ମଣିପୁରରେ ଥମୁନି ହିଂସା, ମୈତେଇ ସମ୍ପ୍ରଦାୟର ୩ଜଣଙ୍କୁ ହତ୍ୟା

The Sakala Picture
Published On

ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ମୈତୀ ଓ କୁକୀ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇ ୩ ଜଣଙ୍କ ଜୀବନ ଯାଇଛି । ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ଘଟିଛି ଏହି ହିଂସା । ମୃତକମାନେ‌ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ଦୁର୍ବୃତ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ବଫର ଜୋନ ପାର୍‌ କରି କିଛି ଲୋକ ମୈତି ସମ୍ପ୍ରଦାୟ ଇଲାକାରେ ପ୍ରବେଶ କରି ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି […]

ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ମୈତୀ ଓ କୁକୀ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇ ୩ ଜଣଙ୍କ ଜୀବନ ଯାଇଛି । ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ଘଟିଛି ଏହି ହିଂସା । ମୃତକମାନେ‌ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଦୁର୍ବୃତ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ବଫର ଜୋନ ପାର୍‌ କରି କିଛି ଲୋକ ମୈତି ସମ୍ପ୍ରଦାୟ ଇଲାକାରେ ପ୍ରବେଶ କରି ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ ବିଷ୍ଣୁପୁରର କ୍ୱାକଟା ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ବଫର ଜୋନରେ ପଶି କିଛି ଲୋକ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ-ପୁଅ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଗତକାଲି ମଧ୍ୟ ବିଷ୍ଣୁପୁରରେ ଏକ ଭିଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ମୁଖ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର