ମଣିପୁରରେ ସାଂଘାତିକ ଘଟଣା: ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ମା’ ଓ ପୁଅ ଜୀବନ୍ତ ଦଗ୍ଧ

The Sakala Picture
Published On

ଇମ୍ଫାଲ୍: ମଣିପୁରରେ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ । ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ […]

ଇମ୍ଫାଲ୍: ମଣିପୁରରେ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସଂଘର୍ଷ ବେଳେ ହୋଇଥିବା ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ ହିଂସା ସୃଷ୍ଟିକାରୀ । ରାସ୍ତାରେ ପ୍ରାୟ ୨ ହଜାର ହିଂସାକାରୀ ଆମ୍ବୁଲାନ୍ସ ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ପୁଲିସର ସୂଚନା ଅନୁଯାୟୀ, ନିଆଁ ଲାଗିବା ପରେ ଆମ୍ବୁଲାନ୍ସରୁ କେବଳ କଙ୍କାଳ ମିଳିଛି । ଏ ଘଟଣା ରବିବାର ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି । ମୃତକ ହେଲେ ୭ ବର୍ଷର ଟନସିଙ୍ଗ ହ୍ୟାଙ୍ଗିଗ୍, ତାଙ୍କ ମାଆ ମୀନା ହ୍ୟାଙ୍ଗିଗ୍ ଓ ତାଙ୍କ ସମ୍ପର୍କୀୟ ଲିଡିଆ ଲ୍ୟାରେମ୍ବମ୍ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର