ନିର୍ବାଚନ ସରିବାର ଦିନକ ପରେ ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ହୃଦଘାତରେ ମୃତ୍ୟୁ

The Sakala Picture
Published On

ମୋରାଦାବାଦ: ଜୀବନ, ଆଜି ଅଛି କାଲିକୁ ନାହିଁ । କାହାକୁ କେତେବେଳେ ଯେ ମୃତ୍ୟୁ ଡ଼ାକିବ ତାହା କେହି ବି କହି ପାରିବେ ନାହିଁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦରେ । ଏଠାକାର ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । ଏହି […]

ମୋରାଦାବାଦ: ଜୀବନ, ଆଜି ଅଛି କାଲିକୁ ନାହିଁ । କାହାକୁ କେତେବେଳେ ଯେ ମୃତ୍ୟୁ ଡ଼ାକିବ ତାହା କେହି ବି କହି ପାରିବେ ନାହିଁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦରେ । ଏଠାକାର ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । ଏହି ଆସନରୁ କୁଅଁର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୁଅଁର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

କୁଅଁରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତିି, ତାଙ୍କ ଗଳାରେ କିଛି ସମସ୍ୟା ଥିଲା। ଏଥିପାଇଁ ତାଙ୍କର ଅପରେସନ ହୋଇଥିଲା। ଗତକାଲି ସେ‌ ଚେକ୍ ଅପ୍ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ। କୁଅଁରଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ‌।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

କୁଅଁର ସର୍ବେଶ ସିଂହ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମୋରାଦାବାଦରୁ ଲୋକସଭା ସାଂସଦ ଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପ୍ରାର୍ଥୀ ଏସଟି ହାସନ (ବିଏସପି, ଏସପି ଏବଂ ଆରଏଲଡିର ମିଳିତ ପ୍ରାର୍ଥୀ)ଙ୍କ ଠାରୁ ହାରିଯାଇଥିଲେ। କନୱର ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ମୋରାଦାବାଦର ଠାକୁରଦ୍ବାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଜେପି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର