ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଶାହୀ ମସଜିଦ ବିବାଦ ମାମଲା: ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ ସ୍ଥାନୀୟ କୋର୍ଟ

The Sakala Picture
Published On

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ ଶୁଣାଣି କରି ଜଷ୍ଟିସ ତୃତ୍ରୀ ସୋନିକା ବର୍ମା ଏହି ଆଦେଶ ଦେଇଛନ୍ତି । ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ […]

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ ଶୁଣାଣି କରି ଜଷ୍ଟିସ ତୃତ୍ରୀ ସୋନିକା ବର୍ମା ଏହି ଆଦେଶ ଦେଇଛନ୍ତି । ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ମଥୁରା କୋର୍ଟ ଏହାର ଶୁଣାଣି କରି ଜାନୁଆରୀ ୨ରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ମସଜିଦ ମଧ୍ୟରେ ସର୍ଭେ କରି ରିପୋର୍ଟ ଦେବାକୁ କହିଛନ୍ତି। ଜାନୁଆରୀ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ କରିବେ।

ଆହୁରି ପଢ଼ନ୍ତୁ: ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା 'କ୍ୟୁଡେଙ୍ଗା' (Qdenga), ୪ ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଡିସିଜିଆଇର ମଞ୍ଜୁରୀ

ଉଲ୍ଲେଖଯାଗ୍ୟ, କୃଷ୍ଣ ଜନ୍ମଭୂମି ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳରେ ଶାହି ଇଦ୍‌ଗାହ ନିର୍ମାଣ ହୋଇଥିବାରୁ ଏହାକୁ ହଟାଇବାପାଇଁ ୧୧ରୁ ଅଧିକ ଆବେଦନ ହୋଇଥିବାବେଳେ କୋର୍ଟ ଏଥିରୁ ଗୋଟିଏ ଆବେଦନକୁ ଗ୍ରହଣ କରିଥିଲେ। ପ୍ରଥମ ଆବେଦନଟି ୨ ବର୍ଷ ପୂର୍ବେ ଲକ୍ଷ୍ନୌ ବାସିନ୍ଦା ରଂଜନା ଅଗ୍ନିହୋତ୍ରୀଙ୍କ ଦ୍ବାରା ହୋଇଥିଲା। କୃଷ୍ଣ ଜନ୍ମଭୂମିରେ ମଦଜିଦ୍‌ ନିର୍ମାଣ ହୋଇଛି ବୋଲି ପିଟିସନ୍‌ରେ ଦର୍ଶାଯାଇଥିଲା ଏବଂ ଆବେଦନକାରୀ ସମଗ୍ର ୧୩.୧୭ ଏକର ଜମିର ମାଲିକାନା ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

24 Dec 2022 By The Sakala

ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଶାହୀ ମସଜିଦ ବିବାଦ ମାମଲା: ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଲେ ସ୍ଥାନୀୟ କୋର୍ଟ

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ମସଜିଦ ବିବାଦ ସହ ଜଡିତ ଆବେଦନର ଶୁଣାଣି କରିଛନ୍ତି ସ୍ଥାନୀୟ କୋର୍ଟ । ଏହି ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି ମଥୁରା କୋର୍ଟ । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ ଶୁଣାଣି କରି ଜଷ୍ଟିସ ତୃତ୍ରୀ ସୋନିକା ବର୍ମା ଏହି ଆଦେଶ ଦେଇଛନ୍ତି । ମସଜିଦଟି କୃଷ୍ଣ ଜନ୍ମଭୂମିରେ ତିଆରି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କୃଷ୍ଣ ଜନ୍ମଭୂମି କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ମଥୁରା କୋର୍ଟ ଏହାର ଶୁଣାଣି କରି ଜାନୁଆରୀ ୨ରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ମସଜିଦ ମଧ୍ୟରେ ସର୍ଭେ କରି ରିପୋର୍ଟ ଦେବାକୁ କହିଛନ୍ତି। ଜାନୁଆରୀ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ କରିବେ।

ଉଲ୍ଲେଖଯାଗ୍ୟ, କୃଷ୍ଣ ଜନ୍ମଭୂମି ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳରେ ଶାହି ଇଦ୍‌ଗାହ ନିର୍ମାଣ ହୋଇଥିବାରୁ ଏହାକୁ ହଟାଇବାପାଇଁ ୧୧ରୁ ଅଧିକ ଆବେଦନ ହୋଇଥିବାବେଳେ କୋର୍ଟ ଏଥିରୁ ଗୋଟିଏ ଆବେଦନକୁ ଗ୍ରହଣ କରିଥିଲେ। ପ୍ରଥମ ଆବେଦନଟି ୨ ବର୍ଷ ପୂର୍ବେ ଲକ୍ଷ୍ନୌ ବାସିନ୍ଦା ରଂଜନା ଅଗ୍ନିହୋତ୍ରୀଙ୍କ ଦ୍ବାରା ହୋଇଥିଲା। କୃଷ୍ଣ ଜନ୍ମଭୂମିରେ ମଦଜିଦ୍‌ ନିର୍ମାଣ ହୋଇଛି ବୋଲି ପିଟିସନ୍‌ରେ ଦର୍ଶାଯାଇଥିଲା ଏବଂ ଆବେଦନକାରୀ ସମଗ୍ର ୧୩.୧୭ ଏକର ଜମିର ମାଲିକାନା ଦାବି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର