ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ ୱେ’ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୨ ମୃତ, ୨୩ ଆହତ

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ ୱେ’ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଏକ କଣ୍ଟେନର ପଛରେ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ବସଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା […]

ମହାରାଷ୍ଟ୍ର: ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ ୱେ’ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତଗତିରେ ଯାଉଥିବା ଏକ ମିନି ବସ୍ ଭାରସାମ୍ୟ ହରାଇ ଏକ କଣ୍ଟେନର ପଛରେ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ସାଢ଼େ ୧୨ଟା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୨ ମାଓବାଦୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ବସଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା । ବସରେ ୩୫ ଜଣ ଯାତ୍ରୀ ରହିଥିବା ବେଳେ ହଠାତ୍‌ କଣ୍ଟେନରକୁ ଧକ୍କା ଦେଇଥିଲା ବସ୍‌ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ୧୨ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ, ୬ଜଣ ମହିଳା ଏବଂ ନାବାଳିକା ରହିଛନ୍ତି । ଆହତ ହୋଇଥିବା ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଛତ୍ରପତି ସମ୍ଭାଜୀନଗର ସରକାରୀ ହସ୍ପିଟାଲ, କିଛି ନାସିକ ଏବଂ କିଛି ପୁନେ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ବସଟିର ଅଧିକାଂଶ ଅଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ମୁମ୍ବାଇଠାରୁ ପାଖାପାଖି ୩୫୦ କିମି ଦୂରରେ ଅବସ୍ଥିତ ଭାଇଜାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।

ଆହୁରି ପଢ଼ନ୍ତୁ: ଘରୋଇ କଳହର କରୁଣ ପରିଣତି: ସ୍ତ୍ରୀ ବାପଘରକୁ ପଳାଇବାରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp