ଇରାକରେ ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼

The Sakala Picture
Published On

ବାଗଦାଦ: ଆମେରିକା ଦୂତାବାସ ଉପରେ ଆଜି ଭୟଙ୍କର ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଇରାକରେ ଥିବା ଆମେରିକା ଦୂତାବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତାବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତାବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ […]

ବାଗଦାଦ: ଆମେରିକା ଦୂତାବାସ ଉପରେ ଆଜି ଭୟଙ୍କର ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଇରାକରେ ଥିବା ଆମେରିକା ଦୂତାବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତାବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତାବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ କୌଣସି ଆହତଙ୍କ ସମ୍ପର୍କରେ କିଛି ଖବର ନାହିଁ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଏହି ଆକ୍ରମଣ ପରେ ବାଗଦାଦର ଜଣେ ଇରାକୀ ଅଧିକାରୀ ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଥମେ କହିଥିଲେ ଯେ ଆମେରିକାର ଦୂତବାସ ଉପରକୁ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେତେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଇରାକର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଇରାନରୁ ନିକ୍ଷେପ କରାଯାଇଛି । ଏହି ଆକ୍ରମଣକୁ ଆମେରିକା ଦୃଢ଼ ଭାବରେ ନିନ୍ଦା କରିଛି । ଏହି ଘଟଣାର ଇରାକ ସରକାର ଏବଂ କୁର୍ଦ୍ଦ ଆଞ୍ଚଳିକ ସରକାର ଅନୁସନ୍ଧାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର