ଓମିକ୍ରନ ଆତଙ୍କ : କାଲିଠୁ ସ୍କୁଲ କଲେଜ ବନ୍ଦ, ବିବାହ ପାଇଁ ୫୦, ଶବ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି

The Sakala Picture
Published On

କୋଲକାତା: ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ବିଶେଷ କରି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରି ରଖିବାକୁ କେନ୍ଦ୍ର ନିର୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ […]

କୋଲକାତା: ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ବିଶେଷ କରି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରି ରଖିବାକୁ କେନ୍ଦ୍ର ନିର୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଏବଂ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିନି ଲକ୍‌ଡାଉନ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୪ ହଜାର ୫ଶହରୁ ଅଧିକ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ ସ୍ଥିତି ଗମ୍ଭୀର ହେବା ଫଳରେ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ମିନି ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା କାଲିଠାରୁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ସିନେମା ହଲ, ଜିମ୍, ସୁଇମିଂ ପୁଲ୍, ବିଉଟି ପାର୍ଲର ବନ୍ଦ କରିଦିଆଯାଇଛି । ଏହା ସହ ଚିଡ଼ିଆଖାନା, ପାର୍କ ଓ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳକୁ ମଧ୍ୟ ବନ୍ଦ କରାଯାଇଛି । ସେହିପରି ମଲ, ରେଷ୍ଟୁରାଣ୍ଟ. ସିନେମା ହଲ୍‌ ଓ ବାର୍‌ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚଳାଇ ପାରିବେ । ସଭା, ସମ୍ମିଳନୀରେ ଅତିବେଶିରେ ୨ଶହ ଲୋକ ସାମିଲ ହେବାକୁ ଅନୁମତି ଦିଆଯାଇଛି । ସେହିପରି ବିବାହ ଉତ୍ସବରେ ୫୦ ଓ ଶେଷକୃତ୍ୟରେ ୨୦ଲୋକଙ୍କୁ ଅନୁମତି ମିଳିଛି । ୫୦ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ଲୋକାଲ ଓ ମେଟ୍ରୋ ଟ୍ରେନ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଅନ୍ୟପକ୍ଷରେ କୋଭିଡ୍‌ କଟକଣାର ସମସ୍ତ ନିୟମ ମାନି ଶିଳ୍ପ, କାରଖାନା, ମିଲ୍ ଓ ଚା’ବଗିଚା ଚାଲିବାକୁ ଅନୁମତି ମିଳିଛି । ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଓ୍ବାର୍କ ଫ୍ରମ ହୋମକୁ ଅଧିକ ଗୁରୁତ୍ବ ଦିଆଯାଛି । ପଶ୍ଚିମବଙ୍ଗରେ ସଂକ୍ରମଣ ସ୍ଥିତି ଗମ୍ଭୀର ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର