ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ, ୩୫୦ ଟଙ୍କାକୁ କେନ୍ଦ୍ର କରି ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ ବର୍ଷ ବୟସ୍କ ଯୁବକ । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ବି ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତଜଣକ ଶବକୁ ଗୋଇଠା ବି ମାରିଥିଲା ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ପୁଲିସର କହିବା ଅନୁଯାୟୀ, ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ। କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ପରେ ଅଭିଯୁକ୍ତଜଣକ ଏହି ନାରକୀୟ କାଣ୍ଡ ଘଟାଇଥିଲା । ଘଟଣା ଘଟିଛି ଗତ ମଙ୍ଗଳବାର ରାତି ୧୧ଟାରେ। ରାତି ୧୧ଟା ୧୫ରେ ପିସିଆର ନିକଟରେ ଏହି ହତ୍ୟାକାଣ୍ଡ ନେଇ ଖବର ପହଞ୍ଚିଥିଲା। ପୋଲିସ ଓ୍ବେଲକମ ଏରିଆର ଜନତା ମଜଦୂର କଲୋନିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ଜୟ ତିର୍କୀ । ଛୁରୀମାଡର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି। ଘଟଣାର ସିସିଟିଭି ଯାଞ୍ଚ ଚାଲିଛି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

23 Nov 2023 By The Sakala

ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ, ୩୫୦ ଟଙ୍କାକୁ କେନ୍ଦ୍ର କରି ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର ଓ୍ବେଲକମ ଏରିଆରେ ଘଟିଥିବା ଏହି ଘଟଣାରେ ଜଣେ ୧୮ ବର୍ଷ ଯୁବକଙ୍କୁ ୬୦ ଥର ଛୁରୀ ଭୁସିଥିଲା ଜଣେ ୧୬ ବର୍ଷ ବୟସ୍କ ଯୁବକ । ମୃତ ଯୁବକଙ୍କଠାରୁ ୩୫୦ ଟଙ୍କା ଛଡାଇ ନେବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ହତ୍ୟା ପରେ ଶବକୁ ବି ଏକ ଗଳିକୁ ଅଭିଯୁକ୍ତ ଟାଣି ନେବାର ଭିଜୁଆଲ ହୋଇଛି କଏଦ । କେବଳ ଟଙ୍କା ଲୁଟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଟଙ୍କା ଛଡାଇବା ପରେ ପ୍ରଥମେ ଅଭିଯୁକ୍ତଜଣକ ମୃତକଙ୍କ ତଣ୍ଟି ଚିପିବା ପରେ ୬୦ ଥର ଛୁରୀ ଭୁସିଥିଲା । ସେଥିରୁ ଅଧିକାଂଶ ଥର ସେ ମୃତକଙ୍କ ବେକରେ ଛୁରୀ ଭୁସିଥିଲା । ହତ୍ୟା ପରେ ଅଭିଯୁକ୍ତଜଣକ ଶବକୁ ଗୋଇଠା ବି ମାରିଥିଲା ।

ପୁଲିସର କହିବା ଅନୁଯାୟୀ, ଏହି ଦୁଇ ଜଣ ଯୁବକ ପରସ୍ପରକୁ ଜାଣି ନଥିଲେ। କେବଳ ଟଙ୍କା ଛଡାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା। ପରେ ଅଭିଯୁକ୍ତଜଣକ ଏହି ନାରକୀୟ କାଣ୍ଡ ଘଟାଇଥିଲା । ଘଟଣା ଘଟିଛି ଗତ ମଙ୍ଗଳବାର ରାତି ୧୧ଟାରେ। ରାତି ୧୧ଟା ୧୫ରେ ପିସିଆର ନିକଟରେ ଏହି ହତ୍ୟାକାଣ୍ଡ ନେଇ ଖବର ପହଞ୍ଚିଥିଲା। ପୋଲିସ ଓ୍ବେଲକମ ଏରିଆର ଜନତା ମଜଦୂର କଲୋନିରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ଜୟ ତିର୍କୀ । ଛୁରୀମାଡର ଶିକାର ହୋଇଥିବା ଯୁବକଙ୍କୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି। ଘଟଣାର ସିସିଟିଭି ଯାଞ୍ଚ ଚାଲିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର