ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ର ଋଷି ବୋଲି ସମ୍ବୋଧିତ କଲେ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ମସଜିଦରେ ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି  ଆଲୋଚନା ହୋଇଥିଲା। ସଜିଦରେ ମୁସଲମାନ ଧାର୍ମିକ ସଂଗଠନର ମୁଖ୍ୟଙ୍କ ସହ ଆରଏସଏସ ମୁଖିଆଙ୍କ ଏହା ପ୍ରଥମ ବୈଠକ। ଡକ୍ଟର ଇଲିଆସି କହିଛନ୍ତି ଯେ, ଆମର ଡିଏନ୍ଏ ସମାନ। କେବଳ ପ୍ରାର୍ଥନା କରିବାର ଉପାୟ ଅଲଗା । ଆରଏସଏସ ମୁଖ୍ୟ ତାଙ୍କ ନିମନ୍ତ୍ରଣ […]

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ମସଜିଦରେ ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି  ଆଲୋଚନା ହୋଇଥିଲା। ସଜିଦରେ ମୁସଲମାନ ଧାର୍ମିକ ସଂଗଠନର ମୁଖ୍ୟଙ୍କ ସହ ଆରଏସଏସ ମୁଖିଆଙ୍କ ଏହା ପ୍ରଥମ ବୈଠକ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ଡକ୍ଟର ଇଲିଆସି କହିଛନ୍ତି ଯେ, ଆମର ଡିଏନ୍ଏ ସମାନ। କେବଳ ପ୍ରାର୍ଥନା କରିବାର ଉପାୟ ଅଲଗା । ଆରଏସଏସ ମୁଖ୍ୟ ତାଙ୍କ ନିମନ୍ତ୍ରଣ କ୍ରମେ ଉତ୍ତର ଦିଲ୍ଲୀର ମାଡ୍ରାସା ତାଜଭିଦୁଲ କୁରାନ ପରିଦର୍ଶନ କରିଥିଲେ। ସେଠାରେ ସେ ପିଲାମାନଙ୍କୁ ମଧ୍ୟ ଭେଟିଥିଲେ। ବୈଠକ ପରେ ଇମାମଙ୍କୁ ପଚାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ମୋହନ ଭଗବତଙ୍କୁ ରାଷ୍ଟ୍ର ଋଷି ବୋଲି ବର୍ଣ୍ଣନା କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଭାଗବତଙ୍କ ସହ ସାକ୍ଷାତ ସମୟରେ ଆରଏସ୍ଏସ୍ ଯୁଗ୍ମ ସମ୍ପାଦକ ଡ.କୃଷ୍ଣ ଗୋପାଳ ଏବଂ ବରିଷ୍ଠ ପ୍ରଚାରକ ଇନ୍ଦ୍ରେଶ କୁମାର, ରାମଲାଲ ଏବଂ ହରିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ଏବଂ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଥିବା ତିକ୍ତ ହେଉଥିବା ସମ୍ପର୍କ ସୁଧାରିବା ପାଇଁ ଆରଏସ୍ଏସ୍ ର ଏହା ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଡକ୍ଟର ଉମର ଅହମ୍ମଦଙ୍କୁ ଭେଟିବା ପରେ ସଂଘ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ, ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି। ଏହା ସଂଘର ସାଧାରଣ ଆଲୋଚନା ପ୍ରକ୍ରିୟାର ଏକ ଅଂଶ ବିଶେଷ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର