ପ୍ରତିଶ୍ରୁତିରୁ ଓହରିଲା ତାଲିବାନ: ମହିଳାଙ୍କ ଉପରେ ଅତ୍ୟାଚାର, ଝିଅମାନଙ୍କୁ ପଢାଇ ପାରିବେନି ପୁରୁଷ!

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଓହରି ଯାଇଛି ତାଲିବାନ। ଦେଶର ଟେଲିଭିଜନ, ରେଡିଓ ଆଦିରେ ମହିଳାଙ୍କ ସ୍ୱର ନ ଶୁଭିବା, ସେମାନେ କାର୍ଯ୍ଯକୁ ଉପସ୍ଥାପନା ନ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି ତାଲିବାନ। ଏଥିସହିତ ଦେଶର ସହ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଲଗାଇଛି ଏହି ଆତଙ୍କି ଗୋଷ୍ଠୀ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ଏକତ୍ର ବସି ପାଠ ପଢିପାରିବେ ନାହିଁ। ସେମାନଙ୍କ ପାଇଁ […]

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଓହରି ଯାଇଛି ତାଲିବାନ। ଦେଶର ଟେଲିଭିଜନ, ରେଡିଓ ଆଦିରେ ମହିଳାଙ୍କ ସ୍ୱର ନ ଶୁଭିବା, ସେମାନେ କାର୍ଯ୍ଯକୁ ଉପସ୍ଥାପନା ନ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରିଛି ତାଲିବାନ। ଏଥିସହିତ ଦେଶର ସହ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଲଗାଇଛି ଏହି ଆତଙ୍କି ଗୋଷ୍ଠୀ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ଏକତ୍ର ବସି ପାଠ ପଢିପାରିବେ ନାହିଁ। ସେମାନଙ୍କ ପାଇଁ ପୃଥକ ଶ୍ରେଣୀଗୃହ ବ୍ୟବସ୍ଥା କରାଯିବ। ଏଥିସହିତ ଛାତ୍ରୀମାନଙ୍କୁ ସରିଆ ଆଇନ ଅନୁଯାୟୀ ହିଜବ ପିନ୍ଧି ଆସିବାକୁ ପଡିବ ବୋଲି କହିଛି ତାଲିବାନ ଆତଙ୍କି ଗୋଷ୍ଠୀ। ଆଫ୍‌ଗାନିସ୍ତାନରେ ଝିଅମାନଙ୍କୁ ଶିକ୍ଷା ଦେଇପାରିବେନି ପୁରୁଷ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଆଫଗାନିସ୍ତାନରେ ଶେଖ ଅବଦୁଲବାକି ହକାନୀଙ୍କୁ ଉଚ୍ଚଶିକ୍ଷାର କାର୍ଯ୍ଯନିର୍ବାହୀ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ଗୋଟିଏ ଦିନ ପରେ ଏହା ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ପଶ୍ଚିମ ହେରାତ୍‌ ପ୍ରଦେଶର ତାଲିବାନ ଅଧିକାରୀମାନେ ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲେ ଯେ ଝିଅମାନଙ୍କୁ ବିଶ୍ୱବିଦ୍ୟାଳୟରେ ପୁଅମାନଙ୍କ ଭଳି ଶ୍ରେଣୀରେ ବସିବାକୁ ଅନୁମତି ଦିଆଯିବ ନାହିଁ। ଶରିୟା ଆଇନ ଅନୁଯାୟୀ ଶିକ୍ଷା କାର୍ଯ୍ଯକଳାପ ହେବ ବୋଲି ନବନିଯୁକ୍ତ ଶିକ୍ଷା ମନ୍ତ୍ରୀ କହିଛନ୍ତି। ପୁରୁଷମାନେ ଝିଅମାନଙ୍କୁ ଶିକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ। ତାଲିବାନର ଏଭଳି କଠୋର ନିଷ୍ପତ୍ତି ଦ୍ୱାରା ଦେଶରେ ଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଇତିମଧ୍ୟରେ ଆଫଗାନ ଛାଡି ଚାଲିଆସିଥିବା ମହିଳା ସାମ୍ବାଦିକ ହୋଲି ମ୍ୟାକେ କହିଛନ୍ତି ଯେ, ତାଲିବାନ ସଦସ୍ୟମାନେ ଘରକୁ ଘର ଯାଞ୍ଚକରି ମହିଳା ଓ ବାଳିକାମାନଙ୍କୁ ଖୋଜୁଛନ୍ତି। ୧୫ ବର୍ଷରୁ ଅଧିକ ବୟସର ବାଳିକା, ଯୁବତୀ, ବିଧବାମାନଙ୍କୁ ସେମାନେ ବଳପୂର୍ବକ ଉଠାଇ ଆଣୁଛନ୍ତି। ଏପରିକି ୧୦ରୁ ୧୨ ବର୍ଷ ବୟସର ବାଳିକା ମଧ୍ୟ ସେମାନଙ୍କ କ୍ରୁର ଚକ୍ଷୁରୁ ବାଦ୍‍ ପଡୁନାହାନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର