ମନ୍ଦିର ବାହାରୁ ଚପଲ ଚୋରି ହୋଇଯିବାକୁ ନେଇ ଥାନାରେ ମାମଲା ରୁଜୁ କଲେ ଯୁବକ

The Sakala Picture
Published On

କାନପୁର: ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ । ଥାନାକୁ ଯାଇ ମାମଲା ରୁଜୁ କଲେ ଜଣେ ଯୁବକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ସହରରୁ । ଥାନାରେ ଦାୟାର ହୋଇଥିବା ଏଫଆଇଆରରେ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ, ସେ ସଚ୍ଚୋଟ ରୋଜଗାରରୁ ଚପଲ କିଣିଥିଲେ । ଚପଲଟି ସମ୍ପର୍ଣ୍ଣ ନୂଆ ଥିଲା, ଯାହା ଗାଏବ ହୋଇଯାଇଛି । ଏହାର ଅର୍ଥ ଯେ କାହାର ନଜର […]

କାନପୁର: ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ । ଥାନାକୁ ଯାଇ ମାମଲା ରୁଜୁ କଲେ ଜଣେ ଯୁବକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ସହରରୁ । ଥାନାରେ ଦାୟାର ହୋଇଥିବା ଏଫଆଇଆରରେ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ, ସେ ସଚ୍ଚୋଟ ରୋଜଗାରରୁ ଚପଲ କିଣିଥିଲେ । ଚପଲଟି ସମ୍ପର୍ଣ୍ଣ ନୂଆ ଥିଲା, ଯାହା ଗାଏବ ହୋଇଯାଇଛି । ଏହାର ଅର୍ଥ ଯେ କାହାର ନଜର ମୋ ଚପଲ ଉପରେ ରହିଥିଲା । ଏଥିପାଇଁ ମୁଁ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆର ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

ସୂଚନାନୁଯାୟୀ, କାନପୁରର ଦବୌଲି ଅଞ୍ଚଳରେ ରହୁଥିବା କାନ୍ତିଲାଲ ନିଗମ ଏକ ଇଲେକ୍ଟ୍ରିକ କମ୍ପାନୀରେ କାର୍ଯ୍ୟ କରନ୍ତି । ସେ ରବିବାର ଭୈରବ ବାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ନିଜ ଚପଲ ବାହାରେ କାଢ଼ି ରଖିଥିଲେ । ଦର୍ଶନ କରିବା ପରେ ଯେବେ ସେ ଫେରି ଦେଖନ୍ତି ତ ତାଙ୍କ ଚପଲ ବାହାରେ ନଥିଲା ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

କାନ୍ତିଲାଲ ଆଖପାଖରେ ନିଜ ଚପଲ ଖୋଜିଥିଲେ । ହେଲେ ଚପଲ ମିଳିନଥିଲା । ଏହାପରେ ସେ କାନପୁର ପୋଲିସରେ ଅନଲାଇନ ଏଫଆଇଆର ରୁଜୁ କରିଥିଲେ । ଏଫଆଇଆରରେ ସେ ଲେଖିଛନ୍ତି ଯେ, ମୁଁ ଦୁଇ ଦିନ ପୂର୍ବେ ଚପଲ କିଣିଥିଲି । ନୀଳ ରଙ୍ଗର ଟୋପିକା ଟୋପିକା ଚପଲ ଥିଲା । ପ୍ରତି ରବିବାର ମୁଁ ଭୈରବ ବାବାଙ୍କ ଦର୍ଶନ କରିବାକୁ ଆସେ । କିନ୍ତୁ କେବେ ବି ମୋ ଚପଲ ଗାଏବ ହୋଇନଥିଲା । ଆଜି ମଧ୍ୟ ଦୋକାନ ଆଖପାଖରେ ଅନେକ ଚପଲ ପଡ଼ିଥିଲା ହେଲେ ମୋ ନୂଆ ଚପଲ ହିଁ ଗାଏବ ହୋଇଥିଲା ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଏଥିରୁ ଜଣାଯାଉଛି ଯେ କାହାର ନଜର ମୋ ଚପଲ ଉପରେ ଥିଲା । ଏପରି ସ୍ଥିତିରେ ମୁଁ ମାମଲା ରୁଜୁ କରିଛି । ସେ ଆଗକୁ ଲେଖିଛନ୍ତି ଯେ ମୁଁ କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ପଇସାରୁ ଚପଲ କିଣିଥିଲି । ତାହା ଚୋରି ହେବା ପରେ ମୋତେ ଖାଲି ପାଦରେ ଘରକୁ ଯିବାକୁ ପଡ଼ିଲା । ଯାହାଫଳରେ ମୋତେ ବହୁତ କଷ୍ଟ ଲାଗିଥିଲା । ଏଥିପାଇଁ ମୋର ଚପଲ ଚୋରି କରିଥିବା ବ୍ୟକ୍ତିକୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

09 Jul 2023 By The Sakala

ମନ୍ଦିର ବାହାରୁ ଚପଲ ଚୋରି ହୋଇଯିବାକୁ ନେଇ ଥାନାରେ ମାମଲା ରୁଜୁ କଲେ ଯୁବକ

କାନପୁର: ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ । ଥାନାକୁ ଯାଇ ମାମଲା ରୁଜୁ କଲେ ଜଣେ ଯୁବକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ସହରରୁ । ଥାନାରେ ଦାୟାର ହୋଇଥିବା ଏଫଆଇଆରରେ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ, ସେ ସଚ୍ଚୋଟ ରୋଜଗାରରୁ ଚପଲ କିଣିଥିଲେ । ଚପଲଟି ସମ୍ପର୍ଣ୍ଣ ନୂଆ ଥିଲା, ଯାହା ଗାଏବ ହୋଇଯାଇଛି । ଏହାର ଅର୍ଥ ଯେ କାହାର ନଜର ମୋ ଚପଲ ଉପରେ ରହିଥିଲା । ଏଥିପାଇଁ ମୁଁ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆର ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ, କାନପୁରର ଦବୌଲି ଅଞ୍ଚଳରେ ରହୁଥିବା କାନ୍ତିଲାଲ ନିଗମ ଏକ ଇଲେକ୍ଟ୍ରିକ କମ୍ପାନୀରେ କାର୍ଯ୍ୟ କରନ୍ତି । ସେ ରବିବାର ଭୈରବ ବାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ନିଜ ଚପଲ ବାହାରେ କାଢ଼ି ରଖିଥିଲେ । ଦର୍ଶନ କରିବା ପରେ ଯେବେ ସେ ଫେରି ଦେଖନ୍ତି ତ ତାଙ୍କ ଚପଲ ବାହାରେ ନଥିଲା ।

କାନ୍ତିଲାଲ ଆଖପାଖରେ ନିଜ ଚପଲ ଖୋଜିଥିଲେ । ହେଲେ ଚପଲ ମିଳିନଥିଲା । ଏହାପରେ ସେ କାନପୁର ପୋଲିସରେ ଅନଲାଇନ ଏଫଆଇଆର ରୁଜୁ କରିଥିଲେ । ଏଫଆଇଆରରେ ସେ ଲେଖିଛନ୍ତି ଯେ, ମୁଁ ଦୁଇ ଦିନ ପୂର୍ବେ ଚପଲ କିଣିଥିଲି । ନୀଳ ରଙ୍ଗର ଟୋପିକା ଟୋପିକା ଚପଲ ଥିଲା । ପ୍ରତି ରବିବାର ମୁଁ ଭୈରବ ବାବାଙ୍କ ଦର୍ଶନ କରିବାକୁ ଆସେ । କିନ୍ତୁ କେବେ ବି ମୋ ଚପଲ ଗାଏବ ହୋଇନଥିଲା । ଆଜି ମଧ୍ୟ ଦୋକାନ ଆଖପାଖରେ ଅନେକ ଚପଲ ପଡ଼ିଥିଲା ହେଲେ ମୋ ନୂଆ ଚପଲ ହିଁ ଗାଏବ ହୋଇଥିଲା ।

ଏଥିରୁ ଜଣାଯାଉଛି ଯେ କାହାର ନଜର ମୋ ଚପଲ ଉପରେ ଥିଲା । ଏପରି ସ୍ଥିତିରେ ମୁଁ ମାମଲା ରୁଜୁ କରିଛି । ସେ ଆଗକୁ ଲେଖିଛନ୍ତି ଯେ ମୁଁ କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ପଇସାରୁ ଚପଲ କିଣିଥିଲି । ତାହା ଚୋରି ହେବା ପରେ ମୋତେ ଖାଲି ପାଦରେ ଘରକୁ ଯିବାକୁ ପଡ଼ିଲା । ଯାହାଫଳରେ ମୋତେ ବହୁତ କଷ୍ଟ ଲାଗିଥିଲା । ଏଥିପାଇଁ ମୋର ଚପଲ ଚୋରି କରିଥିବା ବ୍ୟକ୍ତିକୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

https://www.thesakala.in/national-international/man-filed-fir-on-slippers-were-stolen-from-outside-the-temple-in-kanpur/article-23348
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର