କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ: ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ହେଉଛନ୍ତି ବିଦା
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ […]
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର
ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍
ସେହିପରି, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ସୂଚନା । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା ମିଳିଛି । MSME ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ।






