ନିର୍ବାଚନ ସରିବାର ଦିନକ ପରେ ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ହୃଦଘାତରେ ମୃତ୍ୟୁ

The Sakala Picture
Published On

ମୋରାଦାବାଦ: ଜୀବନ, ଆଜି ଅଛି କାଲିକୁ ନାହିଁ । କାହାକୁ କେତେବେଳେ ଯେ ମୃତ୍ୟୁ ଡ଼ାକିବ ତାହା କେହି ବି କହି ପାରିବେ ନାହିଁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦରେ । ଏଠାକାର ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । ଏହି […]

ମୋରାଦାବାଦ: ଜୀବନ, ଆଜି ଅଛି କାଲିକୁ ନାହିଁ । କାହାକୁ କେତେବେଳେ ଯେ ମୃତ୍ୟୁ ଡ଼ାକିବ ତାହା କେହି ବି କହି ପାରିବେ ନାହିଁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦରେ । ଏଠାକାର ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । ଏହି ଆସନରୁ କୁଅଁର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୁଅଁର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

କୁଅଁରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତିି, ତାଙ୍କ ଗଳାରେ କିଛି ସମସ୍ୟା ଥିଲା। ଏଥିପାଇଁ ତାଙ୍କର ଅପରେସନ ହୋଇଥିଲା। ଗତକାଲି ସେ‌ ଚେକ୍ ଅପ୍ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ। କୁଅଁରଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ‌।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କୁଅଁର ସର୍ବେଶ ସିଂହ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମୋରାଦାବାଦରୁ ଲୋକସଭା ସାଂସଦ ଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପ୍ରାର୍ଥୀ ଏସଟି ହାସନ (ବିଏସପି, ଏସପି ଏବଂ ଆରଏଲଡିର ମିଳିତ ପ୍ରାର୍ଥୀ)ଙ୍କ ଠାରୁ ହାରିଯାଇଥିଲେ। କନୱର ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ମୋରାଦାବାଦର ଠାକୁରଦ୍ବାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଜେପି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର