ରୁଷିଆରୁ ତୈଳ ଆମଦାନୀ ବନ୍ଦକଲେ ବହୁରାଷ୍ଟ୍ର; ତ୍ରାଣକର୍ତ୍ତା ସାଜିପାରେ ଭେନେଜୁଏଲା

The Sakala Picture
Published On

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ଵରେ ସମ୍ପ୍ରତି ତୈଳ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ ଆମେରିକା ରୁଷଠାରୁ ତେଲ ଏବଂ ଗ୍ୟାସ ଆମଦାନୀ ନ କରିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ରୁଷିଆ ମଧ୍ୟ ୟୁରୋପକୁ ତୈଳ ଯୋଗାଣ ନ କରିବାକୁ ଧମକ ଦେଇଛି। ରୁଷିଆ ଉପରେ ଆମେରିକା କଟକଣା ଘୋଷଣା କରିବା ପରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୩୫ […]

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ଵରେ ସମ୍ପ୍ରତି ତୈଳ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ ଆମେରିକା ରୁଷଠାରୁ ତେଲ ଏବଂ ଗ୍ୟାସ ଆମଦାନୀ ନ କରିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ରୁଷିଆ ମଧ୍ୟ ୟୁରୋପକୁ ତୈଳ ଯୋଗାଣ ନ କରିବାକୁ ଧମକ ଦେଇଛି। ରୁଷିଆ ଉପରେ ଆମେରିକା କଟକଣା ଘୋଷଣା କରିବା ପରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୩୫ ଡଲାର ବୃଦ୍ଧି ପାଇଛି। ଏହିଭଳି ପରିସ୍ଥିତିରେ ରୁଷର ବିକଳ୍ପ ଭାବେ ଆମେରିକା ତା’ର ତେଲ ଚାହିଦା ପୂରଣ କରିବା ପାଇଁ ବିଶ୍ବର ଅନ୍ୟତମ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭେନେଜୁଏଲା ଉପରେ ନଜର ପକାଇଛି। ତେଣୁ ଏହି ସମୟରେ ଭେନେଜୁଏଲା ତୈଳ ଯୋଗାଣ କ୍ଷେତ୍ରରେ ଆମେରିକା ପାଇଁ ତ୍ରାଣକର୍ତ୍ତା ସାଜିପାରେ। ଅପରପକ୍ଷେ ଆମେରିକାର ଅଧିକାରୀମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଶନିବାର ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କୁ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଭେନେଜୁଏଲା ତୈଳ ସଙ୍କଟ ମେଣ୍ଟାଇବା ପାଇଁ ଯୋଗାଣ ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ଏହି ରିପୋର୍ଟ ଅନୁଯାୟୀ, ଆମେରିକା ଚୁଷଠାରୁ ପ୍ରାୟ ୮-୧୦% ତେଲ ଆମଦାନି କରିଥାଏ। ଶକ୍ତି ସୂଚନା ଏଜେନ୍ସି ରିପୋର୍ଟ ଅନୁଯାୟୀ, ଆମେରିକା ଗତ ବର୍ଷ ୬, ୭୨,୦୦୦ ବ୍ୟାରେଲ ଅଶୋଧୀତ ତୈଳ ଏବଂ ବିଶୋଧ ସାମଗ୍ରୀ ରୁଷିଆରୁ ଆମଦାନୀ କରିଥିଲା । କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ ରୁଷରୁ ତୈଳ ଓ ଗ୍ୟାସ ଆମଦାନୀ କରିବନାହିଁ । ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡିବ। ଏହା ଆମେରିକା ଉପରେ ମଧ୍ୟ ପ୍ରଭାବ ପକାଇବ। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଡୁରୋ ସୂଚାଇ ଦେଇଛନ୍ତି ଯେ ଯଦି ରୁଷର ତେଲକୁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରାଇ ନ ଦିଆଯାଏ ତେବେ ଭେନେଜୁଏଲା ଏହାର ତୈଳ ଉତ୍ପାଦନ ବୃଦ୍ଧି କରିପାରିବ। ତେବେ ବର୍ତ୍ତମାନ ସମୟରେ ଆମେରିକା ଭେନେଜୁଏଲାର ତୈଳ ଶିଳ୍ପ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ରୁଷରୁ ଆସୁଥିବା ତୈଳର ବିକଳ୍ପ ସୃଷ୍ଟି କରିବା ଏବଂ ଅଶୋଧିତ ତେଲ ଦରରେ ହେଉଥିବା ବୃଦ୍ଧି ରୋକିବା ପାଇଁ ବାଇଡେନ୍ ପ୍ରଶାସନ ବର୍ତ୍ତମାନ ଭେନେଜୁଏଲା ଉପରୁ ଏହି ପ୍ରତିବନ୍ଧକ ହଟାଇବାକୁ ଚିନ୍ତା କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

11 Mar 2022 By The Sakala

ରୁଷିଆରୁ ତୈଳ ଆମଦାନୀ ବନ୍ଦକଲେ ବହୁରାଷ୍ଟ୍ର; ତ୍ରାଣକର୍ତ୍ତା ସାଜିପାରେ ଭେନେଜୁଏଲା

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ଵରେ ସମ୍ପ୍ରତି ତୈଳ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ ଆମେରିକା ରୁଷଠାରୁ ତେଲ ଏବଂ ଗ୍ୟାସ ଆମଦାନୀ ନ କରିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ରୁଷିଆ ମଧ୍ୟ ୟୁରୋପକୁ ତୈଳ ଯୋଗାଣ ନ କରିବାକୁ ଧମକ ଦେଇଛି। ରୁଷିଆ ଉପରେ ଆମେରିକା କଟକଣା ଘୋଷଣା କରିବା ପରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୩୫ ଡଲାର ବୃଦ୍ଧି ପାଇଛି। ଏହିଭଳି ପରିସ୍ଥିତିରେ ରୁଷର ବିକଳ୍ପ ଭାବେ ଆମେରିକା ତା’ର ତେଲ ଚାହିଦା ପୂରଣ କରିବା ପାଇଁ ବିଶ୍ବର ଅନ୍ୟତମ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭେନେଜୁଏଲା ଉପରେ ନଜର ପକାଇଛି। ତେଣୁ ଏହି ସମୟରେ ଭେନେଜୁଏଲା ତୈଳ ଯୋଗାଣ କ୍ଷେତ୍ରରେ ଆମେରିକା ପାଇଁ ତ୍ରାଣକର୍ତ୍ତା ସାଜିପାରେ। ଅପରପକ୍ଷେ ଆମେରିକାର ଅଧିକାରୀମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଶନିବାର ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କୁ ଭେଟିଛନ୍ତି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଭେନେଜୁଏଲା ତୈଳ ସଙ୍କଟ ମେଣ୍ଟାଇବା ପାଇଁ ଯୋଗାଣ ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ଏହି ରିପୋର୍ଟ ଅନୁଯାୟୀ, ଆମେରିକା ଚୁଷଠାରୁ ପ୍ରାୟ ୮-୧୦% ତେଲ ଆମଦାନି କରିଥାଏ। ଶକ୍ତି ସୂଚନା ଏଜେନ୍ସି ରିପୋର୍ଟ ଅନୁଯାୟୀ, ଆମେରିକା ଗତ ବର୍ଷ ୬, ୭୨,୦୦୦ ବ୍ୟାରେଲ ଅଶୋଧୀତ ତୈଳ ଏବଂ ବିଶୋଧ ସାମଗ୍ରୀ ରୁଷିଆରୁ ଆମଦାନୀ କରିଥିଲା । କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ ରୁଷରୁ ତୈଳ ଓ ଗ୍ୟାସ ଆମଦାନୀ କରିବନାହିଁ । ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡିବ। ଏହା ଆମେରିକା ଉପରେ ମଧ୍ୟ ପ୍ରଭାବ ପକାଇବ। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଡୁରୋ ସୂଚାଇ ଦେଇଛନ୍ତି ଯେ ଯଦି ରୁଷର ତେଲକୁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରାଇ ନ ଦିଆଯାଏ ତେବେ ଭେନେଜୁଏଲା ଏହାର ତୈଳ ଉତ୍ପାଦନ ବୃଦ୍ଧି କରିପାରିବ। ତେବେ ବର୍ତ୍ତମାନ ସମୟରେ ଆମେରିକା ଭେନେଜୁଏଲାର ତୈଳ ଶିଳ୍ପ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ରୁଷରୁ ଆସୁଥିବା ତୈଳର ବିକଳ୍ପ ସୃଷ୍ଟି କରିବା ଏବଂ ଅଶୋଧିତ ତେଲ ଦରରେ ହେଉଥିବା ବୃଦ୍ଧି ରୋକିବା ପାଇଁ ବାଇଡେନ୍ ପ୍ରଶାସନ ବର୍ତ୍ତମାନ ଭେନେଜୁଏଲା ଉପରୁ ଏହି ପ୍ରତିବନ୍ଧକ ହଟାଇବାକୁ ଚିନ୍ତା କରୁଛି।

https://www.thesakala.in/national-international/many-countries-banned-oil-imports-from-russia-venezuela-can-save-the-savior/article-9874
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର