ମଣିପୁର ସରକାରଙ୍କ ଘୋଷଣା, ହିଂସାରେ ପ୍ରଭାବିତ ପରିବାରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ ହୋଇଥିଲା, ସେମାନେ ଏହି ଆବାସ ଯୋଜନାରୁ ଲାଭ ପାଇବେ। ଯେଉଁମାନଙ୍କର ପକ୍କା ଘର ଜଳିଯାଇଛି, ସେହି ପରିବାରକୁ ସ୍ଥାୟୀ ଆବାସ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅର୍ଦ୍ଧ […]

ନୂଆଦିଲ୍ଲୀ: ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ ହୋଇଥିଲା, ସେମାନେ ଏହି ଆବାସ ଯୋଜନାରୁ ଲାଭ ପାଇବେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଯେଉଁମାନଙ୍କର ପକ୍କା ଘର ଜଳିଯାଇଛି, ସେହି ପରିବାରକୁ ସ୍ଥାୟୀ ଆବାସ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅର୍ଦ୍ଧ ସ୍ଥାୟୀ ଘର ପୋଡ଼ିଥିଲେ କିମ୍ବା ନଷ୍ଟ ହୋଇଥିଲେ, ପରିବାରକୁ ୭ ଲକ୍ଷ ଟଙ୍କା ଦିଆଯିବ। ଏହିପରି କଚ୍ଚାଘର ବା ଅସ୍ଥାୟୀ ଘର କ୍ଷତିଗ୍ରସ୍ତ ହୋଇଥିଲେ, ପୀଡ଼ିତ ପରିବାର ୫ ଲକ୍ଷ ଟଙ୍କା ପାଇବେ। ଆଂଶିକ କ୍ଷତିଗ୍ରସ୍ତ କିମ୍ବା ପୋଡିଯାଇଥିବା ଘରଗୁଡିକର ମରାମତି ପାଇଁ ପ୍ୟାକେଜ୍ ରାଶିର ୫୦ ପ୍ରତିଶତ (ପକ୍କା/ ଅର୍ଦ୍ଧ-ପକ୍କା/ କଚ୍ଚା ଘର) ହିଂସା ପ୍ରଭାବିତ ପରିବାରକୁ ବଣ୍ଟନ କରାଯିବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ନିକଟରେ କହିଥିଲେ ଯେ, ବିସ୍ଥାପିତ ଲୋକଙ୍କ ଅସ୍ଥାୟୀ ପୁନର୍ବାସ ପାଇଁ ୧୪୯ କୋଟି ଟଙ୍କା ବ୍ୟୟରେ ଗୃହ ନିର୍ମାଣ କରାଯାଉଛି। ରାଜ୍ୟରେ ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସ୍ଥାୟୀ ଘର ତିଆରି କରାଯିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର