ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ମାମଲା । ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଥିଲେ କୋର୍ଟ। ମୋଦୀ ସରନେମ ମାମଲାରେ […]

ନୂଆଦିଲ୍ଲୀ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ମାମଲା । ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଥିଲେ କୋର୍ଟ। ମୋଦୀ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବିଚାରପତି ବି.ଆର ଗଭଇ ଏବଂ ପି.କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଯଦି ସୁପ୍ରିମକୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି ତେବେ ରାହୁଲ ଲୋକସଭା ସଦସ୍ୟ ପଦ ଫେରି ପାଇବା ସହ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ଲଢିପାରିବେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ସୂଚନା ଥାଉକି, ମାନହାନି ମାମଲାରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏହା ପରେ ଗୁଜରାଟ ହାଇକୋର୍ଟରେ ମଧ୍ୟ ରାହୁଲଙ୍କୁ ଆସ୍ୱସ୍ତି ମିଳିନଥିଲା। ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ। ମାର୍ଚ୍ଚ ୨୩ ରେ, ନିମ୍ନ ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରଦିନ ରାହୁଲ ଲୋକସଭା ସଦସ୍ୟତା ହରାଇଲେ। ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ମଧ୍ୟ ଖାଲି କରିବାକୁ ପଡିଥିଲା।ତାପରେ ରାହୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର