ଇରାକରେ ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼

The Sakala Picture
Published On

ବାଗଦାଦ: ଆମେରିକା ଦୂତାବାସ ଉପରେ ଆଜି ଭୟଙ୍କର ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଇରାକରେ ଥିବା ଆମେରିକା ଦୂତାବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତାବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତାବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ […]

ବାଗଦାଦ: ଆମେରିକା ଦୂତାବାସ ଉପରେ ଆଜି ଭୟଙ୍କର ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଇରାକରେ ଥିବା ଆମେରିକା ଦୂତାବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତାବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତାବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ କୌଣସି ଆହତଙ୍କ ସମ୍ପର୍କରେ କିଛି ଖବର ନାହିଁ ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଏହି ଆକ୍ରମଣ ପରେ ବାଗଦାଦର ଜଣେ ଇରାକୀ ଅଧିକାରୀ ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଥମେ କହିଥିଲେ ଯେ ଆମେରିକାର ଦୂତବାସ ଉପରକୁ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେତେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଇରାକର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଇରାନରୁ ନିକ୍ଷେପ କରାଯାଇଛି । ଏହି ଆକ୍ରମଣକୁ ଆମେରିକା ଦୃଢ଼ ଭାବରେ ନିନ୍ଦା କରିଛି । ଏହି ଘଟଣାର ଇରାକ ସରକାର ଏବଂ କୁର୍ଦ୍ଦ ଆଞ୍ଚଳିକ ସରକାର ଅନୁସନ୍ଧାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର