କରିଛୁ। ଗତ ବର୍ଷ ଦେଶରେ ଲାଗୁ ହୋଇଥିବା ନୂତନ ଆଇଟି ନିୟମ ଅନୁଯାୟୀ, ବୃହତ ଡିଜିଟାଲ ପ୍ଲାଟଫର୍ମଗୁଡିକ (୫ ନିୟୁତରୁ ଅଧିକ ଉପଭୋକ୍ତାଙ୍କ ସହ) ପ୍ରତ୍ୟେକ ମାସରେ ସେମାନଙ୍କ ଅନୁପାଳନ ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ। ସେଥିରେ ଗୋଟିଏ ମାସରେ ଗ୍ରହଣ କରାଯାଇଥିବା ଅଭିଯୋଗର ବିବରଣୀ ଏବଂ ସେଗୁଡିକ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ପ୍ରଦାନ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

କମ୍ପାନୀ ଅନୁଯାୟୀ, ଯଦି କେହି ବିଷୟବସ୍ତୁ ସେୟାର କରନ୍ତି ଯାହା ବେଆଇନ, ଅଶ୍ଳୀଳ, ବଦନାମ, ଧମକ, ଭୟଭୀତ କିମ୍ବା ହଇରାଣ, ଘୃଣା ବ୍ୟାପିବା କିମ୍ବା ତାଙ୍କ ହ୍ବାଟ୍ସଆପ୍‌ କାହାକୁ ଉତ୍ସାହିତ କରିବା ଭଳି ହୋଇଥାଏ ତେବେ ତାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯିବ। ଏହାବ୍ୟତୀତ ଯଦିଓ ଜଣେ ଉପଭୋକ୍ତା କମ୍ପାନୀର ଚୁକ୍ତିନାମାକୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରାଯାଇପାରେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

03 Jul 2022 By The Sakala

ନୂଆ ଆଇଟି ନିୟମର ପ୍ରଭାବ: ୧୯ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କଲା ହ୍ବାଟ୍ସଆପ୍

ନୂଆଦିଲ୍ଲୀ: ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ କରାଯିବା ପରେ ସୋସିଆଲ୍‌ ମିଡିଆ କମ୍ପାନୀ ହ୍ବାଟ୍ସଆପ୍‌ ଏହାର ନିୟମର ଅନୁପାଳନ ନ କରି ନକାରାତ୍ମକ ମତାମତ ପୋଷ୍ଟ କରୁଥିବା ୟୁଜରଙ୍କ ବିରୋଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ହ୍ବାଟ୍ସଆପ୍‌ ଏହାର ୧୯ ଲକ୍ଷରୁ ଅଧିକ ଭାରତୀୟ ୟୁଜରଙ୍କ ଆକାଉଣ୍ଟ ନିଷିଦ୍ଧ କରିଛି। ନୂତନ ମାସିକ ରିପୋର୍ଟ ଅନୁଯାୟୀ, ମେ’ ମାସରେ କମ୍ପାନୀ ବ୍ୟବହାରକାରୀଙ୍କ ଅଭିଯୋଗକୁ ଆଧାର କରି ଭାରତରେ ୧୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ମେ’ ମାସରେ ହ୍ବାଟ୍ସଆପ୍‌ର ୫୨୮ ଅଭିଯୋଗ ରିପୋର୍ଟ ହସ୍ତଗତ ହୋଇଥିଲା। ଏହାପରେ କମ୍ପାନୀ ୨୪ ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଆବେଦନଗୁଡିକ ମଧ୍ୟରୁ ୩୦୩ଟିକୁ ନିଷିଦ୍ଧ ସୂଚୀରେ ରଖାଯାଇଥିବାବେଳେ ଅନ୍ୟଗୁଡିକ ଆକାଉଣ୍ଟ ସପୋର୍ଟ, ଉତ୍ପାଦ ସପୋର୍ଟ ଏବଂ ନିରାପତ୍ତା ସହିତ ଜଡିତ। ଏହାପୂର୍ବରୁ ହ୍ବାଟ୍ସଆପ୍‌ ଏପ୍ରିଲ୍ ମାସରେ ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଏବଂ ମାର୍ଚ୍ଚ ମାସରେ ହ୍ବାଟ୍ସଆପ୍‌ ୧୮.୫ ଲକ୍ଷ ଆକାଉଣ୍ଟ ନିଷିଦ୍ଧ କରିଥିଲା। ନିଜର ୟୁଜରଙ୍କଠାରୁ ଗ୍ରହଣ କରାଯାଇଥିବା ନକାରାତ୍ମକ ମତାମତକୁ ଦୃଷ୍ଟିରେ ରଖି ଆକାଉଣ୍ଟ ଉପରେ ନିଷେଧାଦେଶ ଗ୍ରହଣ ସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କମ୍ପାନୀର କହିବା ମୁତାବକ ବର୍ଷ ବର୍ଷ ଧରି ଆମେ ଆମର ପ୍ଲାଟଫର୍ମରେ ଆମର ଉପଭୋକ୍ତାମାନଙ୍କୁ ଅଧିକ ସୁରକ୍ଷିତ ପରିବେଶ ଯୋଗାଇବା ପାଇଁ ଡାଟା ବୈ ଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ସହଯୋଗରେ କୃତ୍ରିମ ବୁଦ୍ଧି ଏବଂ ଅନ୍ୟାନ୍ୟ ଆଧୁନିକ କୌଶଳରେ ବିନିଯୋଗ କରିଛୁ। ଗତ ବର୍ଷ ଦେଶରେ ଲାଗୁ ହୋଇଥିବା ନୂତନ ଆଇଟି ନିୟମ ଅନୁଯାୟୀ, ବୃହତ ଡିଜିଟାଲ ପ୍ଲାଟଫର୍ମଗୁଡିକ (୫ ନିୟୁତରୁ ଅଧିକ ଉପଭୋକ୍ତାଙ୍କ ସହ) ପ୍ରତ୍ୟେକ ମାସରେ ସେମାନଙ୍କ ଅନୁପାଳନ ରିପୋର୍ଟ ପ୍ରକାଶ କରିବା ଆବଶ୍ୟକ। ସେଥିରେ ଗୋଟିଏ ମାସରେ ଗ୍ରହଣ କରାଯାଇଥିବା ଅଭିଯୋଗର ବିବରଣୀ ଏବଂ ସେଗୁଡିକ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ପ୍ରଦାନ କରାଯାଇଥାଏ।

କମ୍ପାନୀ ଅନୁଯାୟୀ, ଯଦି କେହି ବିଷୟବସ୍ତୁ ସେୟାର କରନ୍ତି ଯାହା ବେଆଇନ, ଅଶ୍ଳୀଳ, ବଦନାମ, ଧମକ, ଭୟଭୀତ କିମ୍ବା ହଇରାଣ, ଘୃଣା ବ୍ୟାପିବା କିମ୍ବା ତାଙ୍କ ହ୍ବାଟ୍ସଆପ୍‌ କାହାକୁ ଉତ୍ସାହିତ କରିବା ଭଳି ହୋଇଥାଏ ତେବେ ତାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯିବ। ଏହାବ୍ୟତୀତ ଯଦିଓ ଜଣେ ଉପଭୋକ୍ତା କମ୍ପାନୀର ଚୁକ୍ତିନାମାକୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରାଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର