ନୂଆ ଆକ୍ରାନ୍ତଙ୍କ ଉପରେ ନଜର ରଖ- କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: କୋଭିଡର ନୂତନ ପ୍ରଜାତି XEକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁଡିକ ସମୀକ୍ଷା କରି ଡକ୍ଟର ମାଣ୍ଡଭିୟା ଅଧିକାରୀଙ୍କୁ କୋଭିଡ ଉପଚାର ପାଇଁ ଆବଶ୍ୟକୀୟ ଓଷଧ ପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ […]

ନୂଆଦିଲ୍ଲୀ: କୋଭିଡର ନୂତନ ପ୍ରଜାତି XEକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟେ ଅଧ୍ୟକ୍ଷତାରେ ବିଶେଷଜ୍ଞ ଓ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ ପ୍ରଜାତି ଓ ମାମଲା ଗୁଡିକ ଉପରେ ନଜର ରଖିବା ସହ ବର୍ତ୍ତମାନର ତଦାରଖ ପ୍ରକ୍ରିୟା ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁଡିକ ସମୀକ୍ଷା କରି ଡକ୍ଟର ମାଣ୍ଡଭିୟା ଅଧିକାରୀଙ୍କୁ କୋଭିଡ ଉପଚାର ପାଇଁ ଆବଶ୍ୟକୀୟ ଓଷଧ ପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କୁ ଟିକା ଦେବା ଉଚିତ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଆଜିର ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍। ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ,ଏନଟିଏଜିଆଇ ଡକ୍ଟର ଏକେ ଆରୋରା ଓ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର