ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

The Sakala Picture
Published On

ନୂଆଦିଲ୍ଲୀ: ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ୮ ଘଣ୍ଟାର ଜେରା ପରେ ସିବିଆଇ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଲୋଦି ରୋଡସ୍ଥିତ ସିବିଆଇ କାର୍ଯ୍ଯାଳୟରେ ଆଜି ହାଜର ହେଇଥିଲେ ଉମନୀଷ ସିସୋଦିଆ । ନିଜ କ୍ବାର୍ଟର୍ସରୁ ସିସୋଦିଆ ସିବିଆଇ କାର୍ଯ୍ଯାଳୟ ଅଭିମୁଖେ ବାହାରିବା ବେଳେ, ଶହ ଶହ ଆପ୍ କର୍ମୀ ପ୍ଲାକାର୍ଡ ଦେଖାଇ ସିବିଆଇ ବିରୋଧରେ ନାରାବାଜି କରିଥିଲେ । […]

ନୂଆଦିଲ୍ଲୀ: ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ୮ ଘଣ୍ଟାର ଜେରା ପରେ ସିବିଆଇ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଲୋଦି ରୋଡସ୍ଥିତ ସିବିଆଇ କାର୍ଯ୍ଯାଳୟରେ ଆଜି ହାଜର ହେଇଥିଲେ ଉମନୀଷ ସିସୋଦିଆ । ନିଜ କ୍ବାର୍ଟର୍ସରୁ ସିସୋଦିଆ ସିବିଆଇ କାର୍ଯ୍ଯାଳୟ ଅଭିମୁଖେ ବାହାରିବା ବେଳେ, ଶହ ଶହ ଆପ୍ କର୍ମୀ ପ୍ଲାକାର୍ଡ ଦେଖାଇ ସିବିଆଇ ବିରୋଧରେ ନାରାବାଜି କରିଥିଲେ ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଗିରଫ ପୂର୍ବରୁ ଆଜି ସିସୋଦିଆ କହିଥିଲେ ଯେ, ‘ସିବିଆଇ ଯାଞ୍ଚ ପ୍ରକ୍ରିୟାରେ ସେ ପୂର୍ଣ୍ଣ ସହଯୋଗ କରିବେ । ତାଙ୍କ ପ୍ରତି ଦେଶବାସୀ ଓ ଲକ୍ଷ ଲକ୍ଷ ଶିଶୁଙ୍କ ଶ୍ରଦ୍ଧା ରହିଛି । ଦେଶ ଲାଗି ସହିଦ ହୋଇଥିବା ଭଗତ ସିଂଙ୍କ ସେ ଅନୁଗାମୀ ।’ ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ‘ମନୀଷଙ୍କ ସହ ଭଗବାନ ଅଛନ୍ତି । ଲକ୍ଷ ଲକ୍ଷ ଶିଶୁ ଓ ସେମାନଙ୍କ ପିତାମାତାଙ୍କ ଆଶୀର୍ବାଦ ରହିଛି । ଏହା ଏକ ଅଭିଶାପ ନୁହେଁ ବରଂ ଏକ ଶୌର୍ଯ୍ଯର ପ୍ରତୀକ ।’

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ସିସୋଦିଆଙ୍କ ବିରୋଧରେ ସିବିଆଇକୁ ଲଗାଇବା ଲାଗି ଲେଫଟନାଣ୍ଟ ଜେନେରାଲ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ ପଛରେ କେନ୍ଦ୍ରର ହାତ ଥିଲା । ଗତ ୧୯ ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି । ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ  ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

26 Feb 2023 By The Sakala

ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଗିରଫ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ୮ ଘଣ୍ଟାର ଜେରା ପରେ ସିବିଆଇ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଲୋଦି ରୋଡସ୍ଥିତ ସିବିଆଇ କାର୍ଯ୍ଯାଳୟରେ ଆଜି ହାଜର ହେଇଥିଲେ ଉମନୀଷ ସିସୋଦିଆ । ନିଜ କ୍ବାର୍ଟର୍ସରୁ ସିସୋଦିଆ ସିବିଆଇ କାର୍ଯ୍ଯାଳୟ ଅଭିମୁଖେ ବାହାରିବା ବେଳେ, ଶହ ଶହ ଆପ୍ କର୍ମୀ ପ୍ଲାକାର୍ଡ ଦେଖାଇ ସିବିଆଇ ବିରୋଧରେ ନାରାବାଜି କରିଥିଲେ ।

ଗିରଫ ପୂର୍ବରୁ ଆଜି ସିସୋଦିଆ କହିଥିଲେ ଯେ, ‘ସିବିଆଇ ଯାଞ୍ଚ ପ୍ରକ୍ରିୟାରେ ସେ ପୂର୍ଣ୍ଣ ସହଯୋଗ କରିବେ । ତାଙ୍କ ପ୍ରତି ଦେଶବାସୀ ଓ ଲକ୍ଷ ଲକ୍ଷ ଶିଶୁଙ୍କ ଶ୍ରଦ୍ଧା ରହିଛି । ଦେଶ ଲାଗି ସହିଦ ହୋଇଥିବା ଭଗତ ସିଂଙ୍କ ସେ ଅନୁଗାମୀ ।’ ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ‘ମନୀଷଙ୍କ ସହ ଭଗବାନ ଅଛନ୍ତି । ଲକ୍ଷ ଲକ୍ଷ ଶିଶୁ ଓ ସେମାନଙ୍କ ପିତାମାତାଙ୍କ ଆଶୀର୍ବାଦ ରହିଛି । ଏହା ଏକ ଅଭିଶାପ ନୁହେଁ ବରଂ ଏକ ଶୌର୍ଯ୍ଯର ପ୍ରତୀକ ।’

ଆପ୍ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ସିସୋଦିଆଙ୍କ ବିରୋଧରେ ସିବିଆଇକୁ ଲଗାଇବା ଲାଗି ଲେଫଟନାଣ୍ଟ ଜେନେରାଲ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ ପଛରେ କେନ୍ଦ୍ରର ହାତ ଥିଲା । ଗତ ୧୯ ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ ।

ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି । ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ  ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର