ପୂର୍ବତନ ସେନାମୁଖ୍ୟ ନର୍ବାଣେଙ୍କ ମନ୍ତବ୍ୟ, ମଣିପୁର ହିଂସାରେ ବିଦେଶୀ ଏଜେନ୍ସିଙ୍କ ହାତ

The Sakala Picture
Published On

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ମଣିପୁର ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଏ ପର୍ଯ୍ୟନ୍ତ ହିଂସାରେ ଅନେକ ଜୀବନ ଗଲାଣି। ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ଗଲେଣି। ସଡ଼କଠାରୁ ନେଇ ସଂସଦ ପର୍ଯ୍ୟନ୍ତ ସବୁଠି ଏହାର ଚର୍ଚ୍ଚା ଲାଗି ରହିଛି। ମଣିପୁର ହିଂସାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଉଛି। ସରକାର ହିଂସା ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ କହୁଛନ୍ତି। ଏହାକୁ ନେଇ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ […]

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ମଣିପୁର ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଏ ପର୍ଯ୍ୟନ୍ତ ହିଂସାରେ ଅନେକ ଜୀବନ ଗଲାଣି। ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ଗଲେଣି। ସଡ଼କଠାରୁ ନେଇ ସଂସଦ ପର୍ଯ୍ୟନ୍ତ ସବୁଠି ଏହାର ଚର୍ଚ୍ଚା ଲାଗି ରହିଛି। ମଣିପୁର ହିଂସାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଉଛି। ସରକାର ହିଂସା ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ କହୁଛନ୍ତି। ଏହାକୁ ନେଇ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଛି। ଏହା ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସାଂସଦ ମଣିପୁର ଗସ୍ତରେ ଯାଇ ହିଂସା ପୀଡ଼ିତଙ୍କୁ ଭେଟିଛନ୍ତି। ସେମାନେ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସରକାରଙ୍କ ପ୍ରସ୍ତାବ ଦେବେ ବୋଲି କହିଛନ୍ତି। ଏପରି ସମୟରେ ପୂର୍ବତନ ସେନାମୁଖ୍ୟ ଏମ୍‌ ନର୍ବାଣେ ବଡ଼ ଦାବି କରିଛନ୍ତି। ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିଙ୍କ ହାତ ରହିଛି ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ସେ ଶୁକ୍ରବାର ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର (ଆଇଆଇସି)ରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ କୌଣସି ଦେଶର ସୀମା ଜୟ କରିବା ଭାରତର ଉଦ୍ଦେଶ୍ୟ ନୁହେଁ। ପଡ଼ୋଶୀ ଦେଶଙ୍କ ସହ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ନିଶା ଦ୍ରବ୍ୟ ଚୋରାଚାଲାଣ ଏବଂ ଅପରାଧ ବୃଦ୍ଧି ପାଇପାରେ। ଦେଶ ସୁରକ୍ଷା ଦାୟିତ୍ବ ପ୍ରତ୍ୟେକ ନାଗରିକଙ୍କର। ବାହାର ସୁରକ୍ଷା ସହିତ ଶକ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟର ଯତ୍ନ ରଖିବା ଉଚିତ। ଦେଶବାସୀ ସୁସ୍ଥ ନ ରହିଲେ ସେନାରେ ସାମିଲ ହେବାକୁ ଲୋକେ କୁଆଡୁ ଆସିବେ। ଏବେ ବି ଏହାକୁ ନେଇ ଭାରତରେ ଭଲ ରଣନୀତି ନାହିଁ। ଆମ ବିଦେଶ ନୀତି ୨ଟି ପ୍ରମୁଖ ସ୍ତମ୍ଭ ଉପରେ ତିଷ୍ଠି ରହିଛି। ଆମେ କାହାକୁ କବ୍ଜା କରିବୁ ନାହିଁ। ନିଜ ଇଚ୍ଛାକୁ କାହା ଉପରେ ଲଦି ଦେବୁନି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ମ୍ୟାଁମାର୍‌ରୁ ଆସିଥିବା ଲୋକଙ୍କ ବାୟୋମାଟ୍ରିକ ଆରମ୍ଭ
ମ୍ୟାଁମାର୍‌ରୁ ମଣିପୁର ଆସିଥିବା ଲୋକଙ୍କ ବାୟୋମାଟ୍ରିକ ଡାଟା ସଂଗ୍ରହ ଆରମ୍ଭ ହୋଇଯାଇଛି। କେନ୍ଦ୍ରର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଣିପୁରରେ ବେଆଇନ ଭାବେ ରହୁଥିବା ମ୍ୟାଁମାର ଲୋକଙ୍କୁ ବାହାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏନ୍‌ସିଆରବି ଅଧିକାରୀଙ୍କ ଟିମ୍‌କୁ ମଣିପୁର ପଠାଇଛି। ଅଧିକାରୀମାନେ ଡାଟା ସଂଗ୍ରହଣ କରିବାର ପ୍ରଶିକ୍ଷଣ ଦେବେ।

30 Jul 2023 By The Sakala

ପୂର୍ବତନ ସେନାମୁଖ୍ୟ ନର୍ବାଣେଙ୍କ ମନ୍ତବ୍ୟ, ମଣିପୁର ହିଂସାରେ ବିଦେଶୀ ଏଜେନ୍ସିଙ୍କ ହାତ

ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ମଣିପୁର ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଏ ପର୍ଯ୍ୟନ୍ତ ହିଂସାରେ ଅନେକ ଜୀବନ ଗଲାଣି। ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ଗଲେଣି। ସଡ଼କଠାରୁ ନେଇ ସଂସଦ ପର୍ଯ୍ୟନ୍ତ ସବୁଠି ଏହାର ଚର୍ଚ୍ଚା ଲାଗି ରହିଛି। ମଣିପୁର ହିଂସାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଉଛି। ସରକାର ହିଂସା ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ କହୁଛନ୍ତି। ଏହାକୁ ନେଇ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଛି। ଏହା ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସାଂସଦ ମଣିପୁର ଗସ୍ତରେ ଯାଇ ହିଂସା ପୀଡ଼ିତଙ୍କୁ ଭେଟିଛନ୍ତି। ସେମାନେ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସରକାରଙ୍କ ପ୍ରସ୍ତାବ ଦେବେ ବୋଲି କହିଛନ୍ତି। ଏପରି ସମୟରେ ପୂର୍ବତନ ସେନାମୁଖ୍ୟ ଏମ୍‌ ନର୍ବାଣେ ବଡ଼ ଦାବି କରିଛନ୍ତି। ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିଙ୍କ ହାତ ରହିଛି ବୋଲି ସେ ଦାବି କରିଛନ୍ତି।

ସେ ଶୁକ୍ରବାର ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର (ଆଇଆଇସି)ରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ କୌଣସି ଦେଶର ସୀମା ଜୟ କରିବା ଭାରତର ଉଦ୍ଦେଶ୍ୟ ନୁହେଁ। ପଡ଼ୋଶୀ ଦେଶଙ୍କ ସହ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ନିଶା ଦ୍ରବ୍ୟ ଚୋରାଚାଲାଣ ଏବଂ ଅପରାଧ ବୃଦ୍ଧି ପାଇପାରେ। ଦେଶ ସୁରକ୍ଷା ଦାୟିତ୍ବ ପ୍ରତ୍ୟେକ ନାଗରିକଙ୍କର। ବାହାର ସୁରକ୍ଷା ସହିତ ଶକ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟର ଯତ୍ନ ରଖିବା ଉଚିତ। ଦେଶବାସୀ ସୁସ୍ଥ ନ ରହିଲେ ସେନାରେ ସାମିଲ ହେବାକୁ ଲୋକେ କୁଆଡୁ ଆସିବେ। ଏବେ ବି ଏହାକୁ ନେଇ ଭାରତରେ ଭଲ ରଣନୀତି ନାହିଁ। ଆମ ବିଦେଶ ନୀତି ୨ଟି ପ୍ରମୁଖ ସ୍ତମ୍ଭ ଉପରେ ତିଷ୍ଠି ରହିଛି। ଆମେ କାହାକୁ କବ୍ଜା କରିବୁ ନାହିଁ। ନିଜ ଇଚ୍ଛାକୁ କାହା ଉପରେ ଲଦି ଦେବୁନି।

ମ୍ୟାଁମାର୍‌ରୁ ଆସିଥିବା ଲୋକଙ୍କ ବାୟୋମାଟ୍ରିକ ଆରମ୍ଭ
ମ୍ୟାଁମାର୍‌ରୁ ମଣିପୁର ଆସିଥିବା ଲୋକଙ୍କ ବାୟୋମାଟ୍ରିକ ଡାଟା ସଂଗ୍ରହ ଆରମ୍ଭ ହୋଇଯାଇଛି। କେନ୍ଦ୍ରର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଣିପୁରରେ ବେଆଇନ ଭାବେ ରହୁଥିବା ମ୍ୟାଁମାର ଲୋକଙ୍କୁ ବାହାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏନ୍‌ସିଆରବି ଅଧିକାରୀଙ୍କ ଟିମ୍‌କୁ ମଣିପୁର ପଠାଇଛି। ଅଧିକାରୀମାନେ ଡାଟା ସଂଗ୍ରହଣ କରିବାର ପ୍ରଶିକ୍ଷଣ ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର