ମମତାଙ୍କୁ ହାଇକୋର୍ଟଙ୍କ ଜୋର୍‌ଦାର ଝଟ୍‌କା

The Sakala Picture
Published On

କୋଲକାତା : ପଶ୍ଚିମବଙ୍ଗର ଗତ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି। ନିର୍ବାଚନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥÒବା ହିଂସାକୁ ନେଇ ବିରୋଧୀ ବିଜେପି ଅଭିଯୋଗ କରିଥÒଲା ବେଳେ ଶାସକ ଟିଏମସି ଏହାକୁ ପ୍ରହେଳିକା ବୋଲି କହିଆସୁଛି। କୌଣସି ସ୍ଥାନରେ ସେଭଳି କିଛି ହିଂସା ନାହିଁ, ସବୁ ସ୍ୱାଭାବିକ ରହିଛି ବୋଲି ଟିଏମସି କହୁଥିବା ବେଳେ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାର ଯଥେଷ୍ଟ ପ୍ରମାଣ ରହିଛି […]

କୋଲକାତା : ପଶ୍ଚିମବଙ୍ଗର ଗତ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି। ନିର୍ବାଚନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥÒବା ହିଂସାକୁ ନେଇ ବିରୋଧୀ ବିଜେପି ଅଭିଯୋଗ କରିଥÒଲା ବେଳେ ଶାସକ ଟିଏମସି ଏହାକୁ ପ୍ରହେଳିକା ବୋଲି କହିଆସୁଛି। କୌଣସି ସ୍ଥାନରେ ସେଭଳି କିଛି ହିଂସା ନାହିଁ, ସବୁ ସ୍ୱାଭାବିକ ରହିଛି ବୋଲି ଟିଏମସି କହୁଥିବା ବେଳେ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ଶୁକ୍ରବାର ହାଇକୋର୍ଟ କହିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମମତା ବାନାର୍ଜୀଙ୍କ ସରକାର ଉଦାସୀନ ରହିବା ସହିତ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହିଁ। ଏଥÒନେଇ ପ୍ରଶାସନିକ ସ୍ତରରେ ମଧ୍ୟ କିଛି କରାଯାଇ ନାହିଁ। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଘୋଡାଇ ଦେବାକୁ ଚାହୁଁଛନ୍ତି ବୋଲି ହାଇକୋର୍ଟ କହିବା ପରେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଶକ୍ତ ଝଟକା ସଦୃଶ ହୋଇଛି। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜନୌରରେ ବଡ଼ ଷଡ଼ଯନ୍ତ୍ର ପଣ୍ଡ: 'ଟେଲିଗ୍ରାମ୍ ଟାସ୍କ' ପାଇ ମନ୍ଦିର ନିକଟରେ ଗାଡ଼ି ଜାଳିଥିବା ଯୁବକ ଗିରଫ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥÒବା ହଂିସାକାଣ୍ଡ ସମ୍ପର୍କରେ ଜାତୀୟ ମାନବାଧÒକାର କମିସନଙ୍କ ପକ୍ଷରୁ ଯାଞ୍ଚ କରାଯାଇଥÒଲା। ଏଥÒପାଇଁ କମିସନଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନକୁ ଯାଇ ଅନୁଧ୍ୟାନ କରିଥÒବା ବେଳେ ହାଇକୋର୍ଟଙ୍କୁ ଅନ୍ତରୀଣ ରିପୋର୍ଟ ଦେଇଥÒଲା। ଏହି ରିପୋର୍ଟକୁ ଆଧାର କରି ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଥÒବା ବେଳେ ନିର୍ବାଚନ ପରେ ହୋଇଥିବା ହିଂସାକାଣ୍ଡର ସମସ୍ତ ମାମଲାରେ ଏଫଆଇଆର ଦାଏର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ହିଂସା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଓ ରାସନ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥÒସହିତ ମାମଲାର ଯାଞ୍ଚ ବ୍ୟବସ୍ଥାକୁ ନେଇ କୋର୍ଟ ଏନଏଚଆରସି ଟିମର ତଦନ୍ତ ଅବଧିକୁ ମଧ୍ୟ ବୃଦ୍ଧ଄ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଜୁଲାଇ ୧୩ ଯାଏ ଏନଏଚଆରସି ଏହି ମାମଲାର ତଦନ୍ତ କରିବ ବୋଲି କୁହାଯାଇଥÒବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରହିବା ଦରକାର। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ଏପ୍ରିଲ-ମେ ରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପରବର୍ତ୍ତୀ ସମୟରେ ଫଳାଫଳ ପ୍ରକାଶ ପାଇଥÒଲା। ଶାସକ ଟିଏମସି ବିପୁଳ ବିଜୟ ହାସଲ କରିଥÒଲା। ହେଲେ ଏହାପରେ ଶାସକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ହଂିସା ଆରମ୍ଭ କରାଯାଇଥÒଲା ବୋଲି ବିରୋଧୀ ବିଜେପି ଅଭିଯୋଗ କରିଥÒଲା। ହିଂସାର ଶିକାର ହୋଇ ଅନେକ ଲୋକ ପଡ଼ୋଶୀ ରାଜ୍ୟକୁ ପଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଏସ୍ ଜୟଶଙ୍କରଙ୍କ ମାଷ୍ଟରଷ୍ଟ୍ରୋକ୍: ଇରାନ ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କରକୁ ମିଳିଲା ସୁରକ୍ଷିତ ମାର୍ଗ

ପ୍ରାଣ ଭୟରେ ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥÒଲେ ହେଁ ରାଜ୍ୟ ସରକାର ଏସବୁ ପ୍ରତି କର୍ଣ୍ଣପାତ କରିନଥÒଲେ। ତେବେ ପରବର୍ତ୍ତୀ ସମୟରେ ବାହାର ରାଜ୍ୟକୁ ପଳାଇଥÒବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଏବଂ ସେମାନଙ୍କୁ ଫେରାଇ ଆଣିବାକୁ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ଗତ ମାସରେ କୋର୍ଟ ଏହି ମାମଲାର ଶୁଣାଣି କରି ଜାତୀୟ ମାନବାଧିକାର କମିସନଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥÒଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ମାନବାଧÒକାର କମିସନ ଏକ ୭ ଜଣିଆ ଟିମ୍ ଗଠନ କରିଥିଲେ। ଏହି ଟିମ୍ ଯାଦବପୁର ଅଞ୍ଚଳକୁ ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପଛରେ ଟିଏମସି ଦଳୀୟ ସଦସ୍ୟଙ୍କ ହାତ ରହିଥିବା ଅଭିଯୋଗ ହୋଇଥିଲା।

03 Jul 2021 By The Sakala

ମମତାଙ୍କୁ ହାଇକୋର୍ଟଙ୍କ ଜୋର୍‌ଦାର ଝଟ୍‌କା

କୋଲକାତା : ପଶ୍ଚିମବଙ୍ଗର ଗତ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି। ନିର୍ବାଚନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥÒବା ହିଂସାକୁ ନେଇ ବିରୋଧୀ ବିଜେପି ଅଭିଯୋଗ କରିଥÒଲା ବେଳେ ଶାସକ ଟିଏମସି ଏହାକୁ ପ୍ରହେଳିକା ବୋଲି କହିଆସୁଛି। କୌଣସି ସ୍ଥାନରେ ସେଭଳି କିଛି ହିଂସା ନାହିଁ, ସବୁ ସ୍ୱାଭାବିକ ରହିଛି ବୋଲି ଟିଏମସି କହୁଥିବା ବେଳେ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ଶୁକ୍ରବାର ହାଇକୋର୍ଟ କହିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମମତା ବାନାର୍ଜୀଙ୍କ ସରକାର ଉଦାସୀନ ରହିବା ସହିତ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହିଁ। ଏଥÒନେଇ ପ୍ରଶାସନିକ ସ୍ତରରେ ମଧ୍ୟ କିଛି କରାଯାଇ ନାହିଁ। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଘୋଡାଇ ଦେବାକୁ ଚାହୁଁଛନ୍ତି ବୋଲି ହାଇକୋର୍ଟ କହିବା ପରେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଶକ୍ତ ଝଟକା ସଦୃଶ ହୋଇଛି। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥÒବା ହଂିସାକାଣ୍ଡ ସମ୍ପର୍କରେ ଜାତୀୟ ମାନବାଧÒକାର କମିସନଙ୍କ ପକ୍ଷରୁ ଯାଞ୍ଚ କରାଯାଇଥÒଲା। ଏଥÒପାଇଁ କମିସନଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନକୁ ଯାଇ ଅନୁଧ୍ୟାନ କରିଥÒବା ବେଳେ ହାଇକୋର୍ଟଙ୍କୁ ଅନ୍ତରୀଣ ରିପୋର୍ଟ ଦେଇଥÒଲା। ଏହି ରିପୋର୍ଟକୁ ଆଧାର କରି ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଥÒବା ବେଳେ ନିର୍ବାଚନ ପରେ ହୋଇଥିବା ହିଂସାକାଣ୍ଡର ସମସ୍ତ ମାମଲାରେ ଏଫଆଇଆର ଦାଏର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ହିଂସା ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଓ ରାସନ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥÒସହିତ ମାମଲାର ଯାଞ୍ଚ ବ୍ୟବସ୍ଥାକୁ ନେଇ କୋର୍ଟ ଏନଏଚଆରସି ଟିମର ତଦନ୍ତ ଅବଧିକୁ ମଧ୍ୟ ବୃଦ୍ଧ଄ କରିଛନ୍ତି।

ଜୁଲାଇ ୧୩ ଯାଏ ଏନଏଚଆରସି ଏହି ମାମଲାର ତଦନ୍ତ କରିବ ବୋଲି କୁହାଯାଇଥÒବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ମାମଲାର ସମସ୍ତ ଦସ୍ତାବିଜ ସୁରକ୍ଷିତ ରହିବା ଦରକାର। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ଏପ୍ରିଲ-ମେ ରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପରବର୍ତ୍ତୀ ସମୟରେ ଫଳାଫଳ ପ୍ରକାଶ ପାଇଥÒଲା। ଶାସକ ଟିଏମସି ବିପୁଳ ବିଜୟ ହାସଲ କରିଥÒଲା। ହେଲେ ଏହାପରେ ଶାସକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ହଂିସା ଆରମ୍ଭ କରାଯାଇଥÒଲା ବୋଲି ବିରୋଧୀ ବିଜେପି ଅଭିଯୋଗ କରିଥÒଲା। ହିଂସାର ଶିକାର ହୋଇ ଅନେକ ଲୋକ ପଡ଼ୋଶୀ ରାଜ୍ୟକୁ ପଳାଇଛନ୍ତି।

ପ୍ରାଣ ଭୟରେ ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥÒଲେ ହେଁ ରାଜ୍ୟ ସରକାର ଏସବୁ ପ୍ରତି କର୍ଣ୍ଣପାତ କରିନଥÒଲେ। ତେବେ ପରବର୍ତ୍ତୀ ସମୟରେ ବାହାର ରାଜ୍ୟକୁ ପଳାଇଥÒବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଏବଂ ସେମାନଙ୍କୁ ଫେରାଇ ଆଣିବାକୁ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ଗତ ମାସରେ କୋର୍ଟ ଏହି ମାମଲାର ଶୁଣାଣି କରି ଜାତୀୟ ମାନବାଧିକାର କମିସନଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥÒଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ମାନବାଧÒକାର କମିସନ ଏକ ୭ ଜଣିଆ ଟିମ୍ ଗଠନ କରିଥିଲେ। ଏହି ଟିମ୍ ଯାଦବପୁର ଅଞ୍ଚଳକୁ ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ପଛରେ ଟିଏମସି ଦଳୀୟ ସଦସ୍ୟଙ୍କ ହାତ ରହିଥିବା ଅଭିଯୋଗ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର