ମାନ ପରୀକ୍ଷାରେ ୧୧୧ ଔଷଧ ଫେଲ୍‌; ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

The Sakala Picture
Published On

ନୂଆଦିଲ୍ଲୀ: ମାନ ପରୀକ୍ଷାରେ ଫେଲ୍‌ ହୋଇଛି ୧୧୧ ଔଷଧ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍‌ସିଓ) ନଭେମ୍ବରରେ କେନ୍ଦ୍ରୀୟ ଔଷଧ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିବା ୧୧୧ ଔଷଧମାନ ପରୀକ୍ଷାରେ ଫେଲ୍‌ ହୋଇଛି। ୧୧୧ ଔଷଧ ମଧ୍ୟରୁ ୪୧ ଔଷଧ କେନ୍ଦ୍ରୀୟ ଏବଂ ୭୦ ଔଷଧ ରାଜ୍ୟ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ୪୧ ଔଷଧ ଗୁଣବତ୍ତା ପୂରଣ କରୁ ନ ଥିବା ସରକାରୀ ସୂତ୍ର ସୂଚନା ଦିଆଯାଇଛି। ଏହାବ୍ୟତୀତ ନଭେମ୍ବରରେ ରାଜ୍ୟ ଔଷଧ ପରୀକ୍ଷଣ ଲାବୋରେଟୋରୀ […]

ନୂଆଦିଲ୍ଲୀ: ମାନ ପରୀକ୍ଷାରେ ଫେଲ୍‌ ହୋଇଛି ୧୧୧ ଔଷଧ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍‌ସିଓ) ନଭେମ୍ବରରେ କେନ୍ଦ୍ରୀୟ ଔଷଧ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିବା ୧୧୧ ଔଷଧମାନ ପରୀକ୍ଷାରେ ଫେଲ୍‌ ହୋଇଛି। ୧୧୧ ଔଷଧ ମଧ୍ୟରୁ ୪୧ ଔଷଧ କେନ୍ଦ୍ରୀୟ ଏବଂ ୭୦ ଔଷଧ ରାଜ୍ୟ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ୪୧ ଔଷଧ ଗୁଣବତ୍ତା ପୂରଣ କରୁ ନ ଥିବା ସରକାରୀ ସୂତ୍ର ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଟିକ୍ରି କଲାନ୍‌ରେ ଅଘଟଣ: ସିଏନ୍‌ଜି ଷ୍ଟେସନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ ଓ ୬ ଆହତ

ଏହାବ୍ୟତୀତ ନଭେମ୍ବରରେ ରାଜ୍ୟ ଔଷଧ ପରୀକ୍ଷଣ ଲାବୋରେଟୋରୀ ଦ୍ବାରା ପରୀକ୍ଷିତ ୭୦ ଔଷଧ ନମୁନାକୁ ମଧ୍ୟ ମାନକ ଗୁଣବତ୍ତାର ନ ଥିବା (ଏନ୍‌ଏସ୍‌କ୍ୟୁ) ଚିହ୍ନିତ କରାଯାଇଛି। ଏକ ଔଷଧକୁ ଏନ୍‌ଏସ୍‌କ୍ୟୁ ଭାବରେ ବିବେଚନା କରାଯାଏ ଯଦି ଏହା ଏକ କିମ୍ବା ଅଧିକ ନିର୍ଦ୍ଦିଷ୍ଟ ଗୁଣାତ୍ମକ ମାନ ପୂରଣ କରେ ନାହିଁ।ଜଣେ ଅଧିକାରୀ କହିଛନ୍ତି ଯେ କେବଳ ସରକାରୀ ଲାବୋରେଟୋରୀରେ ପରୀକ୍ଷିତ ଔଷଧ ମାନକ ପୂରଣ କରିନାହିଁ ଏବଂ ବଜାରରେ ଉପଲବ୍ଧ ଅନ୍ୟ ଔଷଧ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ନଭେମ୍ବରରେ ଦୁଇଟି ଔଷଧ ନମୁନାକୁ ନକଲି ଔଷଧ ଭାବେ ଚିହ୍ନଟ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଏହି ନମୁନା ମଧ୍ୟରୁ ଗୋଟିଏ ବିହାର ଡ୍ରଗ୍ କଣ୍ଟ୍ରୋଲ୍ ଅଥରିଟି ଏବଂ ଅନ୍ୟଟି ସିଡିଏସକୋ ଗାଜିଆବାଦ୍‌ ଦ୍ୱାରା ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ୟେମେନ ଏବଂ ସୋମାଲିଆ ନିକଟରେ ଜଳଦସ୍ୟୁଙ୍କ ଆତଙ୍କ: ୨୨ ଭାରତୀୟଙ୍କୁ ନେଇ ଯାଉଥିବା ଦୁଇଟି ଜାହାଜ ଅପହୃତ

29 Dec 2024 By The Sakala

ମାନ ପରୀକ୍ଷାରେ ୧୧୧ ଔଷଧ ଫେଲ୍‌; ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମାନ ପରୀକ୍ଷାରେ ଫେଲ୍‌ ହୋଇଛି ୧୧୧ ଔଷଧ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍‌ସିଓ) ନଭେମ୍ବରରେ କେନ୍ଦ୍ରୀୟ ଔଷଧ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିବା ୧୧୧ ଔଷଧମାନ ପରୀକ୍ଷାରେ ଫେଲ୍‌ ହୋଇଛି। ୧୧୧ ଔଷଧ ମଧ୍ୟରୁ ୪୧ ଔଷଧ କେନ୍ଦ୍ରୀୟ ଏବଂ ୭୦ ଔଷଧ ରାଜ୍ୟ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ୪୧ ଔଷଧ ଗୁଣବତ୍ତା ପୂରଣ କରୁ ନ ଥିବା ସରକାରୀ ସୂତ୍ର ସୂଚନା ଦିଆଯାଇଛି।

ଏହାବ୍ୟତୀତ ନଭେମ୍ବରରେ ରାଜ୍ୟ ଔଷଧ ପରୀକ୍ଷଣ ଲାବୋରେଟୋରୀ ଦ୍ବାରା ପରୀକ୍ଷିତ ୭୦ ଔଷଧ ନମୁନାକୁ ମଧ୍ୟ ମାନକ ଗୁଣବତ୍ତାର ନ ଥିବା (ଏନ୍‌ଏସ୍‌କ୍ୟୁ) ଚିହ୍ନିତ କରାଯାଇଛି। ଏକ ଔଷଧକୁ ଏନ୍‌ଏସ୍‌କ୍ୟୁ ଭାବରେ ବିବେଚନା କରାଯାଏ ଯଦି ଏହା ଏକ କିମ୍ବା ଅଧିକ ନିର୍ଦ୍ଦିଷ୍ଟ ଗୁଣାତ୍ମକ ମାନ ପୂରଣ କରେ ନାହିଁ।ଜଣେ ଅଧିକାରୀ କହିଛନ୍ତି ଯେ କେବଳ ସରକାରୀ ଲାବୋରେଟୋରୀରେ ପରୀକ୍ଷିତ ଔଷଧ ମାନକ ପୂରଣ କରିନାହିଁ ଏବଂ ବଜାରରେ ଉପଲବ୍ଧ ଅନ୍ୟ ଔଷଧ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ନଭେମ୍ବରରେ ଦୁଇଟି ଔଷଧ ନମୁନାକୁ ନକଲି ଔଷଧ ଭାବେ ଚିହ୍ନଟ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ଏହି ନମୁନା ମଧ୍ୟରୁ ଗୋଟିଏ ବିହାର ଡ୍ରଗ୍ କଣ୍ଟ୍ରୋଲ୍ ଅଥରିଟି ଏବଂ ଅନ୍ୟଟି ସିଡିଏସକୋ ଗାଜିଆବାଦ୍‌ ଦ୍ୱାରା ନିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର