ଡରାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌: ଆଜି ଚିହ୍ନଟ ହେଲେଣି ୩ ଆକ୍ରାନ୍ତ

The Sakala Picture
Published On

ଅହମଦାବାଦ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ଆଜି  ଆଉ ୩ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ସାମନାକୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିିଙ୍ଗ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିବାବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ […]

ଅହମଦାବାଦ: ଭାରତରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍‌। ପୁଣି ଆଜି  ଆଉ ୩ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ସାମନାକୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଟ୍ରାକ୍ ରେକର୍ଡରେ ସଂକ୍ରମିତ ବ୍ୟକ୍ତି ଆୟରଲ୍ୟାଣ୍ଡରୁ ଆସିଥିବା ଜଣାପଡିଛି । ବିଦେଶରୁ ଆନ୍ଧ୍ରପ୍ରଦେଶ ଫେରିଥିବା ୧୫ ଜଣ ଯାତ୍ରୀଙ୍କର ଟେଷ୍ଟିିଙ୍ଗ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିବାବେଳେ ୩୪ ବର୍ଷିୟ ଏହି ବ୍ୟକ୍ତିଙ୍କ ଠାରେ ଓମିକ୍ରନ ପଜିଟିଭ ମିଳିଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

କର୍ଣ୍ଣାଟକରେ ଓମିକ୍ରନର ତୃତୀୟ ମାମଲା ଚିହ୍ନଟ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୨୪ ବର୍ଷୀୟ ଜଣେ ବ୍ଯକ୍ତି ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଧ୍ଯ ଓମିକ୍ରନ ପଜିଟିଭ ଆସିଛି।  ସେ ସଙ୍ଗରୋଧରେ ରହି ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ କର୍ଣ୍ଣଟାକର ସ୍ବାସ୍ଥ୍ଯମନ୍ତ୍ରୀ ଡ. ସୁଧାକର କେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ସେହିପରି ଇଟାଲୀରୁ ଚଣ୍ଡୀଗଡ଼କୁ ଫେରିଥିବା ୨୦ ବର୍ଷୀୟ ଯୁବକ ଓମିକ୍ରନ ପଜିଟିଭ ହୋଇଥିବା ଜଣାପଡ଼ିଛି । ଏଥିସହ ବର୍ତ୍ତମାନ ଭାରତରେ ମୋଟ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଅନ୍ୟପଟେ ପଡୋଶୀ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶାରେ ଏହାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଏଯାଏଁ କୌଣସି ଓମିକ୍ରନ ମାମଲା ଆସିନଥିବାବେଳେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଟେଷ୍ଟିଙ୍ଗ କରାଯିବା ପରେ ସଙ୍ଗରୋଧରେ ରଖାଯାଉଥିବା ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟକୁ ଯେପରି ଓମିକ୍ରନ ପ୍ରବେଶ ନକରୁ ସେଥିପାଇଁ ରାଜ୍ୟ ସରକାର ସତର୍କ ରହିଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ୫୭ରୁ ଅଧିକ ଦେଶକୁ ବ୍ୟାପିଲାଣି। ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି। ଭାରତ ସରକାର ମଧ୍ୟ  ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖା ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର