ଚିନ୍ତା ବଢ଼ାଉଛି ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଓ ଟମାଟୋ ଫ୍ଲୁ

The Sakala Picture
Published On

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଆସିଥିଲା ବେଳେ ଏବେ ମଧ୍ୟ ଏହାର ପ୍ରାଦୁର୍ଭାବ ଅନେକ ରାଷ୍ଟ୍ରରେ ଜାରି ରହିଛି। ଚୀନ୍‌, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରମାନଙ୍କରେ ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଏହା ମଧ୍ୟରେ ଆଉ କିଛି ଭୂତାଣୁକୁ ନେଇ ବିଶ୍ବର ବିଭିନ୍ନ ଭାଗରେ ଚିନ୍ତା ଦ୍ବିଗୁଣିତ ହୋଇଛି। ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଏବଂ ଟୋମାଟୋ ଫିଭର ଭଳି ଜ୍ବର […]

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀ ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଆସିଥିଲା ବେଳେ ଏବେ ମଧ୍ୟ ଏହାର ପ୍ରାଦୁର୍ଭାବ ଅନେକ ରାଷ୍ଟ୍ରରେ ଜାରି ରହିଛି। ଚୀନ୍‌, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରମାନଙ୍କରେ ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଏହା ମଧ୍ୟରେ ଆଉ କିଛି ଭୂତାଣୁକୁ ନେଇ ବିଶ୍ବର ବିଭିନ୍ନ ଭାଗରେ ଚିନ୍ତା ଦ୍ବିଗୁଣିତ ହୋଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ମଙ୍କିପକ୍ସ, ସ୍କ୍ରବ୍‌ ଥାଇପସ୍‌ ଏବଂ ଟୋମାଟୋ ଫିଭର ଭଳି ଜ୍ବର ଭାରତ ସମେତ ଅନେକ ରାଷ୍ଟ୍ରରେ ସମସ୍ୟା ବଢାଇବାରେ ଲାଗିଛି। ମଙ୍କିପକ୍ସ ବର୍ତ୍ତମାନ ୧୧ ଟି ରାଷ୍ଟ୍ରରେ ସଂକ୍ରମଣ ବଢାଇଥିବା ବେଳେ ଟୋମାଟୋ ଫିଭର ଏବଂ ସ୍କ୍ରବ ଥାଇପସ୍‌ ଏବେ ଭାରତରେ ଚିନ୍ତାର କାରଣ ହୋଇଛି। କେରଳରେ ଏବେ ଛୋଟ ପିଲାଙ୍କ ନିକଟରେ ଟୋମାଟୋ ଫିଭର ଦେଖାଯାଇଛି। ଏହି ଭୂତାଣୁ ଦ୍ବାରା ବର୍ତ୍ତମାନ ସୁଦ୍ଧା ୮୦ ରୁ ଅଧିକ ୫ ବର୍ଷରୁ କମ୍‌ ବୟସ୍କ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଦ୍ବାରା ଜ୍ବର ଏବଂ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥାଏ। ବେଳେ ବେଳେ ଜ୍ବର ମଧ୍ୟ ଜଣାପଡ଼ି ନଥାଏ। ତେବେ ଶିଶଙ୍କୁ ଏହି ଭୂତାଣୁ ସର୍ବାଧିକ ଆକ୍ରନ୍ତ କରୁଥିବାରୁ ଏହା ଚିନ୍ତାଜନକ ହୋଇପଡ଼ିଛି। ସେହିପରି ପଶ୍ଚିମବଙ୍ଗରେ ସ୍କ୍ରବ ଥାଇପସ୍‌ ରୋଗ କେତେକ ଜିଲ୍ଲାରେ ଚିନ୍ତା ବଢାଇଛି। ଭାରତରେ ଏବେ ମଙ୍କିପକ୍ସରେ କେହି ଆକ୍ରାନ୍ତ ହେବା ଜଣାପଡ଼ି ନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୦ ଟି ରାଷ୍ଟ୍ରରେ ୨୦୦ଟି ମାମଲା ଚିହ୍ନଟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଇରାକରେ ବଢୁଛି ସିସିଏଚଏଫ ଜ୍ବର, ୧୯ ଜଣଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ ହେଉଥିବା ‘ କ୍ରମିଆନ-କଙ୍ଗୋ ହାମୋରେଜିକ୍‌ ଫିଭର’(ସିସିଏଚଏଫ) ଏବେ ଇରାକରେ ବ୍ୟାପିବାରେ ଲାଗିଛି। ଏହି ଜ୍ବର ହେବାରେ କିଛି ଦିନ ପରେ ନାକରୁ ଭୀଷଣ ରକ୍ତ ବାହାରି ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରୁ ଇରାକରେ ଏଭଳି ଜ୍ବର ଦେଖାଯାଇଥିଲା ବେଳେ ଏବେ ଏହା ଇରାକରେ ବିଭିନ୍ନ ସହରରେ ଦେଖାଯାଇଛି।

ବର୍ତ୍ତମାନ ସୁଦ୍ଧା ଏହି ଜ୍ବରରେ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ‘ହୁ’ ସୂଚନା ଅନୁସାରେ ଏହା ଏକ ଭୂତାଣୁଜନିତ ରୋଗ ଏବଂ ଏପର୍ଯ୍ୟନ୍ତ ଏହି ଭୂତାଣୁ ପାଇଁ ଟିକା ପ୍ରସ୍ତୁତ ହୋଇପାରି ନାହିଁ। ଇରାକ୍‌ରେ ପ୍ରଥମେ ଗାଇକୁ କୀଟନାଶକ ସିଞ୍ଚନ କରିବା ପରେ ଜଣେ ସ୍ୱାସ୍ଥ୍ୟକର୍ମୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ଏହି ଘଟଣା ପରେ ଇରାକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀମାନେ ସୁରକ୍ଷା ପୋଷାକ ପିନ୍ଧି କାମ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ଶୀଘ୍ର ବ୍ୟାପୁଥିବା ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର