ମୁଡିସ୍‌ ଆକଳନ; ୨୦୨୨ ସୁଦ୍ଧା ପ୍ରାକ୍ କୋଭିଡ୍‌ ସ୍ଥିତିକୁ ଫେରି ନ ଥିବେ ବହୁ ରାଷ୍ଟ୍ର

The Sakala Picture
Published On

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ସମ୍ପ୍ରତି ବିଶ୍ବରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସ୍ୱଳ୍ପକାଳ ପାଇଁ ଦେଖାେଦଇପାରେ। କିନ୍ତୁ ଏହାର ପ୍ରଭାବରେ ଅଧିକାଂଶ ବିଶ୍ବର ବହୁ ରାଷ୍ଟ୍ର ବା ଅଧିକାଂଶ ଅର୍ଥନୀତି ୨୦୨୨ ସୁଦ୍ଧା ପ୍ରାକ୍‌ ମହାମାରୀ ସ୍ଥିତିକୁ ଫେରି ନ ପାରନ୍ତି ବୋଲି ଆର୍ଥିକ ସର୍ଭେକ୍ଷଣ ସଂସ୍ଥା ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ ଗୁରୁବାର ଆକଳନ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଗତବର୍ଷ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲେ। ଏହା ପରଠାରୁ ବର୍ଷ […]

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ସମ୍ପ୍ରତି ବିଶ୍ବରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସ୍ୱଳ୍ପକାଳ ପାଇଁ ଦେଖାେଦଇପାରେ। କିନ୍ତୁ ଏହାର ପ୍ରଭାବରେ ଅଧିକାଂଶ ବିଶ୍ବର ବହୁ ରାଷ୍ଟ୍ର ବା ଅଧିକାଂଶ ଅର୍ଥନୀତି ୨୦୨୨ ସୁଦ୍ଧା ପ୍ରାକ୍‌ ମହାମାରୀ ସ୍ଥିତିକୁ ଫେରି ନ ପାରନ୍ତି ବୋଲି ଆର୍ଥିକ ସର୍ଭେକ୍ଷଣ ସଂସ୍ଥା ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ ଗୁରୁବାର ଆକଳନ କରାଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଗତବର୍ଷ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲେ। ଏହା ପରଠାରୁ ବର୍ଷ ତମାମ୍‌ କୋଭିଡ ଯୋଗୁ ବିଶ୍ବ ଅର୍ଥ ବ୍ୟବସ୍ଥାରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଚାଲିଥିଲା। ଫଳରେ ଋଣ ହ୍ରାସ ସହ ଋଣ ପରିଶୋଧ ହାରରେ ଦ୍ରୁତ  ହ୍ରାସ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନ ପାଣିପାଗ: ଚୁରୁ ଏବଂ ଶ୍ରୀଗଙ୍ଗାନଗରରେ ଭୟଙ୍କର ଧୂଳିଝଡ଼, ତାପମାତ୍ରା ହ୍ରାସ

moodys

ଆହୁରି ପଢ଼ନ୍ତୁ: ବିଜେପି ଛାଡିଲେ କେ. ଆନ୍ନାମଲାଇ: ନୂଆ ଦଳ ଗଠନ ନେଇ ତାମିଲନାଡୁରେ ଚର୍ଚ୍ଚା ଜୋର

ମୁଡିଜ୍‌ ପକ୍ଷରୁ କରୋନା ମହାମାରୀକୁ ନେଇ ପ୍ରସ୍ତୁତ କରାଯାିଥିବା ଏକ ଗ୍ଲୋବାଲ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ଯୋଗୁ ରାଷ୍ଟ୍ରଗୁଡିକର କ୍ରେଡିଟ୍ ରେଟିଂ ଉପରେ ଗୁରୁତର ପ୍ରଭାବ ପଡିଛି। ତେବେ ଏହା ଅଧିକ ସମୟ ଧରି ରହିବନାହିଁ। ସେହି ସବୁ କ୍ଷେତ୍ର ପ୍ରତି ରିସ୍କ ରହିଛି ଯେଉଁଠି ସାଧାରଣ ଗତିବିଧି ଉପରେ ମଧ୍ୟ କଟକଣା ରହିଥିବା ଉଲ୍ଲେଖ କରିଛନ୍ତି। ଏଣୁ ୨୦୨୨ ବେଳକୁ ଅଧିକାଂଶ ଅର୍ଥ ବ୍ୟବସ୍ଥା ମହାମାରୀ ପୂର୍ବ ପରିସ୍ଥିତିକୁ ଫେରିସାରିଥିବେ ବୋଲି ଯେଉଁ ଆକଳନ କରାଯାଇଥିଲା ତାହା ହୁଏତ ସବୁ ବ୍ୟବସ୍ଥା ଲାଗି ପ୍ରଜୁଯ୍ୟ ହୋଇ ନ ପାରେ। ଅର୍ଥନୀତିରେ ଧିମା ସୁଧାର ତୃଣମୂଳ ସ୍ତରର ଅର୍ଥନୀତି ପାଇଁ ସାଧାରଣରୁ ଅଧିକ ଅନିଶ୍ଚିତତା ରହିବ ବୋଲି ମୁଡିଜ୍ କହିଛି। ତେବେ ମହାମାରୀ ଥମିବା ପରେ ନୀତିଗତ ପଦକ୍ଷେପ କାରଣରୁ ଆର୍ଥିକ ଗତିବିଧି ଓ ବଜାର ଲାଗି ସମର୍ଥନ ଜାରି ରହିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

କେତେକ କ୍ଷେତ୍ରରେ ନୀତି ନିର୍ଦ୍ଧାରକ କିଛି ବର୍ଷ ପର୍ଯ୍ୟନ୍ତ ଆର୍ଥିକ ଗତିବିଧିକୁ ସମର୍ଥନ ଜାରିରଖିବେ। କାରଣ ୨୦୨୧ରେ ମହାମାରୀ ସଂକ୍ରମଣ ପ୍ରକୋପ ହ୍ରାସ କରିବା ଲାଗି ଅଧିକାଂଶ ଦେଶରେ ଏବେ କୋଭିଡ ଟିକାକରଣ କରାଯାଉଛି। ଏଣୁ ଲକଡାଉନ ସମ୍ପର୍କିତ ଉପାୟ ମଧ୍ୟ ହ୍ରାସ ହେବ ବୋଲି ମୁଡିଜ୍ ଆଶାବ୍ୟକ୍ତ କରିଛନ୍ତି।

12 Mar 2021 By The Sakala

ମୁଡିସ୍‌ ଆକଳନ; ୨୦୨୨ ସୁଦ୍ଧା ପ୍ରାକ୍ କୋଭିଡ୍‌ ସ୍ଥିତିକୁ ଫେରି ନ ଥିବେ ବହୁ ରାଷ୍ଟ୍ର

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ସମ୍ପ୍ରତି ବିଶ୍ବରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସ୍ୱଳ୍ପକାଳ ପାଇଁ ଦେଖାେଦଇପାରେ। କିନ୍ତୁ ଏହାର ପ୍ରଭାବରେ ଅଧିକାଂଶ ବିଶ୍ବର ବହୁ ରାଷ୍ଟ୍ର ବା ଅଧିକାଂଶ ଅର୍ଥନୀତି ୨୦୨୨ ସୁଦ୍ଧା ପ୍ରାକ୍‌ ମହାମାରୀ ସ୍ଥିତିକୁ ଫେରି ନ ପାରନ୍ତି ବୋଲି ଆର୍ଥିକ ସର୍ଭେକ୍ଷଣ ସଂସ୍ଥା ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ ଗୁରୁବାର ଆକଳନ କରାଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଗତବର୍ଷ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲେ। ଏହା ପରଠାରୁ ବର୍ଷ ତମାମ୍‌ କୋଭିଡ ଯୋଗୁ ବିଶ୍ବ ଅର୍ଥ ବ୍ୟବସ୍ଥାରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଚାଲିଥିଲା। ଫଳରେ ଋଣ ହ୍ରାସ ସହ ଋଣ ପରିଶୋଧ ହାରରେ ଦ୍ରୁତ  ହ୍ରାସ ଦେଖାଦେଇଛି।

moodys

ମୁଡିଜ୍‌ ପକ୍ଷରୁ କରୋନା ମହାମାରୀକୁ ନେଇ ପ୍ରସ୍ତୁତ କରାଯାିଥିବା ଏକ ଗ୍ଲୋବାଲ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ଯୋଗୁ ରାଷ୍ଟ୍ରଗୁଡିକର କ୍ରେଡିଟ୍ ରେଟିଂ ଉପରେ ଗୁରୁତର ପ୍ରଭାବ ପଡିଛି। ତେବେ ଏହା ଅଧିକ ସମୟ ଧରି ରହିବନାହିଁ। ସେହି ସବୁ କ୍ଷେତ୍ର ପ୍ରତି ରିସ୍କ ରହିଛି ଯେଉଁଠି ସାଧାରଣ ଗତିବିଧି ଉପରେ ମଧ୍ୟ କଟକଣା ରହିଥିବା ଉଲ୍ଲେଖ କରିଛନ୍ତି। ଏଣୁ ୨୦୨୨ ବେଳକୁ ଅଧିକାଂଶ ଅର୍ଥ ବ୍ୟବସ୍ଥା ମହାମାରୀ ପୂର୍ବ ପରିସ୍ଥିତିକୁ ଫେରିସାରିଥିବେ ବୋଲି ଯେଉଁ ଆକଳନ କରାଯାଇଥିଲା ତାହା ହୁଏତ ସବୁ ବ୍ୟବସ୍ଥା ଲାଗି ପ୍ରଜୁଯ୍ୟ ହୋଇ ନ ପାରେ। ଅର୍ଥନୀତିରେ ଧିମା ସୁଧାର ତୃଣମୂଳ ସ୍ତରର ଅର୍ଥନୀତି ପାଇଁ ସାଧାରଣରୁ ଅଧିକ ଅନିଶ୍ଚିତତା ରହିବ ବୋଲି ମୁଡିଜ୍ କହିଛି। ତେବେ ମହାମାରୀ ଥମିବା ପରେ ନୀତିଗତ ପଦକ୍ଷେପ କାରଣରୁ ଆର୍ଥିକ ଗତିବିଧି ଓ ବଜାର ଲାଗି ସମର୍ଥନ ଜାରି ରହିବ।

କେତେକ କ୍ଷେତ୍ରରେ ନୀତି ନିର୍ଦ୍ଧାରକ କିଛି ବର୍ଷ ପର୍ଯ୍ୟନ୍ତ ଆର୍ଥିକ ଗତିବିଧିକୁ ସମର୍ଥନ ଜାରିରଖିବେ। କାରଣ ୨୦୨୧ରେ ମହାମାରୀ ସଂକ୍ରମଣ ପ୍ରକୋପ ହ୍ରାସ କରିବା ଲାଗି ଅଧିକାଂଶ ଦେଶରେ ଏବେ କୋଭିଡ ଟିକାକରଣ କରାଯାଉଛି। ଏଣୁ ଲକଡାଉନ ସମ୍ପର୍କିତ ଉପାୟ ମଧ୍ୟ ହ୍ରାସ ହେବ ବୋଲି ମୁଡିଜ୍ ଆଶାବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର