ମଣିପୁର ଲଜ୍ଜ୍ୟାଜନକ ଘଟଣା: ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ପୋଲିସ

The Sakala Picture
Published On

ଇମ୍ଫାଲ: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମ୍‌ଲେମ୍‌ବାମ୍‌ ନୁଙ୍ଗ୍‌ସିଥୋଇ ମେତେଇ। ୟୁମ୍‌ଲେମ୍‌ବାମ୍‌ଙ୍କୁ ମିଶାଇ ଏହି ମାମଲାରେ ପୁଲିସ ଏଯାବତ୍‌ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି। ଜୁଲାଇ ୧୯ରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଜଣ […]

ଇମ୍ଫାଲ: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମ୍‌ଲେମ୍‌ବାମ୍‌ ନୁଙ୍ଗ୍‌ସିଥୋଇ ମେତେଇ। ୟୁମ୍‌ଲେମ୍‌ବାମ୍‌ଙ୍କୁ ମିଶାଇ ଏହି ମାମଲାରେ ପୁଲିସ ଏଯାବତ୍‌ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି। ଜୁଲାଇ ୧୯ରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ଆହୁରି ପଢ଼ନ୍ତୁ: ନଭେମ୍ବରରେ ବଢ଼ିବ ପେଟ୍ରୋଲ, ଡିଜେଲ ଓ ମୋବାଇଲ ଟାରିଫ୍; ଆହୁରି ମହଙ୍ଗା ହେବ ଡାଲି, ଅଟା ଓ ଖାଇବା ତେଲ

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ପୂର୍ବରୁ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ୧୧ ଦିନ ପୋଲିସ ହାଜତକୁ ପଠାଯାଇଥିଲା। ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାସ ସିଂହ ମୈତେଇ ରହିଛି ଯିଏ ଭାଇରାଲ ଭିଡିଓରେ ଜଣେ ମହିଳାଙ୍କୁ ଟାଣି ନେଉଥିବା ଦେଖିବାକୁ ମିଳୁଛି । ପୋଲିସ ତାକୁ ଥାଉବାଲ ଜିଲ୍ଲାରୁ ଗିରଫ କରିଥିଲା । ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଦଳ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ୫ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର