ନିଖୋଜ ହେଉଛନ୍ତି ଜିନ୍‌ପିଙ୍ଗଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଅନେକ ଲୋକ

The Sakala Picture
Published On

ବେଜିଂ(ଏଜେନ୍ସି): ଚୀନ୍‌ରେ କରୋନା ଜନିତ ବିପର୍ଯ୍ୟୟର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସମୟରେ କଟକଣାକୁ ନେଇ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ନିଖୋଜ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗୋପନୀୟ ଭାବେ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମିଲ ଅଛନ୍ତି। ଏମାନଙ୍କୁ ମୁକ୍ତ କରିବାକୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଦାବି କରିଛି। ଏକ ସଂଗଠନ ବେଆଇନ […]

ବେଜିଂ(ଏଜେନ୍ସି): ଚୀନ୍‌ରେ କରୋନା ଜନିତ ବିପର୍ଯ୍ୟୟର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସମୟରେ କଟକଣାକୁ ନେଇ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ନିଖୋଜ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗୋପନୀୟ ଭାବେ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମିଲ ଅଛନ୍ତି। ଏମାନଙ୍କୁ ମୁକ୍ତ କରିବାକୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଦାବି କରିଛି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଏକ ସଂଗଠନ ବେଆଇନ ଭାବେ ଗିରଫ ହୋଇଥିବା ଲୋକଙ୍କ ତାଲିକା ଜାରି କରିଛି। ଗତ ବର୍ଷ ନଭେମ୍ବରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ମଧ୍ୟ ପୁଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା। ଏବେ ଏହାକୁ ଦ୍ରୁତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କେବଳ ସାମାଜିକ କର୍ମୀ ନୁହଁନ୍ତି, ଲେଖକ, ସାମ୍ବାଦିକ, ଶିକ୍ଷକ, ସଙ୍ଗୀତଜ୍ଞ ଏବଂ ଆମେରିକା-ବ୍ରିଟେନ୍‌ରୁ ପଢ଼ି ଫେରିଥିବା ଲୋକ ମଧ୍ୟ ସାମିଲ ଅଛନ୍ତି। ଏମାନଙ୍କ ଭିତରେ ମହିଳା ଅଧିକାର ପାଇଁ ଲଢୁଥିବା କର୍ମୀ ମଧ୍ୟ ରହିଛନ୍ତି। ଚୀନ୍‌ ବହୁତ ଦିନରୁ ଏମାନଙ୍କ ଉପରେ ନଜର ରଖୁଥିଲା। ସରକାର ବିକ୍ଷୋଭ ପ୍ରଦର୍ଶନର ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

20 Feb 2023 By The Sakala

ନିଖୋଜ ହେଉଛନ୍ତି ଜିନ୍‌ପିଙ୍ଗଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଅନେକ ଲୋକ

ବେଜିଂ(ଏଜେନ୍ସି): ଚୀନ୍‌ରେ କରୋନା ଜନିତ ବିପର୍ଯ୍ୟୟର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସମୟରେ କଟକଣାକୁ ନେଇ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ନିଖୋଜ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଗୋପନୀୟ ଭାବେ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ସାମିଲ ଅଛନ୍ତି। ଏମାନଙ୍କୁ ମୁକ୍ତ କରିବାକୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଦାବି କରିଛି।

ଏକ ସଂଗଠନ ବେଆଇନ ଭାବେ ଗିରଫ ହୋଇଥିବା ଲୋକଙ୍କ ତାଲିକା ଜାରି କରିଛି। ଗତ ବର୍ଷ ନଭେମ୍ବରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ମଧ୍ୟ ପୁଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା। ଏବେ ଏହାକୁ ଦ୍ରୁତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କେବଳ ସାମାଜିକ କର୍ମୀ ନୁହଁନ୍ତି, ଲେଖକ, ସାମ୍ବାଦିକ, ଶିକ୍ଷକ, ସଙ୍ଗୀତଜ୍ଞ ଏବଂ ଆମେରିକା-ବ୍ରିଟେନ୍‌ରୁ ପଢ଼ି ଫେରିଥିବା ଲୋକ ମଧ୍ୟ ସାମିଲ ଅଛନ୍ତି। ଏମାନଙ୍କ ଭିତରେ ମହିଳା ଅଧିକାର ପାଇଁ ଲଢୁଥିବା କର୍ମୀ ମଧ୍ୟ ରହିଛନ୍ତି। ଚୀନ୍‌ ବହୁତ ଦିନରୁ ଏମାନଙ୍କ ଉପରେ ନଜର ରଖୁଥିଲା। ସରକାର ବିକ୍ଷୋଭ ପ୍ରଦର୍ଶନର ମାଷ୍ଟରମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର