ଯୋଗୀଙ୍କ ଉପରେ ମୋଦୀ-ଶାହା ଖପ୍ପା : ଜନ୍ମଦିନରେ ଜଣାଇଲେନି ଅଭିନନ୍ଦନ

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ (ୟୁପି) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୟୁପି ବିଜେପିରେ ସବୁ କିଛି ଠିକ ନଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଛି ନେତାଙ୍କ ଭଲ ପଡୁନଥିବା କୁହାଯାଉଛି। ଏହାକୁ ନେଇ ଯୋଗୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖପ୍ପା ଥିବା ଆଶଙ୍କା କରାଯାଉଛି। ସାଧାରଣତଃ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ଏହା ମଧ୍ୟରେ ଶନିବାର ଯୋଗୀ […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ (ୟୁପି) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୟୁପି ବିଜେପିରେ ସବୁ କିଛି ଠିକ ନଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଛି ନେତାଙ୍କ ଭଲ ପଡୁନଥିବା କୁହାଯାଉଛି। ଏହାକୁ ନେଇ ଯୋଗୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖପ୍ପା ଥିବା ଆଶଙ୍କା କରାଯାଉଛି। ସାଧାରଣତଃ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ଏହା ମଧ୍ୟରେ ଶନିବାର ଯୋଗୀ ୪୯ ତମ ଜନ୍ମ ଦିବସ ମଧ୍ୟ ପାଳନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ତେବେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇ ନାହାନ୍ତି। ଏହାକୁ ନେଇ ଯୋଗୀଙ୍କ ଉପରେ ମୋଦୀ, ଶାହା ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହା ପୂର୍ବରୁ କରୋନା ସଙ୍କଟ ମଧ୍ୟରେ ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ ଟ୍ଵିଟ କରି ଅଭିବାଦନ ଜଣାଇଥିଲେ | ତେବେ ମୋଦୀ-ଶାହାଙ୍କୁ ଛାଡି ଅନେକ ମନ୍ତ୍ରୀ ଏବଂ ବିଜେପି ନେତା ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେମାନଙ୍କ ମଧ୍ୟରେ ଦେବେନ୍ଦ୍ର ଫଡନାଭିସ, ଡ. ରମଣ ସିଂହ ପ୍ରମୁଖ ସାମିଲ ଥିଲେ । ବିଜେପି ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ କରୋନାର ଦ୍ବିତୀୟ ଲହର ସମୟରେ ଶୁଭେଚ୍ଛା ଭଳି କୌଣସି ପୋଷ୍ଟ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଏଥିରେ ଦଳର ବରିଷ୍ଠ ନେତା ସମେତ ବିରୋଧୀ ଦଳ ନେତା ମଧ୍ୟ ସାମିଲ ଅଛନ୍ତି। ତେବେ ସମାଜବାଦୀ ପାର୍ଟି (ଏସପି) ର ମୁଖପାତ୍ର ଆଇପି ସିଂହ ଏହି ଦାବିକୁ ମିଛ ବୋଲି କହିଛନ୍ତି । ସେ ମୋଦୀଙ୍କ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦେଖ୍ ଉତ୍ତରପ୍ରଦେଶ ସରକାରରେ ବଡ ଧରଣର ପରିବର୍ତ୍ତନ ହେବ ବୋଲି କୁହାଯାଉଛି । କିନ୍ତୁ ବିଜେପି ଯୋଗୀଙ୍କୁ ମୁଖ୍ୟ ଚେହେରା କରିବନି ବୋଲି ଆକଳନ କରାଯାଉଥିଲା। ଏହା ସହିତ ଯୋଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ହଟିପାରନ୍ତି। କିନ୍ତୁ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ (ସଂଗଠନ) ବିଏଲ ସନ୍ତୋଷ ଏହାକୁ ଗୁଜବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର