ମଣିପୁର ହିଂସା : ଯୁବକଙ୍କୁ ଜିଅନ୍ତା ଜଳାଇବାର ଭିଡିଓ ଭାଇରାଲ

The Sakala Picture
Published On

ଇମ୍ଫାଲ : ମଇ ୩ରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି। କୁକି ଏବଂ ମେଇତି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ରବିବାର ହିଂସାର ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି। ୭ ସେକେଣ୍ଡର ଏହି ଭିଡିଓରେ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଜିଅନ୍ତା ଜାଳି ଦେଉଥିବା ଦେଖାଯାଉଛି। ଇଣ୍ଡିଜେନସ ଟ୍ରାଇବଲ ଲିଡର୍ସ ଫ୍ରଣ୍ଟ (ଆଇଟିଏଲ୍‌ଏଫ୍‌)ର ପ୍ରବକ୍ତା ଘିନ୍‌ଜା ଏହି ଭିଡିଓ ସେୟାର କରିଛନ୍ତି। ଏହା ମଇ ମାସର ଭିଡିଓ […]

ଇମ୍ଫାଲ : ମଇ ୩ରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି। କୁକି ଏବଂ ମେଇତି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ରବିବାର ହିଂସାର ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି। ୭ ସେକେଣ୍ଡର ଏହି ଭିଡିଓରେ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଜିଅନ୍ତା ଜାଳି ଦେଉଥିବା ଦେଖାଯାଉଛି। ଇଣ୍ଡିଜେନସ ଟ୍ରାଇବଲ ଲିଡର୍ସ ଫ୍ରଣ୍ଟ (ଆଇଟିଏଲ୍‌ଏଫ୍‌)ର ପ୍ରବକ୍ତା ଘିନ୍‌ଜା ଏହି ଭିଡିଓ ସେୟାର କରିଛନ୍ତି। ଏହା ମଇ ମାସର ଭିଡିଓ ହେଉଥିବାବେଳେ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଜିଅନ୍ତା ବ୍ୟକ୍ତି ଜଳୁଥିବାବେଳେ ଚାରିପାଟେ ଥିବା ଲୋକଙ୍କ ଖାଲି ପାଦ ଦେଖାଯାଉଛି। ଗୁଳି ମାଡ଼ ହେଉଥିବାର ଶବ୍ଦ ମଧ୍ୟ ଶୁଭା ଯାଉଛି। ଡିଜିପି ରାଜୀବ ସିଂହ କହିଛନ୍ତି ଯେ କିଛି ସମୟ ପୂର୍ବରୁ ଭିଡିଓ ମିଳିଛି। ଏହା ଉପରେ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଅନ୍ୟପକ୍ଷରେ ପଶ୍ଚିମ ଇମ୍ଫାଲର ସିଙ୍ଗଜାମେଇରେ ଶନିବାର ବିଳମ୍ବିତ ରାତିରେ ଗ୍ରାମୀଣ ବିକାଶ ମନ୍ତ୍ରୀ ୱାଇ ଖେମଚନ୍ଦଙ୍କ ଘରେ ଫାଟକ ସାମ୍ନାରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ନିକଟସ୍ଥ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ ମଣିପୁର ହିଂସାରେ ଏ ପର୍ଯ୍ୟନ୍ତ ୧୮୦ ଜଣଙ୍କ ଜୀବନ ଗଲାଣି। ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫୧୭୨ ଅଗ୍ନିକାଣ୍ଡ ମାମଲା ସାମ୍ନାକୁ ଆସିଛି। ୪୭୮୬ ଘର ଏବଂ ୩୮୬ ଧାର୍ମିକ ସ୍ଥଳକୁ ଜାଳି ଦିଆଯାଇଛି ଏବଂ ଭଙ୍ଗାରୁଜା କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର