ମନୀଷ ସିସୋଦିଆଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ, ୧୭ ମାସ ପରେ ମୁକୁଳିବେ ଜେଲରୁ…

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସିବିଆଇ ଓ ଇଡି ମାମଲାରେ ତାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜାମିନ ଆବେଦନ ଉପରେ ଦୁଇ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ତାଙ୍କୁ ପାସପୋର୍ଟ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ପ୍ରତି ସୋମବାର ଥାନାରେ ହାଜର ହେବାକୁ କହାଯାଇଛି। […]

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସିବିଆଇ ଓ ଇଡି ମାମଲାରେ ତାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜାମିନ ଆବେଦନ ଉପରେ ଦୁଇ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ତାଙ୍କୁ ପାସପୋର୍ଟ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ପ୍ରତି ସୋମବାର ଥାନାରେ ହାଜର ହେବାକୁ କହାଯାଇଛି। ଏହା ସହିତ କୋର୍ଟ ତାଙ୍କୁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ କହିଛନ୍ତି। ତାଙ୍କୁ ସଚିବାଳୟ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ସିସୋଦିଆଙ୍କୁ ୧୦ ଲକ୍ଷ ଟଙ୍କାର ମୁଚଲିକା ଏବଂ ଦୁଇଟି ସମାନ ପରିମାଣର ଜାମିନଦାରରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ଆର ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଶୁଣାଣି ପରେ ଅଗଷ୍ଟ ୬ ରେ ରାୟ ସଂରକ୍ଷିତ ରଖିଥିଲେ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଥିଲେ। ମନୀଷ ସିସୋଦିଆ ସିବିଆଇ ମାମଲାରେ ୧୩ଟି ଆବେଦନ ଏବଂ ଇଡି ମାମଲାରେ ନିମ୍ନ ଅଦାଲତରେ ୧୪ ଥର ଜାମିନ ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

09 Aug 2024 By The Sakala

ମନୀଷ ସିସୋଦିଆଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ, ୧୭ ମାସ ପରେ ମୁକୁଳିବେ ଜେଲରୁ…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସିବିଆଇ ଓ ଇଡି ମାମଲାରେ ତାଙ୍କୁ ଜାମିନ ମିଳିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜାମିନ ଆବେଦନ ଉପରେ ଦୁଇ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ତାଙ୍କୁ ପାସପୋର୍ଟ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ପ୍ରତି ସୋମବାର ଥାନାରେ ହାଜର ହେବାକୁ କହାଯାଇଛି। ଏହା ସହିତ କୋର୍ଟ ତାଙ୍କୁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ କହିଛନ୍ତି। ତାଙ୍କୁ ସଚିବାଳୟ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ସିସୋଦିଆଙ୍କୁ ୧୦ ଲକ୍ଷ ଟଙ୍କାର ମୁଚଲିକା ଏବଂ ଦୁଇଟି ସମାନ ପରିମାଣର ଜାମିନଦାରରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ଆର ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଶୁଣାଣି ପରେ ଅଗଷ୍ଟ ୬ ରେ ରାୟ ସଂରକ୍ଷିତ ରଖିଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଥିଲେ। ମନୀଷ ସିସୋଦିଆ ସିବିଆଇ ମାମଲାରେ ୧୩ଟି ଆବେଦନ ଏବଂ ଇଡି ମାମଲାରେ ନିମ୍ନ ଅଦାଲତରେ ୧୪ ଥର ଜାମିନ ଆବେଦନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର